Congress President: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ଦାବିଦାର ଉପରେ ଗେହଲୋଟ୍ କହିଛନ୍ତି ଯେ, ଦଳର ଏକପାଖିଆ ମତ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ହେବା ଓ ସମଗ୍ର ଦେଶରେ କଂଗ୍ରେସ କର୍ମୀଙ୍କ ଭାବନାକୁ ବୁଝି ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଉଚିତ୍ ।
Trending Photos
ନୂଆଦିଲ୍ଲୀ: Congress President: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ (Congress President) ପଦର ନିର୍ବାଚନ ସହ ଦଳ ଏଥର ଏକ ବଡ଼ ପରିବର୍ତ୍ତନ ଆଣିବା ମୁଡରେ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM) ଅଶୋକ ଗେହଲୋଟଙ୍କୁ କଂଗ୍ରେସର କମାଣ ସମ୍ଭାଳିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ଏ ବିଷୟରେ କୌଣସି ସୂଚନା ତାଙ୍କୁ ମିଳି ନାହିଁ ବୋଲି ଅଶୋକ ଗେହଲୋଟ୍ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ, "ମୁଁ ଗଣମାଧ୍ୟମରୁ ଏହା ଶୁଣୁଛି । ମୁଁ ଏହା ବିଷୟରେ ଜାଣି ନାହିଁ । ମୋତେ ଦିଆଯାଇଥିବା ଦାୟିତ୍ୱ ମୁଁ ନିର୍ବାହ କରୁଛି ।" ସେପଟେ ବିଗତ ଦିନରେ ଅଶୋକ ଗେହଲୋଟ୍ କହିଥିଲେ ଯେ ରାହୁଲ ଗାନ୍ଧୀ (Rahul Gandhi) ଦଳର କମାଣ ନିଜ ହାତକୁ ନେବା ଉଚିତ, ଯଦି ସେ ଏହା ନକରନ୍ତି ତେବେ ଦଳର ନେତା ଓ କର୍ମୀମାନେ ନିରାଶ ହେବେ ।
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ଦାବିଦାର ଉପରେ ଗେହଲୋଟ୍ କହିଛନ୍ତି ଯେ, ଦଳର ଏକପାଖିଆ ମତ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ହେବା ଓ ସମଗ୍ର ଦେଶରେ କଂଗ୍ରେସ କର୍ମୀଙ୍କ ଭାବନାକୁ ବୁଝି ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଉଚିତ୍ । ଏହା ସହିତ ଗେହଲୋଟ କହିଛନ୍ତି ଯେ, ଯଦି ରାହୁଲ ଦଳର ଅଧ୍ୟକ୍ଷ ନ ହୁଅନ୍ତି, ତେବେ କଂଗ୍ରେସ କର୍ମୀମାନେ ନିରାଶ ହେବେ । ଦଳର ନୂତନ ଅଧ୍ୟକ୍ଷଙ୍କୁ ନେଇ ଚାଲୁଥିବା କଳ୍ପନାଜଳ୍ପନା ସମ୍ପର୍କରେ ପଚରାଯାଇଥିବା ବେଳେ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବା ଆବଶ୍ୟକ ।
ସେ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ନ ହୁଅନ୍ତି ତେବେ ସାରା ଦେଶରେ ଥିବା କଂଗ୍ରେସ କର୍ମୀଙ୍କୁ ନିରାଶ କରିବ । ଅନେକ ଲୋକ ଘରେ ବସିବେ ଓ ଆମକୁ କଷ୍ଟ ହେବ । ସେ ସମଗ୍ର ଦେଶର ସାଧାରଣ କଂଗ୍ରେସ କର୍ମୀଙ୍କ ଭାବନାକୁ ବୁଝି ଏହି ପଦ ଗ୍ରହଣ କରିବା ଉଚିତ୍ । ଏହା ଗାନ୍ଧୀ କିମ୍ବା ଅଣ-ଗାନ୍ଧୀ ପରିବାରର ବିଷୟ ନୁହେଁ, ଏହା ସଂଗଠନର କାର୍ଯ୍ୟ କେହି ପ୍ରଧାନମନ୍ତ୍ରୀ ତ ହେଉନାହାଁନ୍ତି ।
ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୨୭ ଟ୍ରେନ୍, ୧୧ ଡାଇଭର୍ଟ, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍
ଏହା ବି ପଢ଼ନ୍ତୁ:-ଖୁସି ଖବର! ଏହି ୧୭ଟି ବ୍ୟାଙ୍କର ଗ୍ରାହକଙ୍କୁ ମିଳିବ ୫-୫ ଲକ୍ଷ ଟଙ୍କା, ଦୀପାବଳୀ ପୂର୍ବରୁ ଆକାଉଣ୍ଟରେ ଜମା ହେବ ଟଙ୍କା
ଏହା ବି ପଢ଼ନ୍ତୁ:-ପୁଣି ନିଜ ସରକାରଙ୍କୁ ଟାର୍ଗେଟ କଲେ ନୀତିନ ଗଡ଼କରୀ! ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତାର କଲେ ଖୁଲାସା
ସେପଟେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ କହିଥିଲେ ଯେ, ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣି ଥରେ ଜିତିବ । ୨୦୨୩ର ନିର୍ବାଚନ ଜିତିବେ ଓ ପରେ ୨୦୨୪ ନିର୍ବାଚନ ଏଥର ପିଏମ ମୋଦି (PM Modi) ଙ୍କ ପାଇଁ ସହଜ ଖେଳ ହେବ ନାହିଁ ।
ସେ କହିଥିଲେ ଯେ, "ମୋର ବିଶ୍ୱାସ ଯେ ଯେଉଁଭଳି ଭାବେ ତାଙ୍କର (ପିଏମ ମୋଦି) ଘେରାବନ୍ଦୀ ହେଉଛି ଓ ଯେଉଁଭଳି ଭାବେ ବିହାରରେ ନୀତିଶ କୁମାର ତାଙ୍କୁ ଝଟକା ଦେଇଛନ୍ତି, ଏହାପରେ ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କରାଯାଇଥିବା କଂଗ୍ରେସର ଆନ୍ଦୋଳନରୁ ମୋଦି ସରକାର ଦୋହଲି ଯାଇଛନ୍ତି । ୨୦୨୪ରେ ଯେକୌଣସି ଫଳାଫଳ ହୋଇପାରେ । ଦରଦାମ୍ ବୃଦ୍ଧି ଓ ବେକାରୀ ହେଉଛି ବଡ଼ ସମସ୍ୟା, ଦଳ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଜାରି ରଖିବ ।"