ରାଜ୍ୟର ଅପରାଧ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିରୋଧି ଦଳ ନେତା ଅଖିଳେଶ ଯାଦବ।
Trending Photos
Yogi Adityanath vs Akhilesh Yadav: ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ମୁହାମୁହିଁ ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିରୋଧି ଦଳ ନେତା ଅଖିଳେଶ ଯାଦବ। ଗୃହରେ ମହିଳାଙ୍କ ପ୍ରତି ବଢୁଥିବା ଅପରାଧ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳର ନେତା। ଏହାର ଜବାବ ରଖି ମୁଖ୍ୟମନ୍ତ୍ର କହିଛନ୍ତି ଯେ ଏହା ହେଉଛି ବିଜେପି ସରକାର। ଏଠାରେ ଏହା କୁହାଯାଇ ପାରିବ ନାହିଁ ଯେ ପୁରୁଷ ଭୁଲ କରି ଦେଇଛନ୍ତି।
ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ କହିଥିଲେ ଯେ ପୁଅ ମାନେ ଭୁଲ କରିଥାନ୍ତି।
Also Read: ବିଦ୍ୟାଳୟରେ ବ୍ୟବହାର ହେବେ ହଟାଯାଇଥିବା ଲାଉଡ ସ୍ପୀକର
ମଙ୍ଗଳବାର ବିଧାନସଭାରେ ଅପରାଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ କୌଣସି ପ୍ରକାର ଅପରାଧ କ୍ଷମା ଯୋଗ୍ୟ ନୁହେଁ। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କାହାର ନାମ ନାମ ନ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅପରାଧୀ ଯିଏ ହେଲେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଉତ୍ତର ପ୍ରଦେଶ ବିଧାନସଭା ଶୂନ୍ୟକାଳରେ ରାଜ୍ୟର ସିଦ୍ଧାର୍ଥନଗର, ଆହ୍ଲାବାଦ, ଚନ୍ଦୌଲି, ଲଲିତପୁର ପ୍ରଭୃତି ଜିଲ୍ଲାରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ପ୍ରସଙ୍ଗ ଉଠାଇଥିଲେ ବିରୋଧି ଦଳ ନେତା ଅଖିଳେଶ ଯାଦବ। ଏନେଇ ସେ କହିଥିଲେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସରକାର ଯେଉଁ କଥା କହୁଛନ୍ତି ସେଥିରେ ପୋଲିସ ମନମାନି କରୁଛି। ଲଲିତପୁର ଜିଲ୍ଲାରେ ଜଣେ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ ଥାନା ଅଧିକାରୀ।
Also Read: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଜ୍ଞାନବ୍ୟାପୀ ମାମଲା ଉଠାଯାଉଛି: ଅଖିଲେଶ ଯାଦବ
ଏହାର ଜବାବରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଆପଣ (ଅଖିଳେଶ ଯାଦବ) ପ୍ରତ୍ୟେକ ଅପରାଧୀଙ୍କୁ ସମର୍ଥନ କରୁଛନ୍ତି ଯିଏ ରାଜ୍ୟରେ ଅରାଜକତାର ପୁରୋହିତ। ଗୁଣ୍ଡାଗର୍ଦ୍ଦି ଯାହାର ବୃତ୍ତିରେ ପରିଣତ ହୋଇଛି। ନିଜ ସରକାରକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଉନ୍ନତ ଆଇନ ଶୃଙ୍ଖଳା ପୁଣି ଥରେ ଏହି ସରକାରଙ୍କୁ ବ୍ୟାପକ ସମର୍ଥନ ଦେଇଛି। ଗତ ୫ ବର୍ଷରେ ରାଜ୍ୟରେ ଅପରାଧ ହ୍ରାସ ପାଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ବିରୋଧି ଦଳ ନେତା ରାଜ୍ୟପାଳଙ୍କ ଅଭିଭାଷଣ ଠିକ ଭାବେ ଶୁଣିଥାନ୍ତେ ତାହେଲେ ତାଙ୍କ ସାମ୍ନାରେ ଅନେକ କଥା ସ୍ପଷ୍ଟ ହୋଇଥାନ୍ତା। ପୂର୍ବରୁ କୌଣସି ନିର୍ବାଚନ ଅନୁଷ୍ଠିତ ହେବା ସମୟରେ ବ୍ୟାପକ ହିଂସା ହେଉଥିଲା। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ କିମ୍ବା ପରେ କିଛି ଲୋକ ହିଂସାକାଣ୍ଡ କରିଥିଲେ ହେଲେ କିଛି ଘଣ୍ଟା ମଧ୍ୟରେ ଆମେ ସେହି କାର୍ଯ୍ୟକୁ ନିୟନ୍ତ୍ରଣ କରିଥିଲୁ।