Jharkhand Politics: ସରକାର ବଞ୍ଚାଇବ ଲାଗି ଆରମ୍ଭ ହୋଇଗଲା ପ୍ରୟାସ
Advertisement
Article Detail0/zeeodisha/odisha1322349

Jharkhand Politics: ସରକାର ବଞ୍ଚାଇବ ଲାଗି ଆରମ୍ଭ ହୋଇଗଲା ପ୍ରୟାସ

Jharkhand UPA Government: ବର୍ତ୍ତମାନ ଝାଡଖଣ୍ଡ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ରାଜ୍ୟରେ କ୍ଷମତାସସୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟର ସୂତ୍ରରୁ ପ୍ରକାଶ ଯେ ରାଜ୍ୟ ସରକାର କୌଣସି ବିପଦରେ ନ ପଡ଼ିବା ପାଇଁ ଏକ ରଣନୀତି ଉପରେ ଆଲୋଚନା ହୋଇଛି। 

Jharkhand Politics: ସରକାର ବଞ୍ଚାଇବ ଲାଗି ଆରମ୍ଭ ହୋଇଗଲା ପ୍ରୟାସ

Jharkhand Political Crisis: ଲାଭଜନକ ପଦବୀ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଝାଡଖଣ୍ଡ ରାଜ୍ୟପାଳଙ୍କ ନିକଟରେ କରାଯାଇଥିବା ଅଭିଯୋଗ ଏବେ ରାଜ୍ୟରେ କ୍ଷମତାସୀନ ୟୁପିଏ ମେଣ୍ଟ ସରକାର ଲାଗି ଚିନ୍ତାର କାରଣ ପାଲଟିଛି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ନୋଟିସ ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ପକ୍ଷ ରଖି ସାରିଛନ୍ତି। ବର୍ତ୍ତମାନ ହେମନ୍ତ ସୋରେନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା। ରାଜ୍ୟର ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ହେମନ୍ତ ସୋରେନଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। 

ବର୍ତ୍ତମାନ ଝାଡଖଣ୍ଡ ରାଜନୀତିରେ (Jharkhand Politics) ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ରାଜ୍ୟରେ କ୍ଷମତାସସୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟର ସୂତ୍ରରୁ ପ୍ରକାଶ ଯେ ରାଜ୍ୟ ସରକାର କୌଣସି ବିପଦରେ ନ ପଡ଼ିବା ପାଇଁ ଏକ ରଣନୀତି ଉପରେ ଆଲୋଚନା ହୋଇଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Jharkhand CM Hemant Soren) କେନ୍ଦ୍ର ସରକାର ଏବଂ ବିଜେପି ଉଦ୍ଦେଶ୍ୟରେ  ଟାର୍ଗେଟ କରି କହିଛନ୍ତି ଯେ ମୁଁ ଜଣେ ଆଦିବାସୀଙ୍କ ପୁଅ। ଆମର ପଥ ସେମାନଙ୍କ ଷଡ଼ଯନ୍ତ୍ର ଦ୍ୱାରା କେବେ ବନ୍ଦ ହୋଇନାହିଁ। ଆମେ ଏଭଳି ଲୋକଙ୍କୁ ଭୟ କରୁନାହୁଁ। ଆମର ପୂର୍ବ ପୁରୁଷ ବହୁ ପୂର୍ବରୁ ଆମ ମନରେ ରହିଥିବା ଭୟ ଦୂର କରିଥିଲେ। ଆମ ଆଦିବାସୀଙ୍କ ପାଖରେ ଡର ଭୟ ପାଇଁ କୌଣସି ସ୍ଥାନ ନାହିଁ।

ଝାଡଖଣ୍ଡ ମୁଖୀ ମୋର୍ଚ୍ଚା (Jharkhand Mukti Morcha) ନେତୃତ୍ୱାଧିନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟର (United Progressive Alliance) ପ୍ରମୁଖ ସହଯୋଗୀ କଂଗ୍ରେସର (Congress) କିଛି ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ବର୍ତ୍ତମାନ ଝାଡଖଣ୍ଡ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ବିଜେପି ପକ୍ଷରୁ କରାଯିବାକୁ ଥିବା ରାଜନୈତିକ ଘୋଡ଼ା ବେପାରକୁ ରୋକିବା ପାଇଁ ପ୍ରୟାସ କରାଯାଉଛି। ଏନେଇ ବିଧାୟକଙ୍କୁ ପଶ୍ଚିମବଙ୍ଗ, ବିହାର କିମ୍ବା ଛତିଶଗଡ ଭଳି ପଡୋଶୀ ରାଜ୍ୟକୁ ସ୍ଥାନାନ୍ତର କରିବା ବିଚାର କରାଯାଉଥିଲା। ବର୍ତ୍ତମାନ ଶାସକ ମେଣ୍ଟକୁ ସମର୍ଥନ କରୁଥିବା ବିଧାୟକଙ୍କୁ ପଡୋଶୀ ଛତିଶଗଡ଼ ରାଜଧାନୀ ରାୟପୁର ପଠାଯାଇ ସାରିଛି। 

Also Read: Jharkhand Politics: ଗାଦି ହରାଇବେ ହେମନ୍ତ ସୋରେନ, ରାଜ୍ୟପାଳ ନେଲେ ବଡ଼ ନିଷ୍ପତ୍ତି!

