ଉତ୍ତର ପ୍ରଦେଶର ଚଳିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତାବର୍ଷ ମେ ୧୪ ତାରିଖରେ ଶେଷ ହେବ ଏବଂ ମୋଟ ୪୦୩ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
Trending Photos
ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି କ୍ରମରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଗତ ଗୁରୁବାର ରାଜଧାନୀ ଲକ୍ଷ୍ନୌ ଠାରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ବୈଠକ କରି ସେମାନଙ୍କ ପରାମର୍ଶ ନେଇଛନ୍ତି। ଉପଯୁକ୍ତ ସମୟରେ ନିର୍ବାଚନ କରିବାକୁ ଦାବି କରିଛନ୍ତି ସମସ୍ତ ରାଜନୈତିକ ଦଳ। ଏହା ସହିତ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାର ଏସପି ଏବଂ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
ଏହି ବୈଠକରେ ବିଜେପି, ସମାଜବାଦୀ ପାର୍ଟି, ବିଏସପି, କଂଗ୍ରେସ, ଆରଏଲଡି଼, ଟିଏମସି ପ୍ରଭୃତି ଦଳ ଯୋଗ ଦେଇଥିଲେ। କୋରୋନା ଗାଇଡ ଲାଇନ୍ସ ପାଳନ କରି ଉପଯୁକ୍ତ ସମୟରେ ନିର୍ବାଚନ କରିବାକୁ ବୈଠକରେ ଯୋଗ ଦେଇଥିବା ସମସ୍ତ ରାଜନୈତିକ ଦଳ ଦାବି କରିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା। ଉତ୍ତର ପ୍ରଦେଶର ଚଳିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତାବର୍ଷ ମେ ୧୪ ତାରିଖରେ ଶେଷ ହେବ ଏବଂ ମୋଟ ୪୦୩ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିରପେକ୍ଷ ନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ପ୍ରଲୋଭନ ମୁକ୍ତ ହେବା ଉଚିତ ଏହା ହେଉଛି ଆମର ପ୍ରୟାସ।
ଏହି ବୈଠକରେ କିଛି ରାଜନୈତିକ ଦଳ ପ୍ରଶାସନର ପକ୍ଷପାତିତ ମନୋଭାବ ବିରୁଦ୍ଧରେ ଅଭିଯୋଗ କରିଥିଲେ। କୋରୋନା ଗାଇଡ ଲାଇନ୍ସ ପାଳନ କରି ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ କରିବା ଆମର ପ୍ରୟାସ। ସମସ୍ତ ରାଜନୈତିକ ଦଳର ଅଭିଯୋଗ ଶୁଣିବା ଏବଂ ସମାଧାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ।
Also Read: Assembly Election 2022: ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବ ତାରିଖ ଘୋଷଣା
ରାଜ୍ୟରେ ପ୍ରାୟ ୧୫ କୋଟିରୁ ଅଧିକ ଭୋଟର ଅଛନ୍ତି ଏବଂ ମୋଟ ମତଦାତଙ୍କ ସଂଖ୍ୟା ବଢିପାରେ। ଏପର୍ଯ୍ୟନ୍ତ ୫୨.୮ ଲକ୍ଷ ନୂତନ ମତଦାତାଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି। ସେଥିମଧ୍ୟରୁ ୧୯.୮୯ ଲକ୍ଷ ଭୋଟର ୧୮-୧୯ ବର୍ଷ ବର୍ଗର ଅଛନ୍ତି। ଭୋଟର ତାଲିକାର ଅନ୍ତିମ ପ୍ରକାଶନ ଆସନ୍ତା ଜାନୁୟାରୀ ୫ ତାରିଖ ବୁଧବାର ନିର୍ବାଚନ ଆୟୋଗ ଦ୍ୱାରା କରାଯିବ। ଭୋଟର ତାଲିକା ପ୍ରକାଶନ ପରେ ଯଦି କାହାର ନାମ ହଜିଯାଇଛି ତାହେଲେ ସମ୍ପୃକ୍ତ ମତଦାତା ସେମାନଙ୍କ ଦାବି ଉପସ୍ଥାପନ କରିପାରିବେ ଏବଂ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡିପାରିବେ।
