ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ; ଆନ୍ଦୋଳନ ଜାରି ରଖିବାକୁ ଜଣାଇଲେ କୃଷକ ସଙ୍ଗଠନ
Advertisement
Article Detail0/zeeodisha/odisha1031157

ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ; ଆନ୍ଦୋଳନ ଜାରି ରଖିବାକୁ ଜଣାଇଲେ କୃଷକ ସଙ୍ଗଠନ

କେନ୍ଦ୍ର ସରକାରଙ୍କ ନୀତି ଉପରେ ତାଙ୍କର ବିଶ୍ୱାସ ନାହିଁ। ସେମାନେ ବର୍ତ୍ତମାନ ଏହି ଆଇନ ପ୍ରତ୍ୟାହାର କରିଛନ୍ତି ହେଲେ ନିର୍ବାଚନ ପରେ ସେମାନେ ପୁନର୍ବାର ଏହାକୁ ଆଣିବେ। 

ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ; ଆନ୍ଦୋଳନ ଜାରି ରଖିବାକୁ ଜଣାଇଲେ କୃଷକ ସଙ୍ଗଠନ

ଲକ୍ଷ୍ନୌ: ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର। ଏହା ସହିତ ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଏକ କମିଟି ଗଠନ କରିବାକୁ ହୋଇଛି ଘୋଷଣା। କୃଷି ସମସ୍ୟାର ସମାଧାନ ଏବଂ ସଂସ୍କାର ଜାରି ରହିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି।
 
କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ (Former CM of Uttar Pradesh) ତଥା ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଳେଶ ଯାଦବ (Akhilesh Yadav)। ଏନେଇ ସେ  କହିଛନ୍ତି କେନ୍ଦ୍ର ସରକାରଙ୍କ ନୀତି ଉପରେ ତାଙ୍କର ବିଶ୍ୱାସ ନାହିଁ। ସେମାନେ ବର୍ତ୍ତମାନ ଏହି ଆଇନ ପ୍ରତ୍ୟାହାର କରିଛନ୍ତି ହେଲେ ନିର୍ବାଚନ ପରେ ସେମାନେ ପୁନର୍ବାର ଏହାକୁ ଆଣିବେ। ସେଥିପାଇଁ ସେମାନଙ୍କୁ ହଟାଇବା ଆବଶ୍ୟକ।

ମୁଁ ଦେଶର ସମସ୍ତ କୃଷକଙ୍କୁ ଅଭିନନ୍ଦନ ଜଣାଉଛି। କାରଣ ସେମାନଙ୍କର କ୍ରମାଗତ ଆନ୍ଦୋଳନରୁ ସେହି ତିନୋଟି କେନ୍ଦ୍ରୀୟ କୃଷି ଆଇନ (Indian Agriculture Act 2020) ପ୍ରତ୍ୟାହାର କରାଯାଇଛି। ଏଭଳି ଆଇନର ପ୍ରତ୍ୟାହାର ହେଉଛି ଅହଂକାରର ପରାଜୟ।  ଲୋକେ ସେମାନଙ୍କୁ କ୍ଷମା କରିବେ ନାହିଁ। ସେମାନଙ୍କୁ ସଫା କରିବା ପାଇଁ କାମ କରିବେ। ଯେଉଁମାନେ କ୍ଷମା ମାଗିଛନ୍ତି ସେମାନେ ରାଜନୀତି ଛାଡିଦେବା ଆବଶ୍ୟକ। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନକୁ ନେଇ ସରକାର ଭୟଭୀତ ହୋଇପଡି଼ଛନ୍ତି। ଭୋଟ ପାଇଁ ଏହି ଆଇନ ପ୍ରତ୍ୟାହାର କରାଯାଇଛି। ସରକାର ଚାଷୀଙ୍କୁ ଅପମାନିତ କରିଛନ୍ତି। ଏଥିପାଇଁ ସରକାର ଇସ୍ତଫା ଦେବା ଉଚିତ୍। 

