Gujarat Election 2022: ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀକୁ ନେଇ ଆସିଲା ବଡ଼ ଖବର, କ'ଣ ରହିଛି ବିଜେପି ପ୍ଲାନ
Advertisement
Article Detail0/zeeodisha/odisha1433650

Gujarat Election 2022: ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀକୁ ନେଇ ଆସିଲା ବଡ଼ ଖବର, କ'ଣ ରହିଛି ବିଜେପି ପ୍ଲାନ

Gujarat Politics: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବୁଝି ବିଚାରି ପ୍ରାର୍ଥୀ ଛିଡ଼ା କରୁଛି ବିଜେପି। ଦଳ ଏଥର ୩୦ ଜଣରୁ ଅଧିକ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ।

Gujarat Election 2022: ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀକୁ ନେଇ ଆସିଲା ବଡ଼ ଖବର, କ'ଣ ରହିଛି ବିଜେପି ପ୍ଲାନ

Gujarat Assenbly Election 2022: ଦିନକୁ ଦିନ ପାଖେଇ ପାଖେଇ ଆସିଲାଣି ଗୁଜୁରାଟ ବିଧାନସଭା ୨୦୨୨। ସମୟ ପାଖେଇ ଆସୁଥିବାରୁ ଏବେ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ।  ଏହି କ୍ରମରେ ଦଳୀୟ ପ୍ରାର୍ଥୀ ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ଏଥର ପାରମ୍ପରିକ ଗୁଜୁରାଟକୁ ହାତେଇବା ବୁଝି ବିଚାରି ରାଜନୈତିକ ଗୋଟି ଚାଳନା କରୁଛି ବିଜେପି। ହେଲେ ବର୍ତ୍ତମାନ ଏହି ନିର୍ବାଚନକୁ ନେଇ ଏକ ଚମକାଇବା ଭଳି ଖବର ଆସିଛି।   

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assenbly Election 2022) ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ (Former Chief Minister Vijay Rupani) ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ (Deputy Chief Minister Nitin Patel)। ଏଥର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଇଚ୍ଛା ପ୍ରକାଶ କରି ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଗୁଜୁରାଟ ବିଜେପି ସଭାପତିଙ୍କୁ ଏକ ଚିଠି ଲେଖିଛନ୍ତି। ହେଲେ କିଛି ଦିନ ପୂର୍ବରୁ ଟିକେଟ ପାଇବା ପାଇଁ ଦାବି ଉପସ୍ଥାପନ କରିଥିଲେ ନିତିନ ପଟେଲ। ହେଲେ ଏଥର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ସେ ହଠାତ୍ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ଦଳୀୟ ନେତୃତ୍ୱକୁ ଚିଠି ଲେଖି ଏଥର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। 

ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରୁ ଦୂରେଇ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜୟ ରୂପାଣୀ। ଏନେଇ ପ୍ରତିକ୍ରିୟା ରଖି  ପୂ୍ର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ସମସ୍ତଙ୍କ ସହଯୋଗରେ ୫ ବର୍ଷ ଧରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ଏହି ନିର୍ବାଚନରେ ଦଳର ​ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ମୁଁ ଏଥର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଁ ଦଳୀୟ ନେତୃତ୍ୱକୁ ଏକ ଚିଠି ଲେଖି ଏ ସମ୍ପର୍କରେ ଜଣାଇଦେଇଛି। ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନରେ ଜିତାଇବା ପାଇଁ ଆମେ ଏକାଠି ହୋଇ କାମ କରିବୁ।

Also Read: Gujarat Election 2022: କ'ଣ ଏଥର ନିଜର ପୁରୁଣା ରେକର୍ଡ ଭାଙ୍ଗିପାରିବ କି ବିଜେପି? ସର୍ଭେରୁ ହେଲା ବଡ଼ ଖୁଲାସା

