ଝାଡ଼ଖଣ୍ଡରେ ବିଜେପିକୁ ଲାଗିବ ବଡ଼ ଝଟକା! ୧୬ ବିଧାୟକ ଛାଡ଼ିପାରନ୍ତି ଦଳ
Advertisement
Article Detail0/zeeodisha/odisha1274196

ଝାଡ଼ଖଣ୍ଡରେ ବିଜେପିକୁ ଲାଗିବ ବଡ଼ ଝଟକା! ୧୬ ବିଧାୟକ ଛାଡ଼ିପାରନ୍ତି ଦଳ

Jharkhand Politics: ଏକ ପ୍ରଶ୍ନର ଜବାବରେ ଜେଏମଏମ ସାଧାରଣ ସମ୍ପାଦକ ଏହି ବୟାନ ଦେଇଛନ୍ତି । ତାଙ୍କୁ ପଚରାଯାଇଥିଲା କି ହେମନ୍ତ ସୋରେନଙ୍କ ସରକାର ପାଇଁ କିଛି ବିପଦ ଅଛି କି? ଏଥିସହ ଏହା ମଧ୍ୟ ପଚରାଯାଇଥିଲା ଯେ ବିଜେପି କଂଗ୍ରେସ ବିଧାୟକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି କି ।

ଝାଡ଼ଖଣ୍ଡରେ ବିଜେପିକୁ ଲାଗିବ ବଡ଼ ଝଟକା! ୧୬ ବିଧାୟକ ଛାଡ଼ିପାରନ୍ତି ଦଳ

ରାଞ୍ଚି: Jharkhand Politics: ଝାଡଖଣ୍ଡରେ ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ବଡ଼ ଦାବି କରିଛି । ଜେଏମଏମ ସାଧାରଣ ସମ୍ପାଦକ ସୁପ୍ରିଓ ଭଟ୍ଟାଚାର୍ଯ୍ୟଙ୍କ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (BJP) ର ୧୬ ଜଣ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ସେମାନେ ହେମନ୍ତ ସୋରେନ ସରକାରଙ୍କୁ ସମର୍ଥନ କରିପାରନ୍ତି । ସୁପ୍ରିଓ ଭଟ୍ଟାଚାର୍ଯ୍ୟ (Supriyo Bhattacharya) ଙ୍କ ଏହି ବୟାନ ଝାଡଖଣ୍ଡର ରାଜନୀତିରେ ହଇଚଇ ସୃଷ୍ଟି କରିଛି ।

ସୁପ୍ରିଯୋ ଭଟ୍ଟାଚାର୍ଯ୍ୟ ଦାବି କରିଛନ୍ତି ଯେ, ଏହି ୧୬ ଜଣ ବିଜେପି ବିଧାୟକ (BJP MLA) ସେଠାରେ ଠିକ୍ ଭାବେ ନିଶ୍ୱାସ ନେଇପାରୁ ନାହାଁନ୍ତି, ତେଣୁ ସେମାନେ ଜେଏମଏମକୁ ସମର୍ଥନ କରିବାକୁ ଚାହୁଁଛନ୍ତି । ସୁପ୍ରିଓଙ୍କ ଅନୁଯାୟୀ, ଏହି ବିଧାୟକମାନେ ଏକ ପୃଥକ ଦଳ ଗଠନ କରି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାରଙ୍କୁ ସମର୍ଥନ କରିପାରନ୍ତି । ସେ କହିଛନ୍ତି ଯେ ଜେଏମଏମ ଏହି ପ୍ରସ୍ତାବ ଉପରେ ସେତେବେଳେ ବିଚାର କରିବ ଯେତେବେଳେ ଆନୁଷ୍ଠାନିକ ପ୍ରସ୍ତାବ ସେମାନଙ୍କ ପାଖକୁ ପଠାଯିବ ।

ଏକ ପ୍ରଶ୍ନର ଜବାବରେ ଜେଏମଏମ ସାଧାରଣ ସମ୍ପାଦକ ଏହି ବୟାନ ଦେଇଛନ୍ତି । ତାଙ୍କୁ ପଚରାଯାଇଥିଲା କି ହେମନ୍ତ ସୋରେନଙ୍କ ସରକାର ପାଇଁ କିଛି ବିପଦ ଅଛି କି? ଏଥିସହ ଏହା ମଧ୍ୟ ପଚରାଯାଇଥିଲା ଯେ ବିଜେପି କଂଗ୍ରେସ ବିଧାୟକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି କି ।