ଗତ ୨୦୧୭ ବିଧାନସଭା ନିର୍ବାଚନରେ ମହିଳା ମତଦାତାଙ୍କ ସଂଖ୍ୟା ୮୩୯:୧୦୦୦ ରହିଥିଲା ଯାହା ଚଳିତ ବର୍ଷ ୮୫୯ ହୋଇଛି। ୨୮.୮ ଲକ୍ଷ ମହିଳା ଭୋଟର ତାଲିକାରେ ନୂତନ ଭାବେ ଯୋଡି଼ ହୋଇଛନ୍ତି। ରାଜ୍ୟରେ ୧୦ ଲକ୍ଷ ୬୪ ହଜାର ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଏବଂ କୋରୋନା ଆକ୍ରାନ୍ତ ମତଦାତା ଘରେ ରହି ମତଦାନ କରିବେ।
ପୂର୍ବରୁ ପ୍ରତି ୧୫୦୦ ମତଦାତାଙ୍କ ପାଇଁ ଗୋଟିଏ ବୁଥ ରହିଥିଲା। ବର୍ତ୍ତମାନ ୧୨୫୦ ମତଦାତାଙ୍କୁ ନେଇ ଗୋଟିଏ ବୁଥ କରାଯାଇଛି। ଯାହା ଫଳରେ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ୧୧ ହଜାର ବୃଦ୍ଧି ପାଇଛି। ଏଥର ରାଜ୍ୟରେ ୧ ଲକ୍ଷ ୭୪ ହଜାର ୩୫୨ ମତଦାନ କେନ୍ଦ୍ର ରହିଛି। ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ମତଦାନ କେନ୍ଦ୍ରକୁ ଯାଇ ବ୍ୟବସ୍ଥା ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ୮୦୦ ମତଦାନ କେନ୍ଦ୍ର ହେବ ଯେଉଁଥିରେ ସମସ୍ତ କର୍ମଚାରୀ ଏବଂ ସୁରକ୍ଷା ଅଧିକାରୀ ମହିଳା ହେବେ। ଯଦି କୌଣସି ମତଦାତାଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ ତାହେଲେ ସେ ୧୧ଟି ଅନ୍ୟ ପରିଚୟପତ୍ର ବ୍ୟବହାର କରି ମତଦାନ କରିପାରିବେ। ମତଦାନ ପାଇଁ ଆଧାରକାର୍ଡ, ମନରେଗା କାର୍ଡ, ପ୍ୟାନକାର୍ଡ ପ୍ରଭୃତି ପରିଚୟପତ୍ର ବ୍ୟବହାର କରାଯିବ।
Also Read: ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ
କୋଭିଡ ପ୍ରୋଟୋକଲ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ପ୍ରାୟ ୪୯ ପ୍ରତିଶତ ଲୋକଙ୍କ ଉଭୟ ଡୋଜ ଟିକାକରଣର ହୋଇଛି। ଟିକାକରଣ ବୃଦ୍ଧି କରିବା ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଶତ ପ୍ରତିଶତ ପ୍ରଥମ ଡୋଜ ଟିକାକରଣ କରିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟରେ କେବଳ ୪ଟି ଓମିକ୍ରନ୍ ମାମଲା ଅଛି, ସେଥିମଧ୍ୟରୁ ୩ଟି ଆରୋଗ୍ୟ ଲାଭ କରିଛି। ଯେଉଁମାନେ ଉଭୟ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ନିର୍ବାଚନ ଦାୟିତ୍ୱରେ ନିୟୋଜିତ କରାଯିବ। ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀମାନେ ଫ୍ରଣ୍ଟଲାଇନ କର୍ମଚାରୀ ହେବେ।