କୃଷକ ଆନ୍ଦୋଳନ: ଉତ୍କଟ ହେବା ପୂର୍ବରୁ ଅଣ୍ଟା ଭିଡିଲେ ନବୀନ
Advertisement

କୃଷକ ଆନ୍ଦୋଳନ: ଉତ୍କଟ ହେବା ପୂର୍ବରୁ ଅଣ୍ଟା ଭିଡିଲେ ନବୀନ

ଗଣତାନ୍ତ୍ରିକ ବ୍ଯବସ୍ଥାରେ ସମସ୍ତଙ୍କର ଆନ୍ଦୋଳନର ଅଧିକାର ରହିଛି। ଅନ୍ନଦାତାଙ୍କୁ ଦେଶ ବିରୋଧୀ ଆଖ୍ଯା ଦେବାଠାରୁ ସାଂଘାତିକ ଅଭିଯୋଗ କିଛି ନାହିଁ।

ଡିଜାଇନ ଫଟୋ

ମଳୟ ରଞ୍ଜନ ମହାନ୍ତି: ଚାଷୀ ଆନ୍ଦୋଳନ ଏବଂ ଚାଷୀ ସମସ୍ଯା ଉତ୍କଟ ରୂପ ଧାରଣା କରୁଥିବାବେଳେ ରାଜ୍ଯର ଶାସକ ଦଳ ଆପଣାଇଛି ଭିନ୍ନ ଷ୍ଟ୍ରାଟେଜୀ। ଚାଷୀଙ୍କ ପାଇଁ ଥିବା ଯୋଜନା ଏବଂ ସୁବିଧା ସୁଯୋଗ କିଭଳି ଚାଷୀଙ୍କୁ ମିଳିବ ତା ଉପରେ ଫୋକସ କରୁଛି। ସେଥିପାଇଁ ଖୋଦ ମୁଖ୍ଯମନ୍ତ୍ରୀ ଚାଷୀଙ୍କୁ ମିଳିବାକୁ ଥିବା ଋଣ ସଂପର୍କରେ ବ୍ଯାଙ୍କଗୁଡିକ ସହ ଆସନ୍ତା ୨୨ ତାରିଖରେ କଥା ହେବେ। ସେହିପରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ଯ ମଣ୍ଡି ସମସ୍ଯାକୁ ନେଇ ଆସନ୍ତା ୨୦ ତାରିଖରେ ଚାଷୀଙ୍କ ସହ ସୋସିଆଲ ମିଡିଆ ଲାଇଭ ମାଧ୍ଯମରେ କଥା ହେବେ ବୋଲି ସୂଚନା ମିଳିଛି।

ଚାଷୀଙ୍କ ପାଇଁ BJD ସରକାର ସବୁବେଳେ ଚିନ୍ତା କରି ଆସିଛି। କୃଷି ବଜେଟ (Farm Budget), କୃଷି କ୍ଯାବିନେଟ (Farm Cabinate) ହେଉଛି ତାର ପ୍ରତିଫଳନ ବୋଲି ଶାସକ ବିଜେଡି ଦଳ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ କୃଷି ବଜେଟ ବଢାଯାଉଥିବାବେଳେ ବିଧାନସଭାରେ ସର୍ବସମ୍ମତିକ୍ରମେ MSP ଦ୍ବିଗୁଣିତ କରି ସ୍ବାମୀନାଥନ କମିଟି (Swaminathan Committee) ରିପୋର୍ଟ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଚାଷୀ ଆନ୍ଦୋଳନ (Farmer Protest) ପ୍ରତି ରାଜ୍ଯ ସରକାରଙ୍କ ନୈତିକ ସମର୍ଥନ ଅଛି। ଗଣତାନ୍ତ୍ରିକ ବ୍ଯବସ୍ଥାରେ ସମସ୍ତଙ୍କର ଆନ୍ଦୋଳନର ଅଧିକାର ରହିଛି।
ଅନ୍ନଦାତାଙ୍କୁ ଦେଶ ବିରୋଧୀ ଆଖ୍ଯା ଦେବାଠାରୁ ସାଂଘାତିକ ଅଭିଯୋଗ କିଛି ନାହିଁ ବୋଲି ବୋଲି ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି।

