Satish Jarkiholi: 'ଯଦି ମୁଁ ଭୁଲ ପ୍ରମାଣିତ ହୁଏ ତାହେଲେ ଇସ୍ତଫା ଦେଇ ଦେବି'
Advertisement

Satish Jarkiholi: 'ଯଦି ମୁଁ ଭୁଲ ପ୍ରମାଣିତ ହୁଏ ତାହେଲେ ଇସ୍ତଫା ଦେଇ ଦେବି'

Satish Jarkiholi: ହିନ୍ଦୁ ଶବ୍ଦ ବାବଦରେ ଦେଇଥିବା ବୟାନ ସହ ମୁଁ କାଏମ ରହିଛି। ଯଦି ମୁଁ ଭୁଲ୍ ବୋଲି ପ୍ରମାଣିତ ହୁଏ, ତାହେଲେ ମୁଁ ବିଧାୟକ ପଦରୁ ଇସ୍ତଫା ଦେଇଦେବି। ହେଲେ ମୁଁ ମୋର ଏହି ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା କରିବି ନାହିଁ।

 Satish Jarkiholi: 'ଯଦି ମୁଁ ଭୁଲ ପ୍ରମାଣିତ ହୁଏ ତାହେଲେ ଇସ୍ତଫା ଦେଇ ଦେବି'

Karnataka Congress Leader: ହିନ୍ଦୁ ଶବ୍ଦକୁ ନେଇ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସତୀଶ ଜାରକୀହୋଲି ଦେଇଥିବା ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ଥମିନାହିଁ। ହେଲେ ଏବେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି କଂଗ୍ରେସ ନେତା  ସତୀଶ ଜାରକୀହୋଲି କହିଛନ୍ତି ମୁଁ ମୋ ବୟାନରେ କାଏମ ରହିଛି। ତାଙ୍କର ଏହି ବିବୃତ୍ତିରୁ ଦଳ ନିଜକୁ ଦୂରେଇ ରଖିଥିବାବେଳେ, ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସକୁ ଘେରି ରହିଛି।
 
ରବିବାର ରାଜ୍ୟର ବେଲଗାଭୀ ଜିଲ୍ଲାର (Belagavi District) ନିପାନି ଅଞ୍ଚଳରେ ମାନବ ଭାଇଚାରା ସଙ୍ଗଠନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଯୋଗ ଦେଇଥିଲେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି (Karnataka Congress Working President) ସତୀଶ ଜାରକୀହୋଲି (Satish Jarkiholi)। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ନେତା କହିଛନ୍ତି ଯେ ହିନ୍ଦୁ (Hindu) ଭାରତୀୟ ଶବ୍ଦ (Indian Word) ନୁହେଁ। ଏହା ଆମ ଉପରେ ଜବରଦସ୍ତ ଲାଗୁ କରାଯାଉଛି।

ହିନ୍ଦୀରେ ଭାଷଣ ଦେଇ ସେ କହିଛନ୍ତି ଯେ ହିନ୍ଦୁ ଶବ୍ଦର ଅର୍ଥ ହେଉଛି ଅତ୍ୟନ୍ତ ମଇଳା। ହିନ୍ଦୁ ଭାରତୀୟ ଶବ୍ଦ ନୁହେଁ। ହିନ୍ଦୁ ଶବ୍ଦ ପାରସ୍ୟରୁ (Persia) ଆସିଛି। ହିନ୍ଦୁ ଏକ ପାର୍ସୀ ଶବ୍ଦ (Persian Word)। କାହିଁକି କିଛି ଲୋକ ଏହି ବିଦେଶୀ ଶବ୍ଦକୁ (Foreign Word) ସୋର ମଚାଉଛନ୍ତି, ତାହା ବୁଝା ପଡୁ ନାହିଁ। ଆମ ଉପରେ କାହିଁକି ଏକ ବିଦେଶୀ ଶବ୍ଦ ଜବରଦସ୍ତ ଥୋପା ଯାଉଛି ସେ ନେଇ ବ୍ୟାାପକ ଭାବରେ ଆଲୋଚନ କରାଯିବା ଆବଶ୍ୟକ।

Also Read: Karnataka: ହିନ୍ଦୁ ଶବ୍ଦର ଭୁଲ ଅର୍ଥ ବାହାର କରି ବିବାଦରେ କଂଗ୍ରେସ ନେତା ସତୀଶ ଜାରକୀହୋଲି

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତିଙ୍କ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା। ହିନ୍ଦୁ ଶବ୍ଦକୁ ନେଇ ଦେଇଥିବା ବୟାନ ପାଇଁ ତାଙ୍କୁ ଏବେ ବିରୋଧୀ ଦଳ ଟାର୍ଗେଟ କରିଥିଲେ। ତାଙ୍କର ଏହି ବିବୃତ୍ତିରୁ ଦଳ ନିଜକୁ ଦୂରେଇ ରଖିଥିବାବେଳେ, ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସକୁ ଘେରି ରହିଛି। ଏହି ବିବାଦ ଉପରେ ସ୍ପଷ୍ଟୀକରଣ ରଖି କଂଗ୍ରେସ ନେତା କହିଛନ୍ତି ବର୍ତ୍ତମାନ ମୁଁ ମୋ ବୟାନରେ କାଏମ ରହିଛି। ଯଦି ମୁଁ ଭୁଲ୍ ବୋଲି ପ୍ରମାଣିତ ହୁଏ, ତାହେଲେ ମୁଁ ବିଧାୟକ ପଦରୁ ଇସ୍ତଫା ଦେଇଦେବି। ହେଲେ ମୁଁ ମୋର ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା କରିବି ନାହିଁ।

କଂଗ୍ରେସ ନେତା ସତୀଶ ଜାରକୀହୋଲିଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି  ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅର୍ଦ୍ଧ ଜ୍ଞାନ ସହ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଖୁସି କରିବାକୁ ଏଭଳି ବୟାନବାଜି କରାଯାଉଛି। ଏଭଳି ବୟାନ ଦେଇ ନିର୍ବାଚନରେ ସଂଖ୍ୟାଲଘୁ ଭୋଟ୍ ପାଇବାକୁ ସ୍ୱପ୍ନ ଦେଖାଯାଉଛି। ହେଲେ ଏଭଳି ବୟାନ ଦେଶ ବିରୋଧୀ। ସମସ୍ତେ ଏହାକୁ ନିନ୍ଦା କରିବା ଆବଶ୍ୟକ। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସିଦ୍ଧରମୈୟାଙ୍କ ନୀରବତା କ'ଣ ସତୀଶ ଜାରକୀହୋଲି ବକ୍ତବ୍ୟକୁ ସମର୍ଥନ କରୁଛି?
  
ଅନ୍ୟପଟେ ଦଳର କାର୍ଯ୍ୟକାରୀ ସଭାପତି ଦେଇଥିବା ବୟାନ ଠାରୁ ଦୂରେଇଯାଇଛି କର୍ଣ୍ଣାଟକ କଂଗ୍ରେସ। ଏନେଇ ପ୍ରତିକ୍ରିୟା ରଖି କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର କହିଛନ୍ତି ଯେ  ସତୀଶ ଜାରକୀହୋଲିଙ୍କ ବିବୃତ୍ତି ହେଉଛି ତାଙ୍କର ବ୍ୟକ୍ତିଗତ ମତାମତ। ଏହା କଂଗ୍ରେସ ଦଳର ମତ ନୁହେଁ। ଆମେ ଏହି ମାମଲାରେ ତାଙ୍କୁ ସ୍ପଷ୍ଟୀକରଣ ଦେବାକୁ କହିବୁ। କଂଗ୍ରେସ ଦଳ ସମସ୍ତ ଧର୍ମକୁ ସମର୍ଥନ କରେ। ଦଳ ତାଙ୍କ ବିବୃତ୍ତି ସହିତ ସହମତ ନୁହେଁ।