Punjab Politics: Captain ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
Advertisement
Article Detail0/zeeodisha/odisha990559

Punjab Politics: Captain ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ୍ୟାପ୍ଟେନଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ତାହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଗଲାଣି ଅନେକ ଚର୍ଚ୍ଚା। 

Punjab Politics: Captain ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ଚଣ୍ଡିଗଡ: ଗତ ଶନିବାର ପଦରୁ ଇସ୍ତଫା ଦେବା ପରେ ଏବେ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପରବର୍ତ୍ତୀ କ'ଣ ହେବ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଅନେକ କଳ୍ପନାଜଳ୍ପନା। ସୋମବାର ପଞ୍ଜାବ ରାଜଭବନ ଠାରେ
ଆୟୋଜିତ ହୋଇଥିବା ଶପଥ ଗ୍ରହଣ ସମାରୋହରୁ ଦୂରେଇ ରହିଥିଲେ ରାଜ୍ୟର ବିଦାୟୀ ମୁଖ୍ୟମନ୍ତ୍ରୀ।

ସୋମବାର ରାଜଭବନ ଠାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଆମନ୍ତ୍ରଣ କରିଥିଲେ ପଞ୍ଜାବ କଂଗ୍ରେସ ପ୍ରଭାରୀ (Punjab Congress In Charge) ହରିଶ ରାୱତ (Harish Rawat)। ଏନେଇ ସେ କହିଥିଲେ ଏହି କାର୍ଯ୍ୟକ୍ରମରେ ଯୋଗଦେବା କିମ୍ବା ନଦେବା ତାଙ୍କ ଉପରେ ନିର୍ଭର କରେ। ମାତ୍ର ଏହି କାର୍ଯ୍ୟକ୍ରମରେ ଦଳର ଅନେକ ନେତା ଯୋଗ କରିଥଲେ ମଧ୍ୟ ତାଙ୍କର ଦର୍ଶନ ମିଳିନଥିଲା।   

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ (Captain Amarinder Singh) ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ତାହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଗଲାଣି ଅନେକ ଚର୍ଚ୍ଚା। ଆସନ୍ତାବର୍ଷ ହେବାକୁ ରାଜ୍ୟ ବିଧାନସଭା ନିର୍ବାଚନରେ (Punjab Assembly Election 2022) ତାଙ୍କର ପଦକ୍ଷେପ କ'ଣ ରହିବ ତାହାକୁ ନେଇ ପ୍ରକାଶ ପାଇଛି ଅନେକ କଳ୍ପନାଜଳ୍ପନା।

Also Read: Punjab Politics: ପଦଛାଡି଼ବେ Amarinder Singh, ମୁଖ୍ୟମନ୍ତ୍ରୀ ଦୌଡରେ ଏହି ୩ ନେତା

ସେ ଦଳ ଛାଡି ନୂଆ ଦଳ ଗଢିପାରନ୍ତି କିମ୍ବା ବିଜେପି ଅଥବା ବିରୋଧ ଆମ ଆଦମୀ ପାର୍ଟି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ସେ ଦିଲ୍ଲୀ ଯାତ୍ରା କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ସହ ତାଙ୍କର ବେଶ ଭଲ ସମ୍ପର୍କ ରହିଛି। ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ସେ ବିଜେପି ଶିବିରରେ ଯୋଗଦାନ କରିପାରନ୍ତି ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ପଦ ଛାଡି଼ବା ପରେ ସେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପଞ୍ଜାବ କଂଗ୍ରେସ କମିଟି (Punjab Congress Committee) ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ (Navjot Singh Sidhu) ବିରୁଦ୍ଧରେ ବର୍ଷିଥିଲେ। ଏପରିକି ଗତ ୧୯୮୪ ମସିହାରେ ଘଟିଥିବା ଶିଖ ବିରୋଧି ଦଙ୍ଗା ଏବଂ କେନ୍ଦ୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଦଳକୁ ଟାର୍ଗେଟ କରିଛନ୍ତି। 

ଯେଉଁ ଲୋକ ମନ୍ତ୍ରୀ ଥିବା ବେଳେ ନିଜ ବିଭାଗ ସମ୍ଭାଳି ପାରୁନଥିଲା ସେ ପୁଣି ରାଜ୍ୟ ସମ୍ଭାଳିବ। ମୁଖ୍ୟମନ୍ତ୍ରୀ ଭାବେ ମୁଁ ତାକୁ କୌଣସି ପରିସ୍ଥିତିରେ ଗ୍ରହଣ କରିପାରିବି ନାହିଁ। ପଞ୍ଜାବ ଲାଗି ସିଦ୍ଧୁ ମହଙ୍ଗା ପଡିବ। ଏପରିକି ରାଜ୍ୟ ପାଇଁ ବିପର୍ଯ୍ୟୟର କାରଣ ପାଲଟିବ ବୋଲି କଟାକ୍ଷ କରିଥିଲେ କ୍ୟାପ୍ଟେନ।         
    