Also Read: କୃଷକ ଆନ୍ଦୋଳନ ବେଳେ ଆଇଏସଆଇ ଚଳାଇଛି ଖଲିସ୍ତାନ ଗଠନ ଅଭିଯାନ! ମିଳିଲା ଏପରି ପ୍ରମାଣ
 
ଅନ୍ଯପକ୍ଷରେ ଚାଷୀଙ୍କ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ଯକୁ କଂଗ୍ରେସ (congress) ସମାଲୋଚନା କରିଛି। ମୁଖ୍ଯମନ୍ତ୍ରୀ ଓ ଅନ୍ଯ ମନ୍ତ୍ରୀ ଯଦି ଚାଷୀଙ୍କ ପାଇଁ ଏତେ ଦରଦ ଦେଖାଉଛନ୍ତି, ତେବେ ରାଜ୍ଯରେ ଚାଷ ପାଇଁ ଜଳସେଚନ (irrigation)ସହ ଅନ୍ଯ ଭିତ୍ତିଭୂମିର ବିକାଶ କେତେ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ (Sura Rautray) ପ୍ରଶ୍ନ କରିଛନ୍ତି। ଏପରିକି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ (Pratap Sarangi) ଙ୍କ ଦେଶ ବିରୋଧୀ ପ୍ରସଙ୍ଗକୁ ନେଇ ମଧ୍ଯ ସୁର ଖୁବ ବର୍ଷିଛନ୍ତି। ଚାଷୀଙ୍କୁ ଦେଶ ବିରୋଧୀ କହିଲେ ଅନ୍ନ ମିଳିବନି ବୋଲି ସେ ଚେତାବନୀ ଦେଇଛନ୍ତି।

Also Read: କୃଷକ ଆନ୍ଦୋଳନକୁ ନେଇ ଆସିଲା କୃଷିମନ୍ତ୍ରୀଙ୍କ ପ୍ରତିକ୍ରିୟା

ଏତେ ସବୁ ପରେ ମଧ୍ଯ ନୂଆ କୃଷି ଆଇନ (Farm Law) କୁ ବିଜେପି ଐତିହାସିକ ଆଇନ ବୋଲି କହିଛି। ଏପରିକି କୃଷି ବ୍ଯବସ୍ଥାରେ କେନ୍ଦ୍ର ସରକାର ରାଜ୍ଯକୁ ବିଭିନ୍ନ ସ୍କିମରେ ବହୁ ଅର୍ଥବରାଦ କରିଥିଲେ ମଧ୍ଯ ଓଡିଶାର ସରକାର ସଠିକ ଢଙ୍ଗରେ ଚାଷୀଙ୍କ ପାଖରେ ପହଂଚାଇପାରୁ ନାହିଁ। ବର୍ତ୍ତମାନ ନିର୍ଦ୍ଧାରିତ MSP ରାଶି ମଧ୍ଯ ଚାଷୀ ପାଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟର କୃଷକଙ୍କୁ ନେଇ ଏଭଳି ବାକଯୁଦ୍ଧ ଓ ଦେଶର କୃଷକ ଆନ୍ଦୋଳନ ନବୀନ ସରକାରଙ୍କୁ ଅସ୍ତବ୍ୟସ୍ତ କରିଛି। ଯେଉଁଥିପାଇଁ ଖୋଦ ମୁଖ୍ୟମନ୍ତ୍ରୀ (Naveen Patnaik) ଓ ସମବାୟ ମନ୍ତ୍ରୀ (Ranendra Swain) ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଅଣ୍ଟାଭିଡିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି।