Congress Leader Rahul Gandhi: ରାଲିରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ
Advertisement
Article Detail0/zeeodisha/odisha1337076

Congress Leader Rahul Gandhi: ରାଲିରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ

Parivartan Sankalp Rally:   ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ। ସାଧାରଣ ଗ୍ରାହକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ପ୍ରଦାନ କରାଯିବ। ଏହା ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରାଯିବ।

Congress Leader Rahul Gandhi: ରାଲିରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ

Parivartan Sankalp Sammelan: ସୋମବାର ସାବରମତି ରିଭର ଫ୍ରଣ୍ଟ ଠାରେ ଆୟୋଜିତ ହୋଇଥିବା ଦଳୀୟ ରାଲିକୁ ସମ୍ବୋଧିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଅବସରରେ ସେ ଚାଷୀଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ସାଧାରଣ ଉପଭୋକ୍ତାଙ୍କୁ ୫୦୦ ଟଙ୍କା ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ। ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ। ସାଧାରଣ ଗ୍ରାହକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ପ୍ରଦାନ କରାଯିବ। ଏହା ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରାଯିବ।

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଗୁଜୁରାଟ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader Rahul Gandhi)। ଏହି ଗସ୍ତ ଅବସରରେ ସେ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ (Gujarat Assembly Election 2022) ଲାଗି ଦଳୀୟ ନିର୍ବାଚନୀ ଇସ୍ତାହାର (Gujarat Congress Election Manifesto 2022) ବାବଦରେ ଘୋଷଣା କରିବା ସହ, ଶାସକ ବିଜେପି ବିରୋଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଯେ ଯଦି ଗୁଜୁରାଟରେ କଂଗ୍ରେସ ସରକାର ଗଠିତ ହୁଏ ତାହେଲେ ସାଧାପଣ ଉପଭୋକ୍ତାଙ୍କୁ ୫୦୦ ଟଙ୍କା ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ। ସୋମବାର ସାବରମତି ରିଭର ଫ୍ରଣ୍ଟ ଠାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ପରିବର୍ତ୍ତନ ସଂକଳ୍ପ ରାଲିକୁ (Parivartan Sankalp Rally) ସମ୍ବୋଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ସେ।

ଆଗାମୀ ଗୁଜୁରାଟ ବିଧାନସଭାରେ କୃଷକ ବର୍ଗର ଭୋଟ ହାତେଇବା ପାଇଁ ସେମାନଙ୍କ ଲାଗି ଲୋଭନୀୟ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ। ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରାଯିବ ବୋଲି ଘୋଷଣା କରିଛନ୍ତି କଂଗ୍ରେସ ନେତା।

ସାବରମତି ରାଲିକୁ ସମ୍ବୋଧିତ କରିବା ଅବସରରେ ଗୁଜୁରାଟରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଏନେଇ କହିଛନ୍ତି ଯେ ଗୁଜରାଟ ନିଶା କେନ୍ଦ୍ରରେ ପରିଣତ ହୋଇସାରିଛି। ସମସ୍ତ ନିଶା ଦ୍ରବ୍ୟ ରାଜ୍ୟର ମୁନ୍ଦ୍ରା ବନ୍ଦରରୁ ମିଳୁଛି। ନିଶା ଦ୍ରବ୍ୟ ଜବତ ହେବା ପ୍ରସଙ୍ଗରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଗୁଜୁରାଟ ମୁନ୍ଦ୍ରା ବନ୍ଦରରୁ ପ୍ରତି ୨-୩ ମାସ ବ୍ୟବଧାନରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ବାହାରୁଛି। ଯାହା ରାଜ୍ୟର ଯୁବପିଢିଙ୍କ ଭବିଷ୍ୟତକୁ ନଷ୍ଟ କରୁଛି। 

Also Read: Gujarat Election 2022: ଦଳୀୟ ନିର୍ବାଚନ ପ୍ରସ୍ତୁତି ବାବଦରେ କ'ଣ କହିଲେ ଅଶୋକ ଗେହୋଲତ?

ବିଜେପି ସରକାର ହଜାର ହଜାର ବିଦ୍ୟାଳୟ ବନ୍ଦ କରିଦେଇଛି। ହେଲେ କଂଗ୍ରେସ କ୍ଷମତାକୁ ଆସିବା ପରେ ୩୦୦୦ ଇଂରାଜୀ ମଧ୍ୟମ ବିଦ୍ୟାଳୟ ଖୋଲିବ। ରାଜ୍ୟରେ ବାଳିକାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। ବେକାରୀ ସମସ୍ୟାକୁ ଶେଷ କରିବାକୁ ମୁଁ ଚାହୁଁଛି। ରାଜ୍ୟରେ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇବା ଉପରେ ଧ୍ୟାନ ଦିଆଯିବ। ଏକ ଗ୍ୟାରେଣ୍ଟି ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୁଜରାଟରେ କଂଗ୍ରେସ ସରକାର ଗଠିତ ହେବ।

ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି କ୍ରମରେ ସୋମବାର ଗୁଜୁରାଟ ଗସ୍ତରେ ରାଜ୍ୟବାସୀଙ୍କ ଲାଗି ଦଳୀୟ ନିର୍ବାଚନ ଇସ୍ତାହାର ଘୋଷଣା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।