Karnataka Politics: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବି.ଏସ ୟେଦିୟୁରାପ୍ପାଙ୍କ ବଡ଼ ଘୋଷଣା
Advertisement

Karnataka Politics: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବି.ଏସ ୟେଦିୟୁରାପ୍ପାଙ୍କ ବଡ଼ ଘୋଷଣା

Karnataka Assembly Election 2022: ଦଳର ତାଙ୍କୁ ଅବହେଳା କରାଯାଉଥିବା ନେଇ ହେଉଥିବା ଚର୍ଚ୍ଚା ଅଥବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁରୁଖା ବିଜେପି ନେତା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରାପ୍ପା।

Karnataka Politics: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବି.ଏସ ୟେଦିୟୁରାପ୍ପାଙ୍କ ବଡ଼ ଘୋଷଣା

Karnataka Assembly Election 2022: କର୍ଣ୍ଣାଟକ ବିଜେପିର ପୁରୁଖା ଚେହେରା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରାପ୍ପା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ସେ ତାଙ୍କ ଆସନ ପୁଅ ବିଜୟେନ୍ଦ୍ରଙ୍କ ପାଇଁ ଖାଲି କରୁଛନ୍ତି। ଏହା ସହିତ ଆଗାମୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ରାଜ୍ୟର ପୂର୍ବତନ। ରାଜ୍ୟର ସିମୋଗା ଜିଲ୍ଲାରେ ଅବସ୍ଥିତ ଶିକାରୀପୁରା ବିଧାନସଭା ଆସନର ମତଦାତାଙ୍କୁ ନିବେଦନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ୟେଦିୟୁରାପ୍ପା କହିଛନ୍ତି ଯେ ଲୋକେ ତାଙ୍କ ପୁଅକୁ ସମର୍ଥନ କରିବା ଆବଶ୍ୟକ। ଯାହା ଦ୍ୱାରା ସେ ନିର୍ବାଚନରେ ​​ଏକ ବଡ଼ ବିଜୟ ହାସଲ କରିପାରିବେ।

ଦଳର ତାଙ୍କୁ ଅବହେଳା କରାଯାଉଥିବା ନେଇ ହେଉଥିବା ଚର୍ଚ୍ଚା ଅଥବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁରୁଖା ବିଜେପି ନେତା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରାପ୍ପା। ଏନେଇ ସେ କହିଛନ୍ତି ଯେ ସେ ଜଣେ ଦଳୀୟ କର୍ମକର୍ତ୍ତା ଭାବେ ଦଳ ପାଇଁ କାମ କରିବେ। ଏବଂ କଂଗ୍ରେସକୁ ରାଜ୍ୟରେ କ୍ଷମତାକୁ ଆସିବାକୁ ଦେବେ ନାହିଁ। ବିରୋଧି ଦଳ କଂଗ୍ରେସ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି। ଏହି କାରଣରୁ ଦଳର ବରିଷ୍ଠ ନେତା ତଥା ବିରୋଧିଦଳ ନେତା ସିଦ୍ଧରମୈୟା ଏବଂ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ପଦ ପାଇଁ ପରସ୍ପର ମଧ୍ୟରେ ଲଢୁଛନ୍ତି। ରାଜ୍ୟରେ ପୁଣିଥରେ ତାଙ୍କ ଦଳ ସରକାର ଗଠନ କରିବାକୁ ଯାଉଛି ବୋଲି କହିଛନ୍ତି କର୍ଣ୍ଣାଟକ ବିଜେପିର ପୁରୁଖା ଚେହେରା ବି.ଏସ ୟେଦିୟୁରାପ୍ପା।