Also Read: କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର ହେବାକୁ ନେଇ କ'ଣ କହିଲେ କେନ୍ଦ୍ର କୃଷିମନ୍ତ୍ରୀ

ଅଖିଳେଶ ଯାଦବ କହିଛନ୍ତି ହୁଏତ ନିର୍ବାଚନ ପରେ ଏହି ସରକାର ଏପରି ଆଇନ (Farm Bills 2020) ଆଣିପାରନ୍ତି। ଚାଷୀ ଆନ୍ଦୋଳନକୁ ନେଇ ହୋଇଥିବା ଆନ୍ଦୋଳନରେ ସାମିଲ ଥିବା ସମାଜବାଦ ପାର୍ଟି କର୍ମକର୍ତ୍ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଅନେକ ଚାଷୀ ଆନ୍ଦୋଳନରେ ପ୍ରାଣ ହରାଇଥିଲେ। କେନ୍ଦ୍ର ସରକାର ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଶିଳ୍ପପତିଙ୍କ ପାଇଁ ଏହି ଆଇନ ପ୍ରସ୍ତୁତ ହୋଇଥିଲା। ମଣ୍ଡି  ଠିକ୍ କରିବାକୁ କୌଣସି ଟଙ୍କା ଦିଆଯାଇନଥିଲା। ଉତ୍ତର ପ୍ରଦେଶରେ ଧାନ କିଣିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଖତ ସାର ପାଇଁ କୃଷକ ପ୍ରାଣ ହରାଉଛନ୍ତି। ସରକାର ଚାଷୀଙ୍କ ପାଇଁ କିଛି କରିନାହାଁନ୍ତି।

ସେଭଳି ସରକାରଙ୍କ ଠାରୁ କ'ଣ ଆଶା କରାଯାଇପାରେ ଯିଏ ମଣ୍ଡି (Mandi) ବ୍ୟବସ୍ଥାକୁ ନଷ୍ଟ କରି ଶିଳ୍ପପତିଙ୍କୁ ଏଭଳି କଳା ଆଇନ ମାଧ୍ୟମରେ ସାହାଯ୍ୟ କରୁଛି। କୃଷକ ଏଥର ବିଜେପି ଭଳି ଦଳକୁ ନିର୍ବାଚନରେ ପୋଛି ଦେବେ। ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଛି। କୃଷକଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଚାଷୀଙ୍କ ପ୍ରତି କରିଥିବା ଅପମାନ ପାଇଁ ବିଜେପି କ୍ଷମା ମାଗୁ।

Also Read: କାହିଁକି ପ୍ରତ୍ୟାହାର କରାଗଲା କେନ୍ଦ୍ରୀୟ କୃଷି ଆଇନ? ସାମ୍ନାକୁ ଆସିଲା ଏହାର ରାଜନୈତିକ କାରଣ

କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ପକ୍ଷରୁ ଘୋଷଣା କରାଯିବା ପରେ ପ୍ରାୟ ବର୍ଷେ କାଳ ଧରି ଚାଷୀଙ୍କ ଦ୍ୱାରା କରାଯାଉଥିବା ଆନ୍ଦୋଳନ ଜାରି ରହିବ ନାଁ ନାହିଁ ତାହାର ଜବାବ ରଖିଛନ୍ତି ଭାରତୀୟ କିସାନ ୟୁନିୟନ-ବିକେୟୁ (Bharatiya Kisan Union-BKU) ନେତା ରାକେଶ ଟିକେତ (Rakesh Tikait)। ଏନେଇ ସେ କହିଛନ୍ତି ଏହି ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହାର କରାଯିବ ନାହିଁ। ସଂସଦରେ କୃଷି ଆଇନ ରଦ୍ଦ ହେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ। ଏମଏସପି (MSP) ସହିତ ସରକାର ଚାଷୀଙ୍କ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବା ଉଚିତ। ଏମଏସପି ଆଇନ ଲାଗୁ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।