ସେପ୍ଟମ୍ବର ମାସରେ ନୂଆ ଅଧ୍ୟକ୍ଷ ପାଇବ କଂଗ୍ରେସ; ଭୋଟ ଦେବେ ୬ କୋଟି ସଦସ୍ୟ
Advertisement
Article Detail0/zeeodisha/odisha1162451

ସେପ୍ଟମ୍ବର ମାସରେ ନୂଆ ଅଧ୍ୟକ୍ଷ ପାଇବ କଂଗ୍ରେସ; ଭୋଟ ଦେବେ ୬ କୋଟି ସଦସ୍ୟ

ଆସନ୍ତା ସେପ୍ଟମ୍ବର ପର୍ଯ୍ୟନ୍ତ ନୂଆ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବେ।

ସେପ୍ଟମ୍ବର ମାସରେ ନୂଆ ଅଧ୍ୟକ୍ଷ ପାଇବ  କଂଗ୍ରେସ;  ଭୋଟ ଦେବେ ୬ କୋଟି ସଦସ୍ୟ

ନୂଆଦିଲୀ:  ଆଗାମୀ ବିଧାନସଭା ସହ ୨୦୨୪ ଲୋକସଭା  ନିର୍ବାଚନ  ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ।  ଏନେଇ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରସ୍ତୁତି। ଏହାକୁ  ନେଇ ବିଗତ ଦିନରେ  କଂଗ୍ରେସ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇସାରିଛି।  ନିର୍ବାଚନ ପ୍ରସ୍ତୁତିକୁ ନେଇ ଦଳରେ ଆରମ୍ଭ ହୋଇଛି ପ୍ରକ୍ରିୟା।  ଏହି  ବୈଠକରେ ଦଳୀୟ ନିର୍ବାଚନ ବାବଦରେ  ରଣନୀତି ପ୍ରଦାନ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। 

ଏନେଇ କୁହାଯାଇଛି ଯେ  କଂଗ୍ରେସ ଦଳର ଅଧ୍ୟକ୍ଷ  ନିଯୁକ୍ତି ସର୍ବସମ୍ମତିକ୍ରମେ ନିର୍ବାଚନ ଦ୍ୱାରା କରାଯିବା ଆବଶ୍ୟକ। ଏବେ ଦଳ ପ୍ରଶାନ୍ତ କିଶୋରଙ୍କ ପକ୍ଷରୁ ଦିଆଯାଇଥିବା  ସୁଧାର ପ୍ରସ୍ତାବ ଉପରେ ବିଚାର ବିମର୍ଶ କରୁଛି।  ଦଳ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇରହିଛି। ଏନେଇ ୬ କୋଟି କଂଗ୍ରେସ କର୍ମୀ  ନାମାଙ୍କନ ଦାଖଲ କରିଛନ୍ତି।  କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକାରଣ  ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ  କହିଛନ୍ତି ଦଳୀୟ ସଦସ୍ୟତା ଅଭିଯାନ ଶେଷ ହୋଇଛି। 

ଏନେଇ ସେ କହିଛନ୍ତି ଡିଜିଟାଲ ମାଧ୍ୟମ ମାଧ୍ୟମରେ ପ୍ରାୟ ୨.୬ କୋଟି  ସଦସ୍ୟ ନାମାଙ୍କନ ଦାଖଲ କରିଛନ୍ତି।  ବାକି  ନାମାଙ୍କନ ଅଫ୍ ଲାଇନ ମାଧ୍ୟମରେ କରାଯାଇଛି।  ସେମାନଙ୍କର ମୋଟ ସଂଖ୍ୟା  ଆଉ କିଛି ଦିନ ମଧ୍ୟରେ ଚୂଡାନ୍ତ ହେବ।  ଗତ ୧୫ ଅପ୍ରେଲ ପର୍ଯ୍ୟନ୍ତ  ଯେଉଁ ସଦସ୍ୟ ନାମାଙ୍କନ ଭରିଛନ୍ତି  ସେମାନେ ଦଳୀୟ ସାଙ୍ଗଠନିକ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ।  ଏହି ନିର୍ବାଚନ ପ୍ରାଥମିକ ସ୍ତରରୁ ଆରମ୍ଭ ହେବ।  ଏହା ପରେ ବୁଥ୍,  ବ୍ଲକ, ଜିଲ୍ଲା ଏବଂ  ରାଜ୍ୟ ସ୍ତରୀୟ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହେବ। 

Also Read: 'କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରନ୍ତୁ ରାହୁଲ ଗାନ୍ଧୀ'

ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ସମଗ୍ର ଦେଶରେ ୭୫୬  ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛି କଂଗ୍ରେସ।  ଦଳ  କଂଗ୍ରେସ କାର୍ଯ୍ୟକାରୀ କମିଟି  କାର୍ଯ୍ୟକ୍ରମକୁ ଅନୁସରଣ କରୁଛି। ଆସନ୍ତା ସେପ୍ଟମ୍ବର ପର୍ଯ୍ୟନ୍ତ ନୂଆ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବେ। ରାହୁଲ ଗାନ୍ଧୀ ଏହି ପଦ ପାଇଁ ପ୍ରତିଯୋଗୀତା କରିବେ ନାହିଁ  ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  ଗତ ୨୦୧୯ ଲୋକସଭା ନିର୍ବାଚନରେ ଦଳୀୟ ପରାଜୟ ପରେ  କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିଥିଲେ ରାହୁଲ ଗାନ୍ଧୀ। ଏହା ପରେ ସୋନିଆ ଗାନ୍ଧୀଙ୍କୁ ଦଳ କାର୍ଯ୍ୟକାରୀ ସଭାପତି କରାଯାଇଥିଲା।