Banned Organization: : କେବଳ ପିଏଫଆଇ ନୁହେଁ, ଅନ୍ୟ ୮ ସଙ୍ଗଠନ ଉପରେ ଲାଗିଲା ପ୍ରତିବନ୍ଧକ
Advertisement
Article Detail0/zeeodisha/odisha1371712

Banned Organization: : କେବଳ ପିଏଫଆଇ ନୁହେଁ, ଅନ୍ୟ ୮ ସଙ୍ଗଠନ ଉପରେ ଲାଗିଲା ପ୍ରତିବନ୍ଧକ

PFI Ban: କେବଳ ପିଏଫଆଇ ନୁହେଁ ଏହା ସହ ଜଡିତ ଅନ୍ୟ ୮ ସଙ୍ଗଠନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର।

Banned Organization: : କେବଳ ପିଏଫଆଇ ନୁହେଁ, ଅନ୍ୟ  ୮ ସଙ୍ଗଠନ ଉପରେ ଲାଗିଲା ପ୍ରତିବନ୍ଧକ

Banned Organisation of India: ବହୁ ବାଦବିବାଦ ପରେ ଶେଷରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ପିଏଫଆଇ ଭଳି ସଙ୍ଗଠନ ଆତଙ୍କବାଦୀ ସହ ଜଡିତ ରହିବା ବାବଦରେ ସରକାର ପୂର୍ବରୁ ଅବଗତ ଥିଲେ। ଏନେଇ ସଙ୍ଗଠନ ଏବଂ ଏହାର ନେତାଙ୍କ କାର୍ଯ୍ୟାଳୟ ଉପରେ ପ୍ରଥମେ ଚଢାଉ କରା ଯାଇଥିଲା। ଚଢାଉ ବେଳେ ଦେଶ ବିରୋଧୀ କାର୍ଯ୍ୟକଳାପର ପ୍ରମାଣ ପାଇବା ପରେ ଶେଷରେ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବହୁ ପୂର୍ବରୁ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic Organization) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି ହୋଇ ଆସୁଥିଲା। ଏହି କ୍ରମରେ ଗତ ୨୨ ତାରିଖରେ ଦେଶର ୧୫ ରାଜ୍ୟରେ ଅବସ୍ଥତ ସଙ୍ଗଠନ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)। ଚଢାଉ ବେଳେ ସଙ୍ଗଠନର ୧୦୬ ନେତାଙ୍କୁ ଅଟକ ରଖା ଯାଇଥିଲା।

ପିଏଫଆଇ ବିରୋଧରେ ହୋଇଥିବା ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ ଏନଆଇଏ-ଇଡ଼ି (NIA ED raid on PFI)। ହେଲେ ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ଏନଆଇଏ-ଇଡ଼ି ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ପରେ ପିଏଫଆଇ ବିବାଦ ଘେରକୁ ଆସିଛି। ପୂର୍ବରୁ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ପିଏଫଆଇ ବିବାଦୀୟ ହୋଇସାରିଛି। 

Also Read: Ban on PFI: କାହିଁକି ଲଗାଗଲା ପ୍ରତିବନ୍ଧକ? ଗୋଟିଏ ଗୋଟିଏ କରି କାରଣ ଦର୍ଶାଇଲା ଗୃହ ମନ୍ତ୍ରଣାଳୟ

କେବଳ ପିଏଫଆଇ ନୁହେଁ ଏହା ସହ ଜଡିତ ଅନ୍ୟ ୮ ସଙ୍ଗଠନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର। କେଉଁ ସଙ୍ଗଠନ ଉପରେ ଲାଗିଲା ବ୍ୟାନ...

  • ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India)
  • ରିହୈବ ଇଣ୍ଡିଆ ଫାଉଣ୍ଡେସନ (Rehab India Foundation)
  • କ୍ୟାମ୍ପସ ପ୍ରଣ୍ଟ (Campus Front)
  • ନେସନାଲ ଓମେନ୍ସ ଫ୍ରଣ୍ଟ (National Womens Front)
  • ଅଲ ଇଣ୍ଡିଆ ଇମାମ କାଉନସିଲ (All India Imams Council)
  • ଜୁନିଅର ଫ୍ରଣ୍ଟ (Junior Front)
  • ଏମପାୱାର ଇଣ୍ଡିଆ ଫାଉଣ୍ଡେସନ (Empower India Foundation)
  • ରିହୈବ ଫାଉଣ୍ଡେସନ କେରଳ (Rehab Foundation Kerala)
  • ନ୍ୟାସନାଲ କନଫେଡେରସନ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (National Confederation of Human Rights Organization)   

କେନ୍ଦ୍ର ସରକାର ପିଏଫଆଇ ଏବଂ ଏହା ସହ ଜଡିତ ଅନ୍ୟ ୮ ସଙ୍ଗଠନ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି  ଔପଚାରିକ ବିଜ୍ଞପ୍ତି। ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପୂର୍ବରୁ ଆରମ୍ଭ ହୋଇ ସାରିଥିଲା ପ୍ରସ୍ତୁତି। ଏହା ପରେ ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛି। ଏହି ସଙ୍ଗଛନ ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ମଧ୍ୟ ଜାରି ରହିଛି। ଦେଶର ୬ ରାଜ୍ୟରେ ପିଏଫଆଇ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସଙ୍ଗଠନ ୯୦ ଜଣ କର୍ମକର୍ତ୍ତାଙ୍କୁ ଅଟକ ରଖାଯାଇଛି। 

Also Read: PFI Controversy: କେବେ କେବେ ବିବାଦ ଘେରକୁ ଆସିଛି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ

ପିଏଫଆଇ ଭଳି ଏର ବିବାଦୀୟ ସଙ୍ଗଠନର ସ୍ଥାପନା ଗତ ୨୦୦୬ ବର୍ଷରେ କେରଳରେ ହୋଇଥିଲା। ଯାହାର ମୁଖ୍ୟାଳୟ ଦିଲ୍ଲୀରେ ଅବସ୍ଥିତ। ଦେଶରେ ଅବହେଳିତ ବର୍ଗର ସଶକ୍ତିକରଣ ପାଇଁ ସଙ୍ଗଠନ ସାମାଜିକ ଆନ୍ଦୋଳନ ଚଳାଇଥିବା ଦାବି କରିଥାଏ ପିଏଫଆଇ।  ହେଲେ ସୁରକ୍ଷା ଏଜେନ୍ସି ଦାବି କରିଛି ଯେ ପିଏଫଆଇ ଇସଲାମ ଧର୍ମ ପ୍ରଚାର କରୁଛି। ଏପରିକି ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ଲାଗି ଆତଙ୍କୀ ଯୋଗାଡ଼ କରିବା କାର୍ଯ୍ୟରେ ଜଡ଼ିତ ରହିଛି ପିଏଫଆଇ।