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ଲାଭଜନକ ପଦବୀ (Office of Profit) ମାମଲା କାରଣରୁ ରଦ୍ଦ ହେବାକୁ ଯାଉଛି। କାରଣ ରାଜଧାନୀ ରାଞ୍ଚିସ୍ଥିତ ଅନଗଡା ଠାରେ ତାଙ୍କ ନାମରେ ରହିଥିବା ୮୮ ଡେସିମିଲ କ୍ଷେତ୍ରଫଳ ବିଶିଷ୍ଟ ଏକ ପଥର ଖଣିକୁ ସେ ଲିଜ ଆକାରରେ ନେଇଥିଲେ। ଏହାକୁ ଲାଭଜନକ ପଦବୀ ଏବଂ ଜନ ପ୍ରତିନିଧୀ ଆଇନର ଉଲ୍ଲଂଘନ ମାମଲା ବୋଲି ଦର୍ଶାଇ ରାଜ୍ୟପାଳ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ରାଜ୍ୟପାଳ ଏହି ମାମାଲାରେ ନିର୍ବାଚନ ଆୟୋଗ ମତାମତ ଲୋଡିଥିଲେ। ଏହି ମାମାଲାରେ  ନିର୍ବାଚନ ଆୟୋଗ ଉଭୟ ଅଭିଯୋଗକାରୀ ଏବଂ ହେମନ୍ତ ସୋରେନଙ୍କୁ ନୋଟିସ ଜାରି କରି ଏହି ପ୍ରସଙ୍ଗରେ ସେମାନଙ୍କ ଜବାବ ଦାଖଲ କରିବାକୁ କହିଥିଲେ। ଉଭୟ ପକ୍ଷର ଜବାବ ଶୁଣାଣି ପରେ ନିର୍ବାଚନ ଆୟୋଗ ଅଗଷ୍ଟ ୨୫ ଗୁରୁବାର ରାଜ ଭବନକୁ ପଠାଇଥିବା ମନ୍ତବ୍ୟରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରିବାକୁ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈଶ (Jharkhand Governor Ramesh Bais) ନିଷ୍ପତ୍ତି ନେବା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିର୍ବାଚନ ଆୟୋଗ (Election Commission of India) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବ। ଆସନ୍ତା କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେଉଥିବାର ଚର୍ଚ୍ଚା ହେଉଥିଲା। ଇସ୍ତଫା ଦେବା ପରେ ସେ ପୁନର୍ବାର ରାଜ୍ୟପାଳଙ୍କୁ ଭେଟି ବିଧାୟକଙ୍କ ସମର୍ଥନ ପତ୍ର ହସ୍ତାନ୍ତର କରି  ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରିବେ।

ବିଧାୟକ ପଦ ଯିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗାମୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ତାଙ୍କ ବିଧାୟକ ପଦ ରଦ୍ଦ ହେବାକୁ ନେଇ ରାଜ ଭବନ ପକ୍ଷରୁ ଆନୁଷ୍ଠାନିକ କୌଣସି ଘୋଷଣା କରାଯାଇ ନାହିଁ। ବର୍ତ୍ତମାନ ଝାଡଖଣ୍ଡ ବିଧାନସଭାରେ ଶାସକ ମେଣ୍ଟ ସରକାର ଗଠନ କରିବା ଲାଗି ପର୍ଯ୍ୟାପ୍ତ ବିଧାୟକଙ୍କ ସମର୍ଥନ ରହିଛି। ସଂଖ୍ୟାବଳ ଆଧାରରେ ସରକାର ଗଠନ କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟପାଳଙ୍କ ନିଷ୍ପତ୍ତି ଗ୍ରହଣ ହେବା ମାତ୍ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶାସକ ମେଣ୍ଟକୁ ସମର୍ଥନ କରୁଥିବା ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ସେ ପୁନର୍ବାର ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିପାରିବେ। 

Also Read: Jharkhand Politics: ମହରାଷ୍ଟ୍ର ଭଳି ବଦଳିଯିବ ରାଜ୍ୟର ରାଜନୈତିକ ସମୀକରଣ!

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରିବାକୁ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈଶ (Jharkhand Governor Ramesh Bais) ନିଷ୍ପତ୍ତି ନେବା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିର୍ବାଚନ ଆୟୋଗ (Election Commission of India) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବ।  ଅନ୍ୟପଟେ ଝାଡଖଣ୍ଡ ହାଇକୋର୍ଟ ରାଜ୍ୟର ବିଭିନ୍ନ ଅଦାଲତରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ସମ୍ପର୍କରେ ତଥ୍ୟ ମାଗିଛନ୍ତି। ସାଂସଦ ଏବଂ ବିଧାୟକଙ୍କ ବିରୋଧରେ କେତେ ମାମଲା ବିଚାରାଧୀନ ରହିଛି ତାହା ଜଣାଇବାକୁ କୋର୍ଟ ସିବିଆଇ ଏବଂ ରାଜ୍ୟ ସରକାରଙ୍କୁ କହିଛନ୍ତି। କେତେ ମାମଲାରେ ଅନୁସନ୍ଧାନ ଚାଲିଛି, କେତେ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ଏବଂ କେତେ ଯୁକ୍ତି କରାଯାଇଥିଲା। ହାଇକୋର୍ଟର ପ୍ରଧାନ ବିଚାରପତି ଡ.ରବି ରଞ୍ଜନ ଏବଂ ଏସ.ଏନ୍ ପ୍ରସାଦଙ୍କ ବେଞ୍ଚ ଉଭୟ ପକ୍ଷଙ୍କୁ ସେପ୍ଟେମ୍ବର ୧୬ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।