କୃଷି ଆଇନ ପ୍ରତ୍ୟାହାର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ କ'ଣ ରହିଛି ଏହାର ସମ୍ପର୍କ?
Advertisement
Article Detail0/zeeodisha/odisha1031711

କୃଷି ଆଇନ ପ୍ରତ୍ୟାହାର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ କ'ଣ ରହିଛି ଏହାର ସମ୍ପର୍କ?

ପ୍ରଥମ କେନ୍ଦ୍ରୀୟ କୃଷି ଆଇନରେ କୌଣସି ପ୍ରକାର ପରିବର୍ତ୍ତନ କରିବା ସପକ୍ଷରେ ନଥିଲେ କେନ୍ଦ୍ର ସରକାର। ହେଲେ ହଠାତ୍ ଏପରି ନିଷ୍ପତ୍ତି ପଛରେ କେଉଁ କାରଣ ରହିଛି ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 

କୃଷି ଆଇନ ପ୍ରତ୍ୟାହାର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ କ'ଣ ରହିଛି ଏହାର ସମ୍ପର୍କ?

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ସେହି ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଗତ ଶୁକ୍ରବାର ଦେଶକୁ ସମ୍ବୋଧନ କରିବା ଅବସରରେ ଏ ସମ୍ପର୍କରେ ଜଣାଇଥିଲେ ପ୍ରଧାନମନ୍ତ୍ରୀ  ମୋଦି। ଏହି ଆଇନକୁ ରଦ୍ଦ କରିବା ପାଇଁ ସଂସଦରେ ପ୍ରସ୍ତାବ ଆଗତ କରାଯିବ ବୋଲି କହିଛନ୍ତି ସେ। 

କେନ୍ଦ୍ରୀୟ କୃଷି ଆଇନ ଉପରେ ପ୍ରତିକ୍ରିୟା ରଖି ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ କୃଷକଙ୍କ ଉନ୍ନତି ପାଇଁ ଏପରି ଆଇ ଅଣାଯାଇଥିଲା କିନ୍ତୁ ଦୁଃଖର ବିଷୟ ଏହା ଯେ ଆମେ କିଛି ଚାଷୀଙ୍କୁ ଏହି ଆଇନ ବାବଦରେ ବୁଝାଇବାରେ ବିଫଳ ହୋଇଥିଲୁ।ଏହା ସହିତ ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଏକ କମିଟି ଗଠନ କରିବାକୁ ସେ ଘୋଷଣା କରିଛନ୍ତି। ଏହି କମିଟିରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ବ୍ୟତୀତ କୃଷକ, କୃଷି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞ ରହିବେ। ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। 

Also Read: କାହିଁକି ପ୍ରତ୍ୟାହାର କରାଗଲା କେନ୍ଦ୍ରୀୟ କୃଷି ଆଇନ? ସାମ୍ନାକୁ ଆସିଲା ଏହାର ରାଜନୈତିକ କାରଣ

ପ୍ରଥମ କେନ୍ଦ୍ରୀୟ କୃଷି ଆଇନରେ କୌଣସି ପ୍ରକାର ପରିବର୍ତ୍ତନ କରିବା ସପକ୍ଷରେ ନଥିଲେ କେନ୍ଦ୍ର ସରକାର। ହେଲେ ହଠାତ୍ ଏପରି ନିଷ୍ପତ୍ତି ପଛରେ କେଉଁ କାରଣ ରହିଛି ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହା ପଛରେ ଏକ ସୁଚିନ୍ତିତ ରଣନୀତି ରହିଥିବା କୁହାଯାଉଛି। ଏହା ହେଉଛି ଆଗାମୀ ବିଧାନସଭା ନିର୍ବାଚନରେ ହେବାକୁ ଥିବା ନିର୍ବାଚନୀ ଲାଭ କ୍ଷତିର ଗଣିତ। ଆସନ୍ତା ବର୍ଷ ଆରମ୍ଭରେ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏନେଇ ଦିଲ୍ଲୀର କ୍ଷମତାର ରାସ୍ତା ଲକ୍ଷ୍ନୌ ଦେଇ ଯାଇଛି'  ବୋଲି ରହିଥିବା ବାଣୀକୁ ପ୍ରମାଣ କରିବାକୁ ଚେଷ୍ଟା କରାଯାଉଛି।

ଦୀର୍ଘ ୧୪ ଧରି ବନବାସରେ ରହିବା ପରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିଥିଲା ବିଜେପି। ଏପରିକି ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳକୁ ପ୍ରଚଣ୍ଡ ବହୁମତ ମିଳିଥିଲା। ଏହାକୁ ନଜରରେ କୌଣସି ପରିସ୍ଥିତିରେ ବିଜେପି କ୍ଷମତାଚ୍ୟୁତ ହେବା ପାଇଁ ଚାହିଁବ ନାହିଁ। କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା ଆନ୍ଦୋଳନ କାରଣରୁ ଦଳକୁ ଆଗାମୀ ନିର୍ବାଚନରେ ପଶ୍ଚିମ ଉତ୍ତର ପ୍ରଦେଶରେ ବହୁ ମୂଲ୍ୟ ଦେବାକୁ ପଡି଼ପାରେ ବୋଲି ବିଜେପି ନେତୃବୃନ୍ଦ ଅନୁଭବ କରୁଥିଲେ।      

Also Read: ନିର୍ବାଚନରେ ​​ପରାସ୍ତ ହେବା ଭୟରେ ହୋଇଛି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର: କଂଗ୍ରେସ

ଅନ୍ୟପଟେ ପୂର୍ବଞ୍ଚଳରେ ଦଳର ସ୍ଥିତି ପୂର୍ବ ଭଳି ରହିନାହିଁ। ଗତ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ଥିବା ସୁହଲଦେବ ଭାରତୀୟ ସମାଜ ପାର୍ଟି ଏଥର ସମାଜବାଦୀ ପାର୍ଟି ସହ ଗଠବନ୍ଧନ କରୁଛି। ଅନ୍ୟପଟେ କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଉତ୍ତର ପ୍ରଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଜାଟ ଆନ୍ଦୋଳନ ଭାବେ ଦର୍ଶାଇବା ପାଇଁ ଦଳକୁ ପ୍ରୟାସ କରାଯାଇଛି। 

Also Read: ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ; ଆନ୍ଦୋଳନ ଜାରି ରଖିବାକୁ ଜଣାଇଲେ କୃଷକ ସଙ୍ଗଠନ

ପଶ୍ଚିମ ଉତ୍ତର ପ୍ରଦେଶରୁ ବିଜେପି ସମଗ୍ର ଦେଶରେ ବିଜୟର ମୂଳଦୁଆ ପକାଇଥିଲା। ଏହି ପ୍ରକ୍ରିୟା ୨୦୧୪ ଲୋକସଭା ନିର୍ବାଚରୁ ଆରମ୍ଭ ହୋଇଥିଲା। ୨୦୧୩ ମୁଜାଫରନଗର ଦଙ୍ଗା ପରେ ବିଜେପି ଚାଣକ୍ୟ ଭାବେ ଜଣାଶୁଣା ଅମିତ ଶାହା ଏହି ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରିଥିଲେ। ଗତ ୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପି ଏବଂ ଏହାର ସହଯୋଗୀ ଉତ୍ତର ପ୍ରଦେଶର ମୋଟ ୮୦ ଆସନରୁ ୭୩ ଆସନ ହାତେଇଥିଲେ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ​ଦଳ ପୁନର୍ବାର ​ଏହି ସଫଳତାକୁ ପୁନର୍ବାର ଦୋହରାଇଥିଲା।