Gujarat Election 2022: ଗୁଜୁରାଟ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ ଅସାଦୁଦ୍ଦିନ ଓୱେସୀ, କିଏ ପାଇବ ଲାଭ? କିଏ ସହିବ କ୍ଷତି?
Advertisement
Article Detail0/zeeodisha/odisha1419208

Gujarat Election 2022: ଗୁଜୁରାଟ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ ଅସାଦୁଦ୍ଦିନ ଓୱେସୀ, କିଏ ପାଇବ ଲାଭ? କିଏ ସହିବ କ୍ଷତି?

Gujarat Assembly Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଅସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମ ପ୍ରଭାବ ରାଜ୍ୟ ରାଜନୀତିରେ କେତେ ଅନୁଭବ ହେବା, ସେ ନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସର୍ଭେ କରାଯାଇଛି।

Gujarat Election 2022: ଗୁଜୁରାଟ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ ଅସାଦୁଦ୍ଦିନ ଓୱେସୀ, କିଏ ପାଇବ ଲାଭ? କିଏ ସହିବ କ୍ଷତି?

AIMIM in Gujarat Election 2022: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଗଣନା ଆରମ୍ଭ ହୋଇଛି। ଏହି ନିର୍ବାଚନ ପାଇଁ ଯେକୌଣସି ସମୟରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ବିଗତ ଅଢେଇ ଦଶନ୍ଧିରୁ ଅଧିକ ସମୟ ଧରି  ଗୁଜୁରାଟରେ କ୍ଷମତାସୀନ ରହିଛି ବିଜେପି ସରକାର। ଏଥର ଶାସକ ବିଜେପି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ତଥା ଆମ ଆଦମୀ ପାର୍ଟି ସହ ଲଢେଇ କରୁଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଛି ଏଆଇଏମଆଇଏମ। ଅକ୍ଟୋବର ୨୯ ତାରିଖରୁ ୨ ଦିନିଆ ଗୁଜୁରାଟ ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assembly Election 2022) ଅସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମ (AIMIM President Asaduddin Owaisi) ପ୍ରଭାବ ରାଜ୍ୟ ରାଜନୀତିରେ (Gujarat Politics) କେତେ ଅନୁଭବ ହେବା, ସେ ନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସର୍ଭେ କରାଯାଇଛି। ଏହି ସର୍ଭେରେ ଅସାଦୁଦ୍ଦିନ ଓୱେସିଙ୍କ ଦଳ ନିର୍ବାଚନ ଲଢିବା ବାବଦରେ ଗୁଜୁରାଟ ମତଦାତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଇଥିଲା। ଯାହାର ଆଶ୍ଚର୍ଯ୍ୟଜନକ ଉତ୍ତର ସାମ୍ନାକୁ ଆସିଛି। 

Also Read: AIMIM: ମୁସଲମାନଙ୍କ ଉପରେ ପଡିବ କି ଅସାଦୁଦ୍ଦିନ ଓୱେସୀଙ୍କ ପ୍ରଭାବ?

 

ଏହି ସର୍ଭେରେ ମତଦାତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଏଆଇଏମଆଇଏମ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଦ୍ୱାରା କେଉଁ ଦଳ ଅଧିକ କ୍ଷତି ସହିବ? ହେଲେ ଏହି ପ୍ରଶ୍ନର ଉତ୍ତର ରଖି ମତଦାତା ଯାହା କହିଛନ୍ତି ତାହା କଂଗ୍ରେସ ଲାଗି କୌଣସି ଝଟକା ଠାରୁ କମ ନୁହେଁ। ଏହି ସର୍ଭେରେ ଭାଗ ନେଇଥିବା ୫୦ ପ୍ରତିଶତ ଲୋକ କହିଛନ୍ତି ଯେ ଅସାଦୁଦ୍ଦିନ ଓୱେସିଙ୍କ ଦଳ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା କାରଣରୁ କଂଗ୍ରେସକୁ ଅଧିକ କ୍ଷତି ସହିବାକୁ ପଡି଼ପାରେ। ସେହିପରି ୧୮ ପ୍ରତିଶତ ଲୋକ କହିଛନ୍ତି ଯେ ଏଆଇଏମଆଇଏମ କାରଣରୁ ଆମ୍ ଆଦମୀ ପାର୍ଟି କ୍ଷତି ସହିପାରେ। ଅନ୍ୟପଟେ ୩୦ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଏହା ଦ୍ୱାରା ବିଜେପି କ୍ଷତିଗ୍ରସ୍ତ ହେବ। ବାକି ୨ ପ୍ରତିଶତ ଲୋକ କହିଛନ୍ତି ଯେ ଏହା ଅନ୍ୟମାନେ କ୍ଷତି ସହିବେ।

ଏଆଇଏମଆଇଏମ ନିର୍ବାଚନ ଲଢିବା ଦ୍ୱାରା କେଉଁ ଦଳ ସହିବ ଅଧିକ କ୍ଷତି?  

  • କଂଗ୍ରେସ: ୫୦%
  • ଆମ ଆଦମୀ ପାର୍ଟି: ୧୮%
  • ବିଜେପି: ୩୦%
  • ଅନ୍ୟ ଦଳ: ୨%

ପ୍ରାୟ ୧୦ ଦିନ ପୂର୍ବରୁ ଏଆଇଏମଆଇଏମ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଏହାର ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଜଣ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି। ଅକ୍ଟୋବର ୨୯ ତାରିଖରୁ ୨ ଦିନିଆ ଗୁଜୁରାଟ ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି। 

Also Read: Gujarat Election 2022: କଂଗ୍ରେସ ଲାଗି ଚିନ୍ତ ବଢାଇଲା ଏଆଇଏମଆଇଏମ

ଦଳ ଲାଗି ନିର୍ବାଚନ ପ୍ରଚାର କରିବା ଅବସରରେ ଅସାଦୁଦ୍ଦିନ ଓୱେସି ବିଜେପି ବିରୋଧରେ ବିରୋଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ବିଜେପି ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଭୋଟ୍ ପାଇବା ଏବଂ ହିନ୍ଦୁତ୍ୱ ଏଜେଣ୍ଡା ଆଗକୁ ବଢାଇବା ପାଇଁ ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗ ଉଠାଉଛି। ବନାସକଣ୍ଠା ଜିଲ୍ଲାର ବଡ଼ଗାମ ଠାରେ ଆୟୋଜିତ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ କହିଛନ୍ତି ଯେ ୟୁସିସି କାର୍ଯ୍ୟକାରୀ କରିବା ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ କାମ। ହେଲେ ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ଏକ କମିଟି ଗଠନ କରାଯାଉଥିବା ଶନିବାର ଗୁଜୁରାଟ ସରକାର କହିଛନ୍ତି।