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭାରେ ପ୍ରାୟ ୮ ଜଣ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସହ ପୂର୍ବତନ ମନ୍ତ୍ରୀ ସୌରଭ ପଟେଲ, ପ୍ରଦୀପ ଜାଡେଜା, ଭୂପେନ୍ଦ୍ର ଚୁଡାସମା, ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଅନ୍ୟପଟେ ଗଣପତି ବସାୱା, ଧର୍ମେନ୍ଦ୍ର ସିଂହ ଜାଡେଜା, ବଚୁ ଖାବଡ, ଜୟଦ୍ରଥ ସିଂହ ପରମାର, ବର୍ତ୍ତମାନର ମନ୍ତ୍ରୀ ପୂର୍ଣ୍ଣେଶ ମୋଦି, ବିଧାୟକ ଜଙ୍ଖନା ପଟେଲ ଏବଂ ଝାଲା ବାଦିଆଙ୍କ ଟିକେଟ କଟିପାରେ। ଏହି ପୂର୍ବତନ ମନ୍ତ୍ରୀଙ୍କ ଆସନରେ ବିଜେପି ଏଥର ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଯାଉଛି। ଦଳ ଏଥର ପ୍ରାୟ ୨୫ ପ୍ରତିଶତ ନୂଆ ଚେହେରାଙ୍କୁ  ନିର୍ବାଚନରେ ପ୍ରାର୍ଥୀ କରିବ।  

Also Read: Gujarat Politics: ନିର୍ବାଚନରେ ​​କିଏ ପାଇବ ଟିକେଟ୍? କିପରି ଲାଭ ପାଇବ ବିଜେପି?

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମନ୍ତ୍ରୀମଣ୍ଡଳରୁ ହଟାଯାଇଥିବା ୨୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୫ ଜଣଙ୍କ ଟିକେଟ କାଟିପାରେ ବିଜେପି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ହାରିଥିବା  ୮୩  ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପି ୩୦ ଜଣରୁ ଅଧିକ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ। ଏଥର ଟିକେଟ ଦୌଡରେ ଗୃହ ମନ୍ତ୍ରୀ ହର୍ଷ ସିଂଘଭୀ, ସଙ୍ଗୀତା ପାଟିଲ, ସୁରଟ  ମେୟର ହେମାଲି ବୋଘାୱାଲା, ମୁକେଶ ପଟେଲ, ପ୍ରବୀଣ ଘୋଘାରୀ, ସନ୍ଦୀପ ଦେଶାଇ, ପୂର୍ବତନ ଜିଲ୍ଲାପାଳ ମହେନ୍ଦ୍ର ପଟେଲ ପ୍ରମୁଖ ସାମିଲ ଅଛନ୍ତି। 

Also Read: Mission Gujarat: ଗଡ଼ ଦଖଲ ପାଇଁ ବିଜେପି କରିଛି ଆକ୍ସନ ପ୍ଲାନ, ନୂଆ ରଣନୀତି ଘୋଷଣା କଲା ଦଳ

ସେହିପରି  ରାଜକୋଟ ସାଂସଦ ମୋହନ କୁଣ୍ଡାରିଆ, ଜାମନଗର ସାଂସଦ ପୁନମ ମ୍ୟାଡାମ, କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିୱାବା ଜାଡେଜାଙ୍କୁ ଟିକେଟ ମିଳିପାରେ। ଘାଟଲୋଡିଆ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରତିଦ୍ୱନ୍ଦ୍ୱିତା କରିବେ। ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଦଳରେ ସାମିଲ ହୋଇଥିବା ହାର୍ଦ୍ଦିକ ପଟେଲଙ୍କୁ ବିରମଗାମ ଆସନରୁ ଟିକେଟ ଦେଇପାରେ ବିଜେପି। ଅନ୍ୟପକ୍ଷରେ ରାଧାପୁର ଆସନରୁ ଅଳ୍ପେଶ ଠାକୋରଙ୍କୁ ପ୍ରାର୍ଥୀ କରିପାରେ ବିଜେପି।