ବିଧାନସଭା ନିର୍ବାଚନକୁ ନେଇ ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି କ୍ରମରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ଏବଂ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଗୁରୁବାର ବୁଲନ୍ଦଶହର ଠାରେ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସମାଜବାଦୀ ପାର୍ଟି ମୁଖିଆ ଶାସକ ବିଜେପି ନେତାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଥିଲେ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ଉଦ୍ଦେଶ୍ୟରେ କଟାକ୍ଷ କରି ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି, "ସେ କୌଣସି Compressor ନୁହଁନ୍ତି ଯିଏ ଗରମ ପାଗକୁ ଥଣ୍ଡା କରିଦେବେ"।
ଅନ୍ୟପଟେ ଆରଏଲଡି ମୁଖ୍ୟ (RLD Chief) ଜୟନ୍ତ ଚୌଧୁରୀ (Jayant Chaudhary) କହିଛନ୍ତି ମୁଖ୍ୟମନ୍ତ୍ରୀ ଆମକୁ ଯେତେ ଧମକ ଦେବେ, ଆମେ ସେତେ ଶକ୍ତିଶାଳୀ ହେବୁ। ଯଦି ରାଜ୍ୟରେ ମେଣ୍ଟ ସରକାର ଗଠନ ହୁଏ ତାହେଲେ ଗରମ ନୁହେଁ ନିଯୁକ୍ତି ସୃଷ୍ଟି ହେବ ନାହିଁ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଆମେ ଯୁବକଙ୍କୁ ରୋଜଗାର ଏବଂ କୃଷକଙ୍କ ସମୃଦ୍ଧତା ଭଳି ପ୍ରସଙ୍ଗରେ ନିର୍ବାଚନ ଲଢୁଛୁ।
Also Read: RLD ମୁଖ୍ୟଙ୍କୁ ଚେତାବନୀ ଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ; ପାଲଟା ଜବାବ ଦେଲେ ଜୟନ୍ତ ଚୌଧୁରୀ
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ଅଖିଲେଶ ଯାଦବ କହିଛନ୍ତି ବୁଲନ୍ଦଶହର ଘଟଣାରେ ଜଡି଼ତ ଅପରାଧିଙ୍କୁ ସରକାର ଯଥାଶୀଘ୍ର ଗିରଫ କରିବା ଆବଶ୍ୟକ। ପୋଲିସ ରେସପନ୍ସ (UP Police Response) ପ୍ରତିକ୍ରିୟା ପାଇଁ ସରକାର ୧୧୨ ବ୍ୟବସ୍ଥାକୁ ପରିବର୍ତ୍ତନ କରି ଦେଇଛନ୍ତି। ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ ପୋଲିସ ୧୦ ମିନିଟ ମଧ୍ୟରେ ପହଞ୍ଚିବା ଆବଶ୍ୟକ ହେଲେ ବିଜେପି ସରକାର ଏହାକୁ ଅଚଳ କରିଦେଇଛି।
ମେ-ଜୁନ ମାସରେ ଶିମଲା ଭଳି ଥଣ୍ଡା କରି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ରଖିଥିବା ବୟାନ ଉପରେ ଜବାବ ରଖି ସମାଜବାଦୀ ପାର୍ଟି ସୁପ୍ରିମୋ କହିଛନ୍ତି "ସେ କୌଣସି Compressor ନୁହଁନ୍ତି ଯିଏ ଗରମ ପାଗକୁ ଥଣ୍ଡା କରିଦେବେ"। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଉପରେ ପ୍ରଥମ ପାଲଟା ଜବାବ ଦେଇ ଜୟନ୍ତ ଚୌଧୁରୀ କହିଥିଲେ ଯେ ଗତ ସପ୍ତାହରେ ଆସିଥିବା ଶୀତଳ ତରଙ୍ଗରେ ତାଙ୍କୁ ଥଣ୍ଡା ଲାଗୁଛି।
Also Read: ସାମ୍ବାଦିକ ସମ୍ମିଳନୀରେ କାହିଁକି ଲାଲ କପଡା ବଣ୍ଡଲ ଦେଖାଇଲେ ସମାଜବାଦୀ ପାର୍ଟି ସୁପ୍ରିମୋ?
ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ନାହିଦ ହାସନଙ୍କ କିଛି ସମର୍ଥକଙ୍କ ଦ୍ୱାରା ଦିଆଯାଉଥିବା ଧମକ ଘଟଣାରେ ପ୍ରତିକ୍ରିୟା ରଖି କହିଥିଲେ ଯେ କୈରାନା ଏବଂ ମୁଜାଫରନଗର ଅଞ୍ଚଳରେ କିଛି ଲୋକ ପୁଣି ଥରେ ଗରମ ଦେଖାଉଛନ୍ତି। ଯେଉଁମାନେ ଦଙ୍ଗା ଭିଆଇବା ଉଦ୍ଦେଶ୍ୟର ପୁଣି ଥରେ ମୁଣ୍ଡ ଉଠାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ବିଗତ ୫ ବର୍ଷ ଧରି କେଉଁଠି ଛପି ଯାଇଥିଲେ। ଯେତେବେଳେ ସେମାନେ ବାହାରକୁ ଆସୁଥିଲେ ସେତେବେଳେ ପୋଲିସ ସେମାନଙ୍କୁ ଉଠାଇ ନେବାର ଭୟ ରହୁଥିଲା। ଏହା ପରେ ସେମାନେ ବେକରେ ପ୍ଲାକାର୍ଡ ଥାନରେ ଆସି ପହଞ୍ଚୁଥିଲେ। ପନିପରିବା ବିକ୍ରୟ କରି ସେମାନେ ନିଜର ଜୀବିକା ନିର୍ବାହ କରିବେ, ବୋଲି କହୁଥିଲେ। ମାର୍ଚ୍ଚ ୧୦ ପରେ ସେମାନ ପୁଣି ଥରେ ବେକରେ ପ୍ଲାକାର୍ଡ ପକାଇ ନିଜରପ ଜୀବନ ଭିକ୍ଷା କରିବେ। କୈରାନା ଏବଂ ମୁଜାଫରନଗର ଅଞ୍ଚଳରେ ଯେଉଁ ଗରମ ଦେଖାଦେଇଛି ତାହାକୁ ଥଣ୍ଡା କରିବା ପାଇଁ ମୁଁ ମେ-ଜୁନ୍ ମାସରେ ଶିମଳା ତିଆରି କରିଦେଉଛି।