CM Jairam Thakur: 'ଆସନ୍ତା ୨୦-୨୫ ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାକୁ ଫେରିବେ ନାହିଁ ବିରୋଧି'
Advertisement
Article Detail0/zeeodisha/odisha1358540

CM Jairam Thakur: 'ଆସନ୍ତା ୨୦-୨୫ ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାକୁ ଫେରିବେ ନାହିଁ ବିରୋଧି'

Himachal Pradesh: ମୁଁ ବିରୋଧୀ ଦଳରେ ରହିଥିବା ସହକର୍ମୀଙ୍କୁ ଦେଖୁଛି। ବର୍ତ୍ତମାନ ଆମର ତମ୍ବୁ ସେମାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ପାଲଟିଛି। ଆମ ତମ୍ବୁ ଦିଲ୍ଲୀ ଠାରେ ମଧ୍ୟ ସ୍ଥାପନ କରାଯାଇଛି। ଆମ ତମ୍ବୁ ହିମାଚଳ ପ୍ରଦେଶ ଠାରେ ମଧ୍ୟ ଲଗାଯାଇଛି। ଯଦି ସେମାନଙ୍କ ତମ୍ବୁ ଉପୁଡ଼ି ଯାଉଛି ତାହେଲେ ଆମ କ'ଣ କରିପାରିବୁ? 

CM Jairam Thakur: 'ଆସନ୍ତା ୨୦-୨୫ ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାକୁ ଫେରିବେ ନାହିଁ ବିରୋଧି'

Himachal Pradesh Politics: ସେପ୍ଟମ୍ବର ୧୯ ତାରିଖ ସୋମବାର ରାଜ୍ୟର ମଣ୍ଡିସ୍ଥିତ ସରକାଘାଟ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଗଠନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିରୋଧୀଙ୍କ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ବିରୋଧୀ ଦଳରେ ରହିଥିବା ସହକର୍ମୀଙ୍କୁ ଦେଖୁଛି। ବର୍ତ୍ତମାନ ଆମର ତମ୍ବୁ ସେମାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ପାଲଟିଛି। ଆମ ତମ୍ବୁ ଦିଲ୍ଲୀ ଠାରେ ମଧ୍ୟ ସ୍ଥାପନ କରାଯାଇଛି। ଆମ ତମ୍ବୁ ହିମାଚଳ ପ୍ରଦେଶ ଠାରେ ମଧ୍ୟ ଲଗାଯାଇଛି। ଯଦି ସେମାନଙ୍କ ତମ୍ବୁ ଉପୁଡ଼ି ଯାଉଛି ତାହେଲେ ଆମ କ'ଣ କରିପାରିବୁ? ସେମାନଙ୍କ ତମ୍ବୁ ଆସନ୍ତା ୨୦-୨୫ ବର୍ଷ ପାଇଁ ସ୍ଥାପିତ ହୋଇପାରିବ ନାହିଁ।

ଏହା ପୂର୍ବରୁ ସେପ୍ଟେମ୍ବର ୧୭ ତାରିଖରେ ମଣ୍ଡି (Mandi) ଠାରେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର (Himachal Pradesh Chief Minister Jairam Thakur)। ଯେଉଁଠି ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜ୍ୟ ଗସ୍ତ ପ୍ରସ୍ତୁତି ବାବଦରେ ସମୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ବିସ୍ତୃତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶ ଗସ୍ତରେ (PM Modis Himachal Pradesh Tour) ଆସୁଛନ୍ତି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election 2022) ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଣ୍ଡି ଯାଇ ଯାଇ ରାଜ୍ୟର ଯୁବପିଢିଙ୍କୁ ସମ୍ବୋଧିତ କରିବେ। ମଣ୍ଡି ସହର ତଥା ଏହାର ଆଖପାଖରେ ବସ ଏବଂ ଅନ୍ୟାନ୍ୟ ଯାନ ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରିବା ବ୍ୟତୀତ ମଣ୍ଡି ସହରକୁ ଯାଉଥିବା ରାସ୍ତାର ସଠିକ୍ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟ ଲୋକ ନିର୍ମାଣ ବିଭାଗ (Himachal Pradesh Publics Work Department) ଏବଂ ଜାତୀୟ ରାଜପଥ ପ୍ରାଧିକରଣ (National Highway Authority of India) ଏନଏଚଏଆଇ ଅଧିକାରୀଙ୍କୁ (NHAI Official) ନିର୍ଦ୍ଦେଶ ଦେଇଛନ୍ତି। ଯାନବାହାନର ନିରବଚ୍ଛିନ୍ନ ପ୍ରବାହ ନିଶ୍ଚିତ କରାଯିବା ଆବଶ୍ୟକ। ଯାହା ଦ୍ୱାରା ସାଧାରଣ ଜନତାଙ୍କ ପାଇଁ ଯେପରି କୌଣସି ଅସୁବିଧା ହେବ ନାହିଁ।

Also Read: Assembly Election: ଗୁଜୁରାଟ-ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏହି ରାଜ୍ୟ ଉପରେ ରହିଛି ବିଜେପି ନଜର

ରାଜ୍ୟର ମଣ୍ଡି ଠାରେ ଯୁବପିଢିଙ୍କ ଲାଗି ଆୟୋଜିତ ହେଉଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ (PM Modis Mandi Programme) ହିମାଚଳ ପ୍ରଦେଶ ବିଜେପି ଯୁବ ମୋର୍ଚ୍ଚା (Himachal Pradesh BJP Yuva Morcha) ପକ୍ଷରୁ କରାଯିବ। ଏନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଆମକୁ ସମ୍ବୋଧିତ କରିବେ। ମାର୍ଗଦର୍ଶନ କରିବେ ଏବଂ ତାଙ୍କ ନେତୃତ୍ୱରେ ଆମେ ପୁନର୍ବାର ନୂତନ ଶକ୍ତି ସହିତ ନିର୍ବାଚନ ଲଢିବୁ। ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନରେ ​​ନିଶ୍ଚିତ ଭାବେ ବିଜୟୀ ହେବୁ।