ଗୁରୁବାର ବିଏସ ୟେଦିୟୁରାପ୍ପା କହିଛନ୍ତି ଯେ ସେ କେ.ଆର ପେଟ ଏବଂ ମାଣ୍ଡ୍ୟା ଜିଲ୍ଲା ପରିଦର୍ଶନ କରିବେ। ସେ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର କ୍ରୀଡା ମନ୍ତ୍ରୀ ନାରାୟଣ ଗୌଡାଙ୍କ ବିଜୟ ତାଙ୍କ ପୁଅ ବିଜୟେନ୍ଦ୍ର ନିଶ୍ଚିତ କରିଥିଲେ। ବିଜୟେନ୍ଦ୍ର ତାଙ୍କ ପାଇଁ ବହୁ ପରିଶ୍ରମ କରିଥିଲେ। ବର୍ତ୍ତମାନ ଆମ ଦଳର ନେତା ନାରାୟଣ ଗୌଡା ଜିଲ୍ଲାର ୩-୪ ବିଧାନସଭା ଆସନରେ ଦଳୀୟ ​​ବିଜୟ ନିଶ୍ଚିତ କରିବାକୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା କହିଛନ୍ତି ଯେ ସେ ଅଂଶଗ୍ରହଣ କରୁଥିବା କେ.ଆର ପେଟ ଠାରେ ଏକ ବିଶାଳ ସମ୍ମିଳନୀ ଆୟୋଜନ କରାଯାଉଛି। ଦଳୀୟ ମହଲରେ ଚର୍ଚ୍ଚା ହେଉଛି ଯେ ଦୀର୍ଘ ଦିନର ବ୍ୟବଧାନ ପରେ ୟେଦିୟୁରୁପ୍ପା ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତିଯ କାରଣ ବର୍ତ୍ତମାନ ଦଳର ରାଜ୍ୟ ଶାଖା ଉପାଧ୍ୟକ୍ଷ ରହିଥିବା ତାଙ୍କ ପୁଅ ବିଜୟେନ୍ଦ୍ରଙ୍କ ଭବିଷ୍ୟତ ବାବଦରେ ଦଳୀୟ ହାଇକମାଣ୍ଡ ଠାରୁ ଆତ୍ମବିଶ୍ୱାସ ମିଳିଛି। କର୍ଣ୍ଣାଟକ କଂଗ୍ରେସ ନେତା ଶିବକୁମାର ଏବଂ ଜେଡିଏସ ନେତା କୁମାରସ୍ୱାମୀ ଭୋକାଲିଗା ସମ୍ପ୍ରଦାୟ ଉପରେ ସେମାନଙ୍କ ଦାବି ଉପସ୍ଥାପନ କରୁଛନ୍ତି। ରାଜ୍ୟରେ ସମାନ ପ୍ରଭାବଶାଳୀ ଥିବା ବୀରଶୈବ-ଲିଙ୍ଗାୟତ ସମ୍ପ୍ରଦାୟକୁ ମଜବୁତ କରିବା ପାଇଁ ଦଳର ପୁରୁଖା ନେତା ୟେଦିୟୁରପ୍ପାଙ୍କୁ ବ୍ୟବହାର କରିବାକୁ ଚାହୁଁଛି ବିଜେପି।

କାରଣ କର୍ଣ୍ଣାଟକ ରାଜନୀତିରେ ଲିଙ୍ଗାୟତ ସମ୍ପ୍ରଦାୟ ହେଉଛି ବିଜେପିର ପାରମ୍ପରିକ ଭୋଟବ୍ୟାଙ୍କ। ଯାହାର ସମର୍ଥନ ବଳରେ ବିଜେପି ଦଳର ପୁରୁଖା ନେତା ବିଏସ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ସରକାର ଗଠନ କରିବାରେ ସକ୍ଷମ ହୋଇଛି।

Also Read: ନିଜ ନେଇଥିବା ନିଷ୍ପତ୍ତି ଫେରାଇ ନିଅନ୍ତୁ ମୁଖ୍ୟମନ୍ତ୍ରୀ ବୋମାଇ: ୟେଦିୟୁରାପ୍ପା