Gujarat Election 2022: ଦଳୀୟ ନିର୍ବାଚନ ପ୍ରସ୍ତୁତି ବାବଦରେ କ'ଣ କହିଲେ ଅଶୋକ ଗେହୋଲତ?
Advertisement
Article Detail0/zeeodisha/odisha1324334

Gujarat Election 2022: ଦଳୀୟ ନିର୍ବାଚନ ପ୍ରସ୍ତୁତି ବାବଦରେ କ'ଣ କହିଲେ ଅଶୋକ ଗେହୋଲତ?

Ashok Gehlot on Gujarat Election 2022: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି କଂଗ୍ରେସ। ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗୁଜୁରାଟ ଗସ୍ତ କରି  ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରସ୍ତୁତି କିପରି ରହିଛି ସେ ସମ୍ପର୍କରେ ଜଣାଇଛନ୍ତି।

Gujarat Election 2022: ଦଳୀୟ ନିର୍ବାଚନ ପ୍ରସ୍ତୁତି ବାବଦରେ କ'ଣ କହିଲେ ଅଶୋକ ଗେହୋଲତ?

Ashok Gehlot on Gujarat Election 2022: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହିକ୍ରମରେ ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି କଂଗ୍ରେସ। ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗୁଜୁରାଟ ଗସ୍ତ କରି  ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରସ୍ତୁତି କିପରି ରହିଛି ସେ ସମ୍ପର୍କରେ ଜଣାଇଛନ୍ତି।

ଗତ ମଙ୍ଗଳବାର ଗୁଜୁରାଟ ଗସ୍ତ କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan Chief Minister Ashok Gehlot)। ଏହି ଗସ୍ତ ଅବସରରେ ସେ ଗୁଜୁରାଟ କଂଗ୍ରେସ (Gujarat Congress Unit) ନେତା ତଥା ରାଜ୍ୟର କଂଗ୍ରେସ ବିଧାୟକଙ୍କ (Gujarat Congress MLA) ସହ ଏକ ବୈଠକ କରି ସମସ୍ତଙ୍କ ସହ ଖୋଲା ଆଲୋଚନା କରିଥିଲେ। ଏହା ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ  ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଗୁଜୁରାଟର ବିଧାନସଭା ନିର୍ବାଚନରେ (Gujarat Assembly Election 2022) ବା​​ଜିମାତ କରିବା ପାଇଁ ରାଜ୍ୟର ରାଜନୈତିକ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇସାରିଛୁ। ଅନେକ ଲୋକ କହୁଛନ୍ତି ଯେ କଂଗ୍ରେସ ନିର୍ବାଚନକୁ ଗୁରୁତର ସହ ନେଉ ନାହିଁ। ହେଲେ ଆମେ ଗତଥର ଅପେକ୍ଷା ଏଥରର ନିର୍ବାଚନକୁ ଅଧିକ ଗମ୍ଭୀରତାର ସହ ନେଇ ଲଢେଇ କରୁଛୁ। ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ସୋନିଆ ଗାନ୍ଧୀ (Sonia Gandhi) ଏବଂ ରାହୁଲ ଗାନ୍ଧୀ (Rahul  Gandhi) ଅତ୍ୟନ୍ତ ଗମ୍ଭୀର ଅଛନ୍ତି।

Also Read:  Gujarat Politics: ବିଧାନସଭା ନିର୍ବାଚନ ପୂର୍ବରୁ ନୂଆଦଳ ଗଢିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହିଛନ୍ତି ତାଙ୍କୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଅନେକ ଯୋଜନା ଗୁଜୁରାଟରେ କାର୍ଯ୍ୟକାରୀ ହେବ। ରାଜସ୍ଥାନରେ ବିଭିନ୍ନ ଯୋଜନା ମାଧ୍ୟମରେ ଯେଉଁଭଳି କାର୍ଯ୍ୟ କରାଯାଇଛି ତାହା ଗୁଜୁରାଟ ନିର୍ବାଚନ ଲାଗି ଦଳ ପକ୍ଷରୁ ଜାରି ହେବାକୁ ଥିବା ନିର୍ବାଚନୀ ଇସ୍ତାହାରରେ ଅନ୍ତର୍ଭୂକ୍ତ କରାଯିବ। ଏହା ସହିତ ସେ ରାଜସ୍ଥାନର ସ୍ୱାସ୍ଥ୍ୟ ମଡେଲକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ବିଶ୍ୱର କୌଣସି ସ୍ଥାନରେ ରାଜସ୍ଥାନ ଭଳି ସ୍ୱାସ୍ଥ୍ୟ ମଡେଲ ଉପଲବ୍ଧ ହୋଇପାରିବ ନାହିଁ। ଦେଶରେ ଏହି ସ୍ୱାସ୍ଥ୍ୟ ମଡେଲ କାର୍ଯ୍ୟକାରୀ କରିବାକୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ।

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କଂଗ୍ରେସ ଯୋଜନା ବାବଦରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଯଦି ଗୁଜୁରାଟରେ ଆମ ଦଳ ସରକାର ଗଠନ କରେ ତାହେଲେ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଉପଲବ୍ଧ କରାଯିବ। ଏହା ସହିତ ସେ କହିଛନ୍ତି ଯେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହେବ ଏବଂ କ୍ଷୀର ଉପରେ ୫ ଟଙ୍କାର ବୋନସ ପ୍ରଦାନ କରାଯିବ। କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ଏକ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆରମ୍ଭ କରାଯିବ।

Also Read: Arvind Kejriwal: ଗୁଜୁରାଟ ଲୋକଙ୍କ ପାଇଁ ତିନୋଟି ବଡ଼ ଘୋଷଣା କଲେ ଆପ ସଂଯୋଜକ

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୦ ଲାଗି ଦଳ ପକ୍ଷରୁ ଜାରି ହେବାକୁ ଥବା ଦଳୀୟ ନିର୍ବାଚନୀ (Gujarat Congress Manifesto 2022) ଇସ୍ତାହାର ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ପର୍ଯ୍ୟବେକ୍ଷକ (Gujarat Congress Observer Ashok Gehlot) ଅଶୋକ ଗେହଲୋତ କହିଛନ୍ତି  ଏଥର ଗୋଟିଏ ପରେ ଗୋଟିଏ ଭଲ ଯୋଜନା ଘୋଷଣାପତ୍ରରେ ଅନ୍ତର୍ଭୂକ୍ତ କରାଯିବ। ଗତ ଥରର ବିଧାନସଭା ନିର୍ବାଚନ ସମୟରେ ​ରାହୁଲ ଗାନ୍ଧୀ ଗୁଜୁରାଟରେ ୩ ମାସ ସମୟ ବିତାଇଥିଲେ। ଏଥର ରାହୁଲ ଗାନ୍ଧୀଙ୍କ ବ୍ୟତୀତ ସୋନିଆ ଗାନ୍ଧୀ ମଧ୍ୟ ଏହି ନିର୍ବାଚନକୁ ନେଇ ଅତ୍ୟନ୍ତ ଗମ୍ଭୀର ଅଛନ୍ତି।