Congress President Election: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଲଢ଼ିବାକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ୍ଗେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ତୃତୀୟ ପ୍ରାର୍ଥୀ ଭାବରେ ନଜର ଆସିବେ ।
Trending Photos
Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଅନ୍ତିମ ଦିନ । ବର୍ତ୍ତମାନ ଏହି ଲଢ଼େଇ ଜୋରଦାର ରୋଚକ ହେବାକୁ ଯାଉଛି । ଗୁରୁବାର ଦିନ ରାତିରେ ପୃଥ୍ୱୀରାଜ ଚହ୍ୱାନ, ମନୀଷ ତେୱାରୀ, ଭୁପେନ୍ଦ୍ର ହୁଡ୍ଡାଙ୍କ ସମେତ କିଛି ଜି-୨୩ ନେତା ଆନନ୍ଦ ଶର୍ମାଙ୍କ ବାସଭବନରେ ଏକ ବୈଠକ କରିଛନ୍ତି । ଖବର ଅନୁସାରେ ଏହି ନେତାମାନେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଘଟୁଥିବା ସମଗ୍ର ସାମ୍ପ୍ରତିକ ପରିସ୍ଥିତି ଉପରେ ଚର୍ଚ୍ଚା କରିଛନ୍ତି । ଏଥି ସହ ଆଜି ସକାଳେ ଖବର ଆସିଥିଲା ଯେ ଗାନ୍ଧୀ ପରିବାରର ବିଶ୍ୱସ୍ତ ତଥା ରାଜ୍ୟସଭାର ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ନିଜ ନାମାଙ୍କନ ଦାଖଲ କରିପାରିନ୍ତି । ଯଦି ଏହା ଘଟେ ତେବେ ଏହି ନିର୍ବାଚନରେ ଦିଗବିଜୟ ସିଂ ଓ ଶଶି ଥରୁରଙ୍କ ସହ ଏକ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ ।
କଂଗ୍ରେସ ଭେଟେରାନ ଦିଗବିଜୟ ସିଂ ଗୁରୁବାର ଦିନ କହିଛନ୍ତି ଯେ ଅଶୋକ ଗେହଲୋଟ୍ ରେସରୁ ବାହାରିବା ଯିବା ପରେ ସେ ଶୁକ୍ରବାର ଦିନ ଅଧ୍ୟକ୍ଷ ନିର୍ବାଚନ ପାଇଁ ସେ ନିଜର ନାମାଙ୍କନପତ୍ର ଦାଖଲ କରିବେ । କଂଗ୍ରେସ ସାଂସଦ ଶଶି ଥରୁର ଆଜି ୧୨ ଟା ୧୫ ମିନିଟରେ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନିଜର ନାମାଙ୍କନପତ୍ର ଦାଖଲ କରିବେ । କଂଗ୍ରେସର ଶୀର୍ଷ ପଦ ପାଇଁ ନାମାଙ୍କନର ଆଜି ଅର୍ଥାତ ସେପ୍ଟେମ୍ବର ୩୦ ଶେଷଦିନ । ଅକ୍ଟୋବର ୧୭ ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।
କଂଗ୍ରେସ ଦଳ ସହ ଜଡିତ ସୂତ୍ର ଦାବି କରିଛି ଯେ ବରିଷ୍ଠ ନେତା ମିଲିକାର୍ଜୁନ ଖଡ୍ଗେ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ନିଜ ନାମାଙ୍କନ ଦାଖଲ କରିପାରନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଲଢ଼ିବାକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ୍ଗେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ତୃତୀୟ ପ୍ରାର୍ଥୀ ଭାବରେ ନଜର ଆସିବେ । କହିରଖୁଛୁ ଯେ ପୂର୍ବରୁ ଶଶି ଥରୁର ଓ ଦିଗବିଜୟ ସିଂଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ଓ ଏମାନେ ଆଜି ନାମାଙ୍କନପତ୍ର ଦାଖଲ କରିବେ ।
ଅଶୋକ ଗେହଲୋଟ୍ ଗତକାଲି ସୋନିଆ ଗାନ୍ଧୀଙ୍କୁ ଭେଟି ରାଜସ୍ଥାନରେ ତାଙ୍କ ପ୍ରତି ବିଶ୍ୱସ୍ତ ବିଧାୟକଙ୍କ ବିଦ୍ରୋହ ପାଇଁ ନୈତିକ ଦାୟିତ୍ୱକୁ ସ୍ୱୀକାର କରିଥିଲେ । ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସଚିନ୍ ପାଇଲଟ୍ ମଧ୍ୟ ବିଳମ୍ବିତ ରାତିରେ କଂଗ୍ରେସ ଅଧ୍ୟକ୍ଷଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ । ୨୦୨୩ ନିର୍ବାଚନରେ କଂଗ୍ରେସ ମଧ୍ୟ ଜିତିବା ନିଶ୍ଚିତ କରିବା ତାଙ୍କର ପ୍ରାଥମିକତା ବୋଲି ପାଇଲଟ ସୋନିଆଙ୍କୁ କହିଛନ୍ତି । ଏହି ସମୟରେ, ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି ଭେନୁଗୋପାଲ ଗଣମାଧ୍ୟମକୁ କହିଛନ୍ତି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ଏହା ଦୁଇ ଦିନ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ।
ଏହା ବି ପଢ଼ନ୍ତୁ: Himanta Biswa Sarma on Rahul: 'ରାଜନୀତି ପାଇଁ ରାହୁଲ ଅନଫିଟ୍, ବୈଠକ ଛାଡି ପଳାଇ ଯାଆନ୍ତି ଜଗିଂ କରିବାକୁ'