ସିଦ୍ଧୁଙ୍କୁ ଟାର୍ଗେଟ କରି କ୍ୟାପ୍ଟେନ କହିଥିଲେ ପାକିସ୍ତାନ ସେନା ମୁଖ୍ୟ (Pakistan Army Chief) କମର ଜାଭେଦ ବାଜୱା (Qamar Javed Bajwa) ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ହେଉଛନ୍ତି ତାଙ୍କର ବନ୍ଧୁ। ହେଲେ ସେମାନଙ୍କର ଏହି ବନ୍ଧୁତା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ। ଯେଉଁ ପାକିସ୍ତାନ ପ୍ରତ୍ୟେକ ଦିନ ଡ୍ରୋନ ଗ୍ରେନେଡ ସହାୟତାରେ ଆକ୍ରମଣ କରୁଛି, କାଶ୍ମୀରରେ ଦେଶର ସେନା ଜବାନଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ତାହେଲେ ଏଭଳି ଶତ୍ରୁ ଦେଶ ସହ ସମ୍ପର୍କ ରଖୁଥିବା ଲୋକକୁ ମୁଁ କେମିତି ସମର୍ଥନ କରିବି? ଯଦି ତାକୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରାଯାଏ ତାହେଲେ ଦେଶର ସୁରକ୍ଷାକୁ ନଜରରେ ରଖି ମୁଁ ଏହାକୁ ବିରୋଧ କରିବା ଜାରି ରଖିବି। କୌଣସି ପରିସ୍ଥିତିରେ ସିଦ୍ଧୁକୁ ସମର୍ଥନ କରିପାରିବି ନାହିଁ। 

Also Read: ପଦ ଛାଡିବା ପରେ Sidhu ଙ୍କ ବିରୁଦ୍ଧରେ ବର୍ଷିଲେ Amarinder Singh

ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ବେଶ ସତର୍କ। ଅନ୍ୟପଟେ ଦେଶର ସୁରକ୍ଷାକୁ ନେଇ ବେଶ ସମ୍ବେଦନଶୀଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର। ରାଜ୍ୟରେ ଦଳର ସେପରି କୌଣସି ବଡ଼ ଚେହେରା ନାହାଁନ୍ତି। ଏଭଳି ପରିସ୍ଥିତିରେ ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିଜେପି ପାଇଁ ଏକ ବଡ଼ ଚେହେରା ହୋଇପାରନ୍ତି। ଯଦି ସେ ବିଜେପି ସହ ଆସନ୍ତି ତାହେଲେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଏକ ସମାଧାନର ରାସ୍ତା ବାହାରି ପାରନ୍ତା। 

ବିରୋଧି ଶିରୋମଣି ଅକାଳୀ ଦଳରୁ (Shiromani Akali Dal) ଏସଏଡି (SAD) ରାଜନୀତି ଆରମ୍ଭ କରିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ୧୯୮୨ ମସିହାରେ ଦଳ ଛାଡି ଦେଇଥିଲେ। ଏହା ପରେ ନିଜେ ଅନ୍ୟ ଏକ  ଦଳ ଗଠନ କରିବା ପରେ ସେ ଏହାକୁ ୧୯୮୮ ମସିହାରେ କଂଗ୍ରେସରେ ବିଲୟ କରିଦେଇଥିଲେ। ବର୍ତ୍ତମାନର ସ୍ଥିତିରେ ସେ ନୂଆ ଦଳ ଗଢି ଏହାକୁ ପରିଚାଳିତ କରିବା ତାଙ୍କ ପାଇଁ ବେଶ ଚ୍ୟାଲେଞ୍ଜିଂ ହୋଇପଡିବ। ଆଉ ଏହାର କାରଣ ହେଉଛି ତାଙ୍କର ବୟସ।   

Also Read: Punjab Political Crisis: BJP ହାତ ଧରିବେକି ବିଦାୟୀ CM Amarinder Singh?

ଅନ୍ୟପଟେ ଅକାଳୀ ଦଳ ବିରୁଦ୍ଧରେ ଅନେକ ଦଶକ ଧରି ରାଜନୀତି କରିଛନ୍ତି। ଗତ ୨୦୦୨ ମସିହାରେ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ (Punjab Assembly Election 2002) କଂଗ୍ରେସ ବାଜିମାତ କରିବା ସହ ସେ ପ୍ରଥମ ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ଏସଏଡି ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧି ଆସନରେ ବସିଥିଲା। ଏହାପରେ  ୨୦୧୭ ବିଧାନସଭା ନିର୍ବାଚନରେ (Punjab Assembly Election 2017) ଦଳକୁ ବାଜିମାତ କରାଇ ସେ ଦ୍ୱିତୀୟ ଲାଗି ମୁଖ୍ୟମନ୍ତ୍ରୀ ଗାଦି ହାତେଇଥିଲେ।

ଏହି ନିର୍ବାଚନର ଫଳାଫଳ ଆସିବା ପରେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିଲା ଆମ ଆଦମୀ ପାର୍ଟି (Aam Aadmi Party) ଆପ୍ (AAP)। ଅନେକ ପ୍ରସଙ୍ଗକୁ ନେଇ ତାଙ୍କର ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ (AAP Supremo Arvind Kejriwal) ସହ ମୁହାଁମୁହାଁ ହୋଇଥିଲା। ସେ ଏସଏଡି କିମ୍ବା ଆପ୍ ହାତ ଧରିବାର ସମ୍ଭାବନା ପ୍ରାୟତଃ ନାହିଁ। ଯଦି ସେ ଦଳ ଛାଡନ୍ତି ତାହେଲେ ତାଙ୍କ ପାଇଁ ବିଜେପି ଏକ ମାତ୍ର ବିକଳ୍ପ ରହିଛି।