ବିହାର ପରେ ଓଡିଶାରେ ଟିକା ପଲିଟିକ୍ସ
Advertisement

ବିହାର ପରେ ଓଡିଶାରେ ଟିକା ପଲିଟିକ୍ସ

ବିହାର ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ପ୍ରଭାବ ଏବେ ଓଡିଶାରେ ଅନୁଭୂତ ହୋଇଛି। କୋରୋନା ଟିକା ଉପଲବ୍ଧ ହେବା ପରେ ଏହାକୁ ମାଗଣାରେ ଦେବା ପାଇଁ ଓଡିଶା ସରକାର ଘୋଷଣା କରନ୍ତୁ ବୋଲି ଦାବି ଉଠିଛି।

ବିହାର ପରେ ଓଡିଶାରେ ଟିକା ପଲିଟିକ୍ସ

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ରାଜ୍ୟରେ କୋରୋନା ଟିକା (Corona Vaccine) ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିହାରରେ ୫ମ ଥର ପାଇଁ ସରକାର ଗଠନ କରିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (CM Nitish Kumar) ଘୋଷଣା କରିଛନ୍ତି ଦେଶକୁ କୋଭିଡ୧୯ ଟିକା ଆସିଲେ ରାଜ୍ୟବାସୀଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯିବ।

ବିହାର ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ପ୍ରଭାବ ଏବେ ଓଡିଶାରେ ଅନୁଭୂତ ହୋଇଛି। କୋରୋନା ଟିକା ଉପଲବ୍ଧ ହେବା ପରେ ଏହାକୁ ମାଗଣାରେ ଦେବା ପାଇଁ ଓଡିଶା ସରକାର ଘୋଷଣା କରନ୍ତୁ ବୋଲି ଦାବି ଉଠିଛି। ଏନେଇ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି (BJP) କହିଛି ବିହାର ଭଳି ରାଜ୍ୟ ସରକାର ଟିକା ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରନ୍ତୁ। ଅନ୍ୟପଟେ କଂଗ୍ରେସ (Congress) କହିଛି ନିର୍ବାଚନ ନିକଟରେ ରହିଥିଲେ ଭୋଟ ପାଇଁ ସରକାର ଆଗୁଆ ଘୋଷଣା କରିସାରନ୍ତେଣି। ଆଗକୁ ପଞ୍ଚାୟତ (Panchayat Election), ପୌର ନିର୍ବାଚନ (Civic Poll) ରହିଥିବା ବେଳେ ଏହାର ଠିକ ପୂର୍ବରୁ ରାଜ୍ୟବାସୀଙ୍କୁ କୋରୋନା ଟିକା ମାଗଣାରେ ଦିଆଯିବ ବୋଲି ଘୋଷଣା କରି ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି।

Also Read: ଇନ୍ଧନ ଦର ବୃଦ୍ଧି; ଟିକସକୁ ନେଇ ମୁହାଁମୁହିଁ ଶାସକ-ବିରୋଧି

 

ସେପଟେ ଶାସକ ବିଜେଡି (BJD) କହିଛି କୋରୋନା ପରିଚାଳନା କ୍ଷେତ୍ରରେ ରାଜ୍ୟ ସମଗ୍ର ଦେଶ ତଥା ବିଶ୍ୱରେ ପ୍ରଶଂସିତ ହୋଇଛି। ଏପରିକି ଟିକାକରଣ (Corona vaccination) ପାଇଁ ମଧ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ଟିକା ଆସିଲେ ଏନେଇ ନିଷ୍ପତ୍ତି ନିଆଯିବ। ଏଭଳି ସମୟରେ ଟିକାକୁ ନେଇ ବିରୋଧି ରାଜନୀତି କରିବା ଗ୍ରହଣୀୟ ନୁହେଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କରି ଦେଇଛନ୍ତି ଜୋରଦାର ପ୍ରସ୍ତୁତି। କରୋନା ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ଲୋକଙ୍କୁ ପ୍ରାଥମିକତା ଦିଆଯିବ।