ଅଧ୍ୟକ୍ଷ ପଦକୁ ନେଇ ଗୃହରେ ହଙ୍ଗାମା; କଂଗ୍ରେସ-ବିଜେପି ହାତାହାତି
Advertisement
Article Detail0/zeeodisha/odisha807483

ଅଧ୍ୟକ୍ଷ ପଦକୁ ନେଇ ଗୃହରେ ହଙ୍ଗାମା; କଂଗ୍ରେସ-ବିଜେପି ହାତାହାତି

କର୍ଣ୍ଣାଟକ ବିଧାନ ପରିଷଦ ଅଧ୍ୟକ୍ଷ ପଦକୁ ନେଇ ମୁହାଁମୁହାଁ ହେବା ସହ ହାତାହାତି ହୋଇଛନ୍ତି ବିଜେପି-ଜେଡିଏସ ଏବଂ କଂଗ୍ରେସ।   

ଅଧ୍ୟକ୍ଷ ପଦକୁ ନେଇ ଗୃହରେ ହଙ୍ଗାମା; କଂଗ୍ରେସ-ବିଜେପି ହାତାହାତି

ବେଙ୍ଗାଲୁରୁ: ମଙ୍ଗଳବାର କର୍ଣ୍ଣାଟକ ବିଧାନ ପରିଷଦ (Karnataka Legislative Council) ଗୃହରେ ଶାସକ-ବିରୋଧି ପକ୍ଷ ମଧ୍ୟରେ ମୁହାଁମୁହିଁ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର  ମୁଖ୍ୟ ବିରୋଧି ଦଳ କଂଗ୍ରେସ (Congress) ଏହି ଗୃହର ଚେୟାରମ୍ୟାନଙ୍କୁ (MLC Chairman) ବିରୋଧ କରିଥିଲା। ଏପରିକି ଦଳର ବିଧାନ ପରିଷଦ ସଦସ୍ୟ ଅଧ୍ୟକ୍ଷଙ୍କ ଗାଦିକୁ ଭିଡାଭିଡି କରିବା ପରେ ଏହାକୁ ହଟାଇ ଦେଇଥିଲା। ଯାହାକୁ ନେଇ ବିରୋଧିଙ୍କ ସହ ଶାସକ ବିଜେପି (BJP) ସଭ୍ୟଙ୍କ ହାତାହାତି ହୋଇଥିଲା।   

 
ଡିସେମ୍ବର ୧୫ ତାରିଖ ମଙ୍ଗଳବାର କର୍ଣ୍ଣାଟକ ବିଧାନ ପରିଷଦରେ ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ସଭ୍ୟଙ୍କ ମଧ୍ୟରେ ହାତାହାତି ଆରମ୍ଭ ହୋଇଥିଲା। ବିଜେପି ପକ୍ଷରୁ ରାଜ୍ୟ ବିଧାନ ପରିଷଦର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସେଟ୍ଟୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ଥାବ ଆଗତ କରିବା ପାଇଁ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅଧିବେଶନ ବସିଥିଲା। 

ଯଦିଓ ବିଧାନ ପରିଷଦରେ ଶାସକ ବିଜେପିର ସଂଖ୍ୟା ବଳ କମ ରହିଛି, ହେଲେ ଜନତା ଦଳ ସେକ୍ୟୁଲାର-ଜେଡିଏସ (JDS-Janata Dal Secular) ସମର୍ଥନକ୍ରମେ ଏହି ପ୍ରସ୍ତାବ ଆଗତ କରିଥିଲା ବିଜେପି। ଜେଡିଏସ ସମର୍ଥନ ବଳରେ କଂଗ୍ରେସ ସମର୍ଥିତ ବିଧାନ ପରିଷଦର ଅଧ୍ୟକ୍ଷଙ୍କୁ ହଟାଇବାକୁ ଯୋଜନା କରିଥିଲା ବିଜେପି।              

ବିଧାନ ପରିଷଦ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଗତ ହେବାକୁ ଥିବା ଅନାସ୍ଥା ପୂର୍ବରୁ ବିଜେପି-ଜେଡିଏସ ପକ୍ଷରୁ ଦାବି ଉଠିଥିଲା ଚେୟାରମ୍ୟାନ ଆସନରେ ବର୍ତ୍ତମାନର ଅଧ୍ୟକ୍ଷଙ୍କ ପରିବର୍ତ୍ତେ ଜେଡିଏସ ସଦସ୍ୟ ଭୌଜି ଗୌଡାଙ୍କୁ ବସାଯାଉ। ଯାହାକୁ କଂଗ୍ରେସ ପକ୍ଷରୁ ବିରୋଧ କରିଯିବା ସହ ଦଳର ପରିଷଦ ସଦସ୍ୟ ଗୃହରେ ହଙ୍ଗାମା କରିଥିଲେ। ଏପରିକି ଜୋର ଜବରଦସ୍ତ ଜେଡିଏସ ସଭ୍ୟ ତଥା ବର୍ତ୍ତମାନର ଡେପୁଟି ଚେୟାରମ୍ୟାନଙ୍କୁ ତାଙ୍କ ଗାଦିରୁ ହଟାଇ ଦେଇଥିଲେ।      

Alsd Read: କର୍ଣ୍ଣାଟକ ବିଜେପିରେ ଉଠିଲା ବିଦ୍ରୋହର ସ୍ୱର, ଗାଦି ହରାଇପାରନ୍ତି ୟେଦିୟୁରାପ୍ପା!
 
ଯାହାକୁ ନେଇ ବିଜେପି-ଜେଡିଏସ ସଭ୍ୟଙ୍କ ସହ କଂଗ୍ରେସ ସଦସ୍ୟଙ୍କ ହାତାହାତି ହୋଇଥିଲା। ଏପରିକି ଯୁକ୍ତିତର୍କରେ କମ୍ପି ଉଠିଥିଲା ବିଧାନ ପରିଷଦ କକ୍ଷ।  ଚେୟାରମ୍ୟାନ ପ୍ରତାପ ଚନ୍ଦ୍ର ସେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ଅଶ୍ୱଥ ନାରାୟଣଙ୍କ ସମେତ କେତେକ ବିଜେପି ସଦସ୍ୟ ଅଧ୍ୟକ୍ଷ  ଗାଦିରେ ବସିବାରୁ ରୋକିଥିଲେ। ହେଲେ ଗୃହରେ ଉପସ୍ଥିତ ମାର୍ଶାଲ ଚେୟାରମ୍ୟାନ ସେଟ୍ଟୀଙ୍କୁ ତାଙ୍କ ଆସନରେ ପହଞ୍ଚାଇଥିଲେ।  ଏହାପରେ ସେ ଗୃହ କାର୍ଯ୍ୟକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରିଥିଲେ। ଏହାକୁ ନେଇ ବିଜେପି ସଦସ୍ୟ ଉତ୍ତେଜିତ ହୋଇଉଠିବାରୁ ଉଭୟ ଶାସକ-ବିରୋଧି ପକ୍ଷ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା।