Bihar Politics: ମନ୍ତ୍ରୀପଦ ହାତେଇବା ପରେ ବିବାଦୀୟ ହୋଇପଡିଲେ ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବ
Advertisement
Article Detail0/zeeodisha/odisha1312742

Bihar Politics: ମନ୍ତ୍ରୀପଦ ହାତେଇବା ପରେ ବିବାଦୀୟ ହୋଇପଡିଲେ ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବ

Bihar Minister in Controversy: ବିହାର ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ବିଭାଗୀୟ ବୈଠକରେ ଯୋଗ ଦେଇଥିଲେ ତାଙ୍କ ଭିଣୋଇ ଶୈଳେଶ କୁମାର ଯୋଗ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିଭାଗୀୟ ବୈଠକରେ ତାଙ୍କର ଘନିଷ୍ଠ ବନ୍ଧୁ ସଞ୍ଜୟ ଯାଦବଙ୍କୁ ଦେଖିବାକୁ ମିଳିଥିଲା।

Bihar Politics: ମନ୍ତ୍ରୀପଦ ହାତେଇବା ପରେ ବିବାଦୀୟ ହୋଇପଡିଲେ ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବ

Tej Pratap Yadav and Tejashwi Yadav: ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପର ଠାରୁ ନୂଆ ନୂଆ ବିବାଦ ସାମ୍ନାକୁ ଆସିବାରେ ଲାଗିଛି। ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ମନ୍ତ୍ରୀ ତେଜ ପ୍ରତାପ ଯାଦବ। ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ବିଭାଗୀୟ ବୈଠକ କୌଣସି ସରକାରୀ ପଦ ପଦବୀ ନଥିବା ଲୋକଙ୍କ ଯୋଗଦାନକୁ ନେଇ ସୃଷ୍ଟି ହୋଇଛି ବିବାଦ। ନିୟମ ଅନୁସାରେ କେବଳ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ସରକାରୀ ବିଭାଗର  ବିଭାଗୀୟ ବୈଠକରେ ବସିବାକୁ ଅନୁମତି ରହିଛି।

ନିକଟରେ ବିହାର ସରକାରଙ୍କ (Bihar Grand Alliance Govt) ଜଙ୍ଗଲ ଏବଂ ପରିବେଶ ବିଭାଗ (Bihar Forest and Environment Department) ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ (Tej Pratap Yadav) ବିଭାଗୀୟ ବୈଠକରେ ଯୋଗ ଦେଇଥିଲେ ତାଙ୍କ ଭିଣୋଇ ଶୈଳେଶ କୁମାର (Shailesh Kumar) ଯୋଗ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ (Bihar Deputy Chief Minister) ତେଜସ୍ୱୀ ଯାଦବଙ୍କ (Tejashwi Yadav) ବିଭାଗୀୟ ବୈଠକରେ ତାଙ୍କର ଘନିଷ୍ଠ ବନ୍ଧୁ ସଞ୍ଜୟ ଯାଦବଙ୍କୁ ଦେଖିବାକୁ ମିଳିଥିଲା। ଏହି ବୈଠକର ଫଟୋ ସାମ୍ନାକୁ ଆସିବା ପରେ ବିରୋଧି ବିଜେପି (BJP) ମହାମେଣ୍ଟ ସରକାରଙ୍କ କାମ ଉପରେ ପ୍ରଶ୍ନ ଉଠାଇଛି।

ଗତ ୧୦ ତାରିଖରେ ନୀତୀଶ କୁମାର ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ (Bihar CM Nitish Kumar) ଭାବରେ ଶପଥ ଗ୍ରହଣ କରିଥିବାବେଳେ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ୧୬ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ (Bihar Cabinet expansion) ପରେ ତେଜସ୍ୱୀ ଯାଦବଙ୍କୁ ସ୍ୱାସ୍ଥ୍ୟ ସମେତ ସଡକ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଭାଇ ତେଜ ପ୍ରତାପ ଯାଦବଙ୍କୁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି।  

Also Read: IRCTC Scam: ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ମାଡ଼ି ଆସିଲା ସଂକଟର କଳା ବାଦଲ

ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ତେଜସ୍ୱୀ ଯାଦବଙ୍କ ଲାଗି ବଢିଯାଇଛି ସମସ୍ୟା। ଏନେଇ ଖବର ଅନୁସାରେ ବହୁଚର୍ଚ୍ଚିତ ଆଇଆରସିଟିସି ଦୁର୍ନୀତି ମାମଲାରେ ସିବିଆଇ ବର୍ତ୍ତମାନ ଏହାର ତଦନ୍ତକୁ ଆଗକୁ ବଢାଇପାରେ।  ନିକଟରେ ତେଜସ୍ୱୀ ଯାଦବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଥିଲେ ଯେ ଯଦି ସେମାନେ ଚାହୁଁଛନ୍ତି ତାହେଲେ ସେମାନେ ମୋ ଘରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିପାରନ୍ତି।  

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ସିବିଆଇ (CBI) ଆଇଆରସିଟିସି ହୋଟେଲ ଦୁର୍ନୀତି (IRCTC Hotel Scam) ମାମଲାରେ ଏହାର ତଦନ୍ତକୁ ତ୍ୱରାନ୍ୱିତ୍ୱ କରିବାକୁ ଯାଉଛି। ଏହି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ (Former Railway Minister Lalu Yadav) ତାଙ୍କ ପତ୍ନୀ ରାବ୍ରି ଦେବୀ (Rabri Devi) ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ୧୧ ଜଣ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି। ଏହି ମାମଲାରେ ୪ ବର୍ଷ ପୂର୍ବେ ସିବିଆଇ ଦ୍ୱାରା ଚାର୍ଜସିଟ୍ ଦାଖଲ କରାଯାଇଥିଲା ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

Also Read: Bihar Politics: ମନ୍ତ୍ରୀଙ୍କ ବିରୋଧରେ ଆସିଲା ଅଭିଯୋଗ, ଜବାବ ଦେବାକୁ ଦେବାକୁ ଆଗେଇ ଆସିଲେ ମୁଖ୍ୟମନ୍ତ୍ରୀ

ଆଇଆରସିଟିସି ହୋଟେଲ ଦୁର୍ନୀତିରେ ଗତ ୨୦୨୯ ଫେବୃଆରୀରେ ଜଣେ ଅଭିଯୁକ୍ତ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ଅଭିଯୋଗ କରିଥିଲେ ଯେ ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ କରିବା ପୂର୍ବରୁ ସରକାରଙ୍କ ଅନୁମତି ନିଆଯାଇନାହିଁ। ଯେତେବେଳେ କଥିତ ରୂପେ ଏହି ଘଟଣା ଘଟିଥିଲା ସେତେବେଳେ ସେ ଜଣେ ସରକାରୀ କର୍ମଚାରୀ ଥିଲେ। ତାଙ୍କ ଆବେଦନ ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ହାଜର ହେବାକୁ ଅନୁମତି ଦେଇଛନ୍ତି। ଏହା ପରେ ସରକାରୀ କର୍ମଚାରୀ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ ମଧ୍ୟ ସମାନ ଆବେଦନ କରିଥିଲେ। ଏହି କାରଣରୁ ଶୁଣାଣି ବିଳମ୍ବ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ହୋଇଥିବା ଅଭିଯୋଗ ଉପରେ ବିତର୍କ ଆରମ୍ଭ ହୋଇ ନାହିଁ।

Also Read: Bihar Politics: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ବର୍ଷିଲେ ଜେଡିୟୁ ବିଧାୟିକା ବୀମା ଭାରତୀ

ଗତ ୨୦୧୭ ଜୁଲାଇରେ ଆଇଆରସିଟିସି ହୋଟେଲ ଦୁର୍ନୀତିରେ ଲାଲୁ ଯାଦବ, ତେଜସ୍ୱୀ ଯାଦବ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାର ଏକ ବର୍ଷ ପରେ ସିବିଆଇ ଦ୍ୱାରା ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ବହୁଚର୍ଚ୍ଚିତ ଆଇଆରସିଟିସି ଦୁର୍ନୀତି ମାମାଲା ୨୦୦୪ ମସିହାରେ ଘଟିଥିଲା। ଯେତେବେଳେ କେନ୍ଦ୍ରରେ କ୍ଷମତାସୀନ ୟୁପିଏ ସରକାରରେ (UPA Govt) ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ। ସେତେବେଳେ ଲାଲୁ ଯାଦବଙ୍କ ପରିବାର ଟେଣ୍ଡର ନିୟମ (IRCTC Tender Rule) ପରିବର୍ତ୍ତନ କରି ବେଆଇନ ଉପାୟରେ  ହୋଟେଲ ଆବଣ୍ଟନ କରିଥିବା ଅଭିଯୋଗ ହୋଇଥିଲା।