ଲୋକେ କାହିଁକି ହୋଲି ପାଳନ କରନ୍ତି। ଆମେ ଏଥିପାଇଁ ବହୁତ ଦୁଃଖିତ। ଏହି କାରଣରୁ ମୁଁ ଲୋକଙ୍କୁ ରଙ୍ଗର ପର୍ବ ହୋଲି ପାଳନ କରିବାକୁ ମନା କରୁଛି।
Trending Photos
ଲକ୍ଷ୍ନୌ: ରଙ୍ଗର ପର୍ବ ହୋଲି ଅବସରରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଆଜମଗଡ଼ ଜିଲ୍ଲାର ଫୁଲପୁର ପୱଇ ବିଧାନସଭା ଆସନର ସମାଜବାଦୀ ପାର୍ଟି ବିଧାୟକ ରମାକାନ୍ତ ଯାଦବ। ଏନେଇ ସେ କହିଛନ୍ତି ମୁଁ ନିଜେ ହୋଲି ପାଳନ କରେ ନାହିଁ। ହୋଲି ପର୍ବ ପାଳନ ନକରିବାକୁ ମୁଁ ଲୋକଙ୍କୁ କହିଆସୁଛି। କାରଣ ହୋଲି ଆମର ପର୍ବ ନୁହେଁ।
ପ୍ରଶ୍ନ ଉଠାଇ ସମାଜବାଦୀ ପାର୍ଟି ବିଧାୟକ ରମାକାନ୍ତ ଯାଦବ କହିଛନ୍ତି ଲୋକେ କାହିଁକି ହୋଲି (Holi) ପାଳନ କରନ୍ତି। ଆମେ ଏଥିପାଇଁ ବହୁତ ଦୁଃଖିତ। ଏହି କାରଣରୁ ମୁଁ ଲୋକଙ୍କୁ ରଙ୍ଗର ପର୍ବ ହୋଲି ପାଳନ କରିବାକୁ ମନା କରୁଛି। ଏପ୍ରିଲ୍ ୧୪ ଭାରତୀୟ ସମ୍ବିଧାନ ପ୍ରଣେତା (Founder of Indian Constitution) ବାବାସାହେବ ଡ.ଭୀମରାଓ ଆମ୍ବେଦରଙ୍କ (Baba Saheb Dr Bhimrao Ambedkar) ଜନ୍ମଦିନ ଆସୁଛି। ସମସ୍ତେ ତାଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ଆବଶ୍ୟକ।
ରଙ୍ଗର ପର୍ବ ହୋଲି ଅବସରରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ସମାଜବାଦୀ ପାର୍ଟି ବିଧାୟକ (Samajwadi Party MLA) ରମାକାନ୍ତ ଯାଦବ (Ramakant Yadav) କହିଛନ୍ତି ମୁଁ ନିଜେ ହୋଲି ପାଳନ କରେ ନାହିଁ। ହୋଲି ପର୍ବ ପାଳନ ନକରିବାକୁ ମୁଁ ଲୋକଙ୍କୁ କହିଆସୁଛି। କାରଣ ହୋଲି ଆମର ପର୍ବ ନୁହେଁ।
Also Read: 'ଯେଉଁଠି ରଙ୍ଗ ଖେଳାଯାଉଛି ସେଠାକୁ ଯାଆନ୍ତୁ ନାହିଁ ମୁସଲିମ'
ଉତ୍ତର ପ୍ରଦେଶ ରାଜନୀତିରେ ବାହୁବଳୀ ରାଜନେତା ଭାବେ ଜଣାଶୁଣା ସମାଜବାଦୀ ପାର୍ଟି ବିଧାୟକ ରମାକାନ୍ତ ଯାଦବ ୪ ଥର ଆଜମଗଡ଼ ଲୋଲସଭା ସାଂସଦ (Azamgarh Lok Sabha MP) ଏବଂ ୪ ଥର ଫୁଲପୁର ପୱଇ ବିଧାନସଭା ଆସନର (Phoolpur Pawai Assembly Constituency) ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି।
ବିବାଦ ସହ ସମାଜବାଦୀ ପାର୍ଟି ବିଧାୟକ ରମାକାନ୍ତ ଯାଦବଙ୍କ ପୁରୁଣା ସମ୍ପର୍କ ରହିଛି। ପୂର୍ବରୁ ସେ ହାତରେ ବନ୍ଧା ଯାଉଥିବା ରକ୍ଷାସୂତ୍ର କାଟି ଦେବା ସହ କହିଥିଲେ ଆମେ ହେଉଛୁ ଶୂଦ୍ର। ଯେତେବଳେ ୨ ବର୍ଷ ପୂର୍ବେ ସମଗ୍ର ଦେଶରେ କୋରୋନା ମହାମାରୀର ପ୍ରକୋପ ଅନୁଭୂତ ହେବା ଆରମ୍ଭ ହୋଇଥିଲା ସେତେବେଳେ ସେ କହିଥିଲେ ଯେ କୋରୋନା ଭାଇରାସ କେଉଁଠାରେ ଅଛି, ଯଦି ଏହା ଆମ ପାଖକୁ ଆସେ ତାହେଲେ ଆମେ ଏହାକୁ ଆଲିଙ୍ଗନ କରିବା ଆବଶ୍ୟକ।