ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମର୍ଥକଙ୍କ ସହ ମାରପିଟ୍ କରି ତାଙ୍କୁ ମଞ୍ଚରୁ ହଟାଇ ଦେଇଥିଲେ।
Trending Photos
ରାୟପୁର: ଛତିଶଗଡ଼ କଂଗ୍ରେସ କମିଟିରେ ସୃଷ୍ଟି ହୋଇଥିବା ଅସନ୍ତୋଷର ପ୍ରଭାବ ଏବେ ଦଳୀୟ ସମର୍ଥକ, କର୍ମକର୍ତ୍ତା ତଥା ନେତାଙ୍କ ଉପରେ ଅନୁଭୂତ ହେଲାଣି। ଏବେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ରାଲିରେ ଯୋଗ ଦେଉଥିବା ଦଳୀୟ କର୍ମକର୍ତ୍ତା ହାତାହାତି ହେବାକୁ ପଛାଉ ନାହାଁନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାଜ୍ୟର ଯଶପୁର ଠାରେ ଆୟୋଜିତ ହୋଇଥିବା ଏକ ରାଲିରେ ଭାଷଣ ଦେଉଥିବା ଜଣେ ନେତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଛନ୍ତି କଂଗ୍ରେସ ସମର୍ଥକ। ଏହି କଂଗ୍ରେସ ନେତା ଜଣଙ୍କ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ସମର୍ଥକ ବୋଲି ଜଣାପଡି଼ଛି। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବା ନେଇ ବେଶ ଲମ୍ବା ସମୟ ଧରି ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ଛତିଶଗଡ଼ ରାଜନୀତି।
Also Read: ଗାଦି ହରାଇବେକି Chhattisgarh CM? ଦଳୀୟ ସଙ୍ଗଠନରେ କରାଗଲା ପରିବର୍ତ୍ତନ
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଗାଦିକୁ ଅଢେଇ ବର୍ଷ ଲେଖାଁଏ ରଖିବା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା।
#WATCH | Chhattisgarh: Local Congress leaders & workers enter into a brawl at party workers conference in Jashpur after party's ex-dist pres Pawan Agarwal was pushed away from podium & stopped from speaking. He had started speaking on Min TS Singh Deo when the incident took place pic.twitter.com/7joKTUlYgE
— ANI (@ANI) October 24, 2021
ଯଶପୁର ଠାର ଆୟୋଜିତ କଂଗ୍ରେସ ରାଲିରେ ହୋଇଥିବା ହାତାହାତି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦଳୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଦଳର ପୂର୍ବତନ ଜିଲ୍ଲା ସଭାପତି ପୱନ ଅଗ୍ରୱାଲ ଯଶପୁରରେ ଭାଷଣ ଦେଉଥିଲେ। ସବୁକିଛି ଠିକ୍ ଚାଲିଥିଲା। ହେଲେ ଯେତେବେଳେ ସେ ତାଙ୍କ ନେତା ଟି.ଏସ୍ ସିଂହଦେଓଙ୍କ ସମର୍ଥନରେ ଭାଷଣ ଦେବା ଆରମ୍ଭ କଲେ ସେତେବେଳେ ସବୁକିଛି ଓଲଟପାଲଟ ହୋଇଗଲା। କିଛି ଲୋକ ତାଙ୍କ ଆଡକୁ ଦୌଡ଼ି ଆସି ତାଙ୍କୁ ଧକ୍କା ମାରିଥିଲେ।
Also Read: 'ଭୂପେଶ ବଘେଲ ହେଉଛନ୍ତି ରାବଣ', କଂଗ୍ରେସ କହିଲା ପାଗଳ ହୋଇଗଲେଣି ପୂର୍ବତନ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମର୍ଥକ ତାଙ୍କ ସହ ମାରପିଟ୍ କରି ତାଙ୍କୁ ମଞ୍ଚରୁ ହଟାଇ ଦେଇଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ପରେ ପୱନ ଅଗ୍ରୱାଲ କହିଛନ୍ତି ଟିଏସ ସିଂହଦେଓଙ୍କ କାରଣରୁ କଂଗ୍ରେସ ରାଜ୍ୟରେ କ୍ଷମତାସୀନ ଅଛି ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍। ଏହା ସହିତ ସେ କହିଛନ୍ତି ବାବା ଅର୍ଥାତ ସିଂହଦେଓ ମୁଖ୍ୟମନ୍ତ୍ରୀ ହେବା ଲାଗି ଅଢେଇ ବର୍ଷ ଧରି ଅପେକ୍ଷା କରିଛନ୍ତି। ବର୍ତ୍ତମାନ ବଘେଲ ଗାଦି ଛାଡିବା ଆବଶ୍ୟକ। ଯେତେବେଳେ କଂଗ୍ରେସ କ୍ଷମତାରେ ନଥିଲା ସେତେବେଳେ ବଘେଲ-ସିଂହଦେଓ ଏକାଠି କାମ କରୁଥିଲେ। ଏହା କହିବା କାରଣରୁ ତାଙ୍କୁ କୁଙ୍କରୀ ବିଧାୟକ (Kunkuri MLA) ମୋତେ ମଞ୍ଚରୁ ହଟାଇ ଦେଇଥିଲେ।