ଏହି ଦାବିକୁ ଅସ୍ୱୀକାର କରିଛି ବିଜେପି 

ଭାରତୀୟ ଜନତା ପାର୍ଟି (BJP) ଜେଏମଏମ (JMM) ର ଦାବିକୁ ଖାରଜ କରିଛି । ପାର୍ଟି ମୁଖପାତ୍ର ପ୍ରତୁଲ ଶହଦେବ କହିଛନ୍ତି ଯେ, ଜେଏମଏମ ବିଧାୟକମାନେ ଆଣ୍ଠୁଏ ଦୁର୍ନୀତିରେ ଜଡିତ ଅଛନ୍ତି ଓ ସୋରେନଙ୍କ ଦଳ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଲଢ଼େଇ ଲଢୁଛି । ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ଜେଏମଏମ ବିଧାୟକମାନେ ପ୍ରଥମେ ଦୁର୍ନୀତି କରି ଟଙ୍କା ଲୁଟିଛନ୍ତି ଓ ବର୍ତ୍ତମାନ ମିଛ କଥା କହି ବୁଡ଼ି ଯାଉଥିବା ଡଙ୍ଗାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଏହି ସମୟରେ ଝାଡଖଣ୍ଡରେ ED ର କାର୍ଯ୍ୟାନୁଷ୍ଠାନ ଚାଲିଛି । ନିକଟ ଅତୀତରେ ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କ ଦଳର ବିଧାୟକ ପଙ୍କଜ ମିଶ୍ରାଙ୍କୁ ପଚରାଉଚରା କରାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଇଡି ମଧ୍ୟ ୩୬ କୋଟି ଟଙ୍କା ଜବତ କରିଛି । ଏହା ବ୍ୟତୀତ ପରିବାରବାଦ ପ୍ରସଙ୍ଗରେ ବିଜେପି ଜେଏମଏମକୁ ମଧ୍ୟ ଘେରିଛି । ବାସ୍ତବରେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ର ୧୦ରୁ ଅଧିକ ଜିଲ୍ଲା ୟୁନିଟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରୋଫାଇଲ୍ ଫଟୋ ବଦଳାଇଛି । ଯାହା ପରେ ରାଜ୍ୟରେ ରାଜନୈତିକ ପାରା ବଢିବାରେ ଲାଗିଛି । କ୍ରସ୍ ଭୋଟିଂକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଏହି ନୂତନ ଘଟଣାକ୍ରମକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଜେଏମଏମ ଏହାକୁ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱ ପ୍ରତି ନିଷ୍ଠା ବୋଲି କହୁଥିବାବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି (BJP) ଏହାକୁ ପରିବାରବାଦ ସହ ଯୋଡିଛି ।

ଏହା ବି ପଢ଼ନ୍ତୁ:-ସଙ୍କଟରେ ବଘେଲ ସରକାର, ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ହେବ ଖେଳ?

ଏହା ବି ପଢ଼ନ୍ତୁ:-ଦ୍ୱିତୀୟ ODI ସହ ଏହି ଖେଳାଳିଙ୍କ କ୍ୟାରିୟର ମଧ୍ୟ ହେଲା ଶେଷ! ପ୍ରତ୍ୟେକ ଥର ହୋଇଛନ୍ତି ଫ୍ଲପ୍

ଏହା ବି ପଢ଼ନ୍ତୁ:-ରାଜନୀତିରେ ଆସିବାକୁ ଚାହୁଁନଥିଲେ ଦ୍ରୌପଦୀ ମୁର୍ମୁ, ଏହି ବ୍ୟକ୍ତିଙ୍କ ଜିଦ୍ ଯୋଗୁଁ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କିଛି ରୋଚକ କଥା

ସେପଟେ କୁହାଯାଉଛି ଯେ ଯଦି ବିଚାରାଧୀନ ମାମଲାରେ ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ବିଜେପି ମଧ୍ୟ ଏଠାରେ ଖେଳି କରିପାରେ । ଏଠାରେ କହି ରଖୁଛୁ ଯେ, ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଣ୍ଟ ୨୦୧୯ର ବିଧାନସଭାରେ ଆଦିବାସୀ ବେଲ୍ଟରେ ଥିବା ୨୮ଟି ଆସନ ମଧ୍ୟରୁ ୨୫ଟି ଜିତିଥିବାବେଳେ ବିଜେପି କେବଳ ଦୁଇଟି ଆସନ ଜିତିପାରିଥିଲା । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଜେଏମଏମର ୩୦, କଂଗ୍ରେସର ୧୮, ବିଜେପିର ୨୬, ଆରଜେଡି-ଏନସିପି-ସିପିଆଇଏମଏଲଏଲର ୧-୧, ଏଜେଏସୟୁ ଓ ଆଇଏନଡିର ୨-୨ ଜଣ ବିଧାୟକ ଅଛନ୍ତି ।