କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ CWC ବୈଠକରେ ନିଆଗଲା ବଡ ନିଷ୍ପତ୍ତି
Advertisement
Article Detail0/zeeodisha/odisha833005

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ CWC ବୈଠକରେ ନିଆଗଲା ବଡ ନିଷ୍ପତ୍ତି

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ (Rahul Gandhi) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଥିଲେ । କଂଗ୍ରେସରେ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଚାଲିଛି ଯେ ରାହୁଲ ପୁଣିଥରେ ଅଧ୍ୟକ୍ଷର ମୁକୁଟ ପିନ୍ଧିପାରନ୍ତି । 

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ CWC ବୈଠକରେ ନିଆଗଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: କଂଗ୍ରେସରେ ଅଧ୍ୟକ୍ଷ (Congress President) ପଦ ପାଇଁ ଚଳିତ ବର୍ଷ ମେ ମାସରେ  ନିର୍ବାଚନ ଅନୁଷ୍ଠିତ ହେବ। ଶୁକ୍ରବାର କଂଗ୍ରେସ ୱାର୍କିଂ କମିଟି (CWC) ର ବୈଠକରେ ଏହା ଘୋଷଣା କରାଯାଇଛି । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଂଗଠନର ନିର୍ବାଚନ କରିବ, ଯେଉଁଥିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଛି ।

ଅଧିକ ପଢ଼ନ୍ତୁ:-ଏବେ ଲୋକସଭା ନିର୍ବାଚନ ହେଲେ ବିଜେପିକୁ ମାତ୍ ଦେଇପାରିବ କି କଂଗ୍ରେସ? ଜାଣନ୍ତୁ...

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ (Rahul Gandhi) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଥିଲେ । କଂଗ୍ରେସରେ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଚାଲିଛି ଯେ ରାହୁଲ ପୁଣିଥରେ ଅଧ୍ୟକ୍ଷର ମୁକୁଟ ପିନ୍ଧିପାରନ୍ତି । ତେବେ ଅନେକ ଥର ଗାନ୍ଧୀ ପରିବାରରୁ ଅଲଗା ବ୍ୟକ୍ତିଙ୍କୁ ଅଧ୍ୟକ୍ଷ କରିବାର ସ୍ୱର ମଧ୍ୟ ଦଳରେ ଉଠିଛି ।

ଅଧିକ ପଢ଼ନ୍ତୁ:-'ନିର୍ବାଚନ ଜିତିବା ପାଇଁ ପୁଲୱାମାରେ ୪୦ ଯବାନଙ୍କ ରକ୍ତ ଝରାଇଛି ବିଜେପି, ଚାଟରୁ ଖୁଲାସା'

ସେପଟେ କଂଗ୍ରେସ ୱାର୍କିଂ କମିଟି ବୈଠକରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ଅଭିଭାଷଣରେ ମୋଦି ସରକାର (Modi Govt) ଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ସମ୍ବେଦନହୀନତା ଓ ଅହଂକାରର ସମସ୍ତ ସୀମା ଅତିକ୍ରମ କରିଛନ୍ତି । କୃଷକ ଆନ୍ଦୋଳନ ସମ୍ପର୍କରେ ସୋନିଆ କହିଛନ୍ତି ଯେ ସରକାର ଏହି ଆଇନଗୁଡ଼ିକୁ ଶୀଘ୍ର ପାରିତ କରିଛନ୍ତି । ସଂସଦରେ କୃଷି ଆଇନକୁ ସଠିକ୍ ଭାବରେ ବୁଝିବାକୁ ସୁଯୋଗ ଦିଆଯାଇ ନାହିଁ ଏବଂ ବର୍ତ୍ତମାନ ବୈଠକ ଚାଲିଛି । କଂଗ୍ରେସ ଏହି ତିନୋଟି ଆଇନକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିସାରିଛି, ଏହି ଆଇନଗୁଡ଼ିକ ଏମଏସପି ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।