Karanataka Politics: ଲିଙ୍ଗାୟତ ସମ୍ପ୍ରଦାୟ ଦୀକ୍ଷା ନେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
Advertisement

Karanataka Politics: ଲିଙ୍ଗାୟତ ସମ୍ପ୍ରଦାୟ ଦୀକ୍ଷା ନେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ


Lingayat Sect Initiation: ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଷ୍ଟଲିଙ୍ଗ ଦୀକ୍ଷା ପ୍ରଦାନ କରାଯାଇଥିଲା ସେତେବେଳେ ମୁରୁଗା ମଠ ପକ୍ଷରୁ ଏହି ଘୋଷଣା କରାଯାଇଥିଲା ଯେ ରାହୁଲ ଗାନ୍ଧୀ ଲିଙ୍ଗାୟତ ଧର୍ମ ଗ୍ରହଣ କରୁଛନ୍ତି।

Karanataka Politics: ଲିଙ୍ଗାୟତ ସମ୍ପ୍ରଦାୟ ଦୀକ୍ଷା ନେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

Lingayat Sect Initiation: ଅଗଷ୍ଟ ୩ ତାରିଖ ବୁଧବାର ଲିଙ୍ଗାୟତ ସମ୍ପ୍ରଦାୟର ଦୀକ୍ଷା ଗ୍ରହଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକସ୍ଥିତ ଚିତ୍ରଦୁର୍ଗା ଠାରେ ଏକ ପ୍ରସିଦ୍ଧ ଲିଙ୍ଗାୟତ ମଠ ରହି ଅଛି ଯାହାକୁ ମୁରୁଗା ମଠ ନାମରେ ପରିଚିତ। ବୁଧବାର ରାହୁଲ ଗାନ୍ଧୀ ମୁରୁଗା ମଠ ଡାକ୍ତର ଶିବମୂର୍ତ୍ତି ମୁରୁଗା ଶରଣରୁ ସ୍ୱମୀଜୀଙ୍କୁ ଭେଟିଥିଲେ। ଏହି ଭେଟଘାଟ ସମୟରେ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ତାଙ୍କୁ ମଠ ମୁଖ୍ୟ ଇଷ୍ଟଲିଙ୍ଗ ଦୀକ୍ଷା ଦେବା ସହ ନିୟମ ଅନୁଯାୟୀ ତାଙ୍କ କପାଳରେ ତ୍ରିପୁଡ଼ ଲଗାଇଥିଲେ। 

ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ (Congress Leader Rahul Gandhi) ଇଷ୍ଟଲିଙ୍ଗ ଦୀକ୍ଷା (Istalinga Deeksha) ପ୍ରଦାନ କରାଯାଇଥିଲା ସେତେବେଳେ ମୁରୁଗା ମଠ (Murugha Math) ପକ୍ଷରୁ ଏହି ଘୋଷଣା କରାଯାଇଥିଲା ଯେ ରାହୁଲ ଗାନ୍ଧୀ ଲିଙ୍ଗାୟତ ଧର୍ମ (Lingayat Religion) ଗ୍ରହଣ କରୁଛନ୍ତି। ଲିଙ୍ଗାୟତ (Lingayatism) ସମ୍ପ୍ରଦାୟ ହେଉଛି ସନ୍ଥ ବାସନ୍ନାଙ୍କ (Lingayat Saint Basavanna) ନୀତି ଅନୁସରଣ କରୁଥିବା ଏକ ଧର୍ମ। ଯେଉଁଥିରେ ପ୍ରତ୍ୟେକ ଧର୍ମର ଲୋକ ଲିଙ୍ଗାୟତ ଧର୍ମ ଗ୍ରହଣ କରିବାର ସ୍ୱାଧିନତା ପାଇଛନ୍ତି। ଏହି ପ୍ରକ୍ରିୟା ଅଧିନରେ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରୁଥିବା ବ୍ୟକ୍ତି ଲିଙ୍ଗାୟତ ସମ୍ପ୍ରଦାୟ ସହିତ ଜଡିତ ବୋଲି ବିବେଚନା କରାଯାଏ। 

ଇଷ୍ଟଲିଙ୍ଗ ଦୀକ୍ଷାର ଏହି ଏହି ପ୍ରକ୍ରିୟା ଅନୁଯାୟୀ ଲିଙ୍ଗାୟତ ସାଧୁସନ୍ଥ ଲିଙ୍ଗାୟତ ସମ୍ପ୍ରଦାୟ ମନ୍ତ୍ରୋଚାରଣ ସହିତ ଲିଙ୍ଗାୟତ ଧର୍ମ ଗ୍ରହଣ କରୁଥିବା ଲୋକଙ୍କୁ ଇଷ୍ଟଲିଙ୍ଗ ଧାରଣ କରାଇଥାନ୍ତି। ଯାହା ପରେ ଅନୁମାନ କରାଯାଏ ଯେ ସେହି ବ୍ୟକ୍ତି ଲିଙ୍ଗାୟତ ଧର୍ମ ଗ୍ରହଣ କରିଛନ୍ତି। ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିବା ପରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ ସେ ଭାଗ୍ୟବାନ ଯେ ସେ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିଛନ୍ତି ଏବଂ ସନ୍ଥ ବାସବନ୍ନାଙ୍କ ବାବଦରେ ଅଧିକ ଜାଣିବା ଏବଂ ପଢିବା ପାଇଁ ବହୁତ ଆଗ୍ରହୀ ଅଛନ୍ତି।

ଆସନ୍ତାବର୍ଷ ହେବାକୁ ଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ (Karnataka Legislative Assembly 2023) । ରାଜ୍ୟ ରାଜନୀତିରେ ଲିଙ୍ଗାୟତ ସମ୍ପ୍ରଦାୟର (Lingayat Community) ଏକ ବୃହତ ଭୋଟ୍ ବ୍ୟାଙ୍କ (Lingayat Vote Bank) ରହିଛି। ଲିଙ୍ଗାୟତ ସମ୍ପ୍ରଦାୟ ହେଉଛି କର୍ଣ୍ଣାଟକ ରାଜନୀତିରେ (Karnataka Politics) ବିଜେପିର (BJP) ମୁଖ୍ୟ ଭୋଟ୍ ବ୍ୟାଙ୍କ। 

Also Read: Karnataka Politics: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବି.ଏସ ୟେଦିୟୁରାପ୍ପାଙ୍କ ବଡ଼ ଘୋଷଣା