ବିଜେପି-ଜେଡିଏସ ମଧ୍ୟରେ ବନ୍ଧୁତା, କଂଗ୍ରେସ ପାଇଁ ଆଉ ଏକ ଝଟକା!
Advertisement

ବିଜେପି-ଜେଡିଏସ ମଧ୍ୟରେ ବନ୍ଧୁତା, କଂଗ୍ରେସ ପାଇଁ ଆଉ ଏକ ଝଟକା!

ନୂଆ ବନ୍ଧୁତ୍ୱର କଥା ସେହି ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ ବିଧାନ ପରିଷଦରେ ଉପସଭାପତି ଧର୍ମେ ଗୌଡାଙ୍କୁ କଂଗ୍ରେସ (Congress) ର କିଛି ସଦସ୍ୟ ବାଧ୍ୟତାମୂଳକ ଭାବେ ହଟାଇ ଦେଇଥିଲେ । ଧର୍ମେ ଗୌଡା ହେଉଛନ୍ତି ଜେଡିଏସର ନେତା ।

ବିଜେପି-ଜେଡିଏସ ମଧ୍ୟରେ ବନ୍ଧୁତା, କଂଗ୍ରେସ ପାଇଁ ଆଉ ଏକ ଝଟକା!

ନୂଆଦିଲ୍ଲୀ: ଆଜିକାଲି କର୍ଣ୍ଣାଟକର ରାଜନୀତିରେ ବିଜେପି (BJP) ଓ ଜେଡିଏସ (JDS) ମଧ୍ୟରେ ନୂତନ ଭାବେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଉଭୟ ଦଳର ବରିଷ୍ଠ ନେତାମାନେ ଜେଡିଏସକୁ ବିଜେପିରେ ବିଲୟ କରିବା ବିଷୟରେ ଆଲୋଚନା ଆରମ୍ଭ କରିଛନ୍ତି । ଯଦିଓ ରାଜ୍ୟରେ ବିଜେପିର ସବୁଠାରୁ ବଡ ନେତା ତଥା ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା (Yediyurappa) ଏବଂ ଜେଡିଏସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ (Kumaraswamy) ଏହି ଗୁଜବକୁ ଖଣ୍ଡନ କରିଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ଚୁକ୍ତି ସ୍ଥିର ହୋଇଛି ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁର ନୂଆ ରୂପକୁ ନେଇ ବଡ଼ ବୟାନ ଦେଲା WHO

ନୂଆ ବନ୍ଧୁତ୍ୱର କଥା ସେହି ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ ବିଧାନ ପରିଷଦରେ ଉପସଭାପତି ଧର୍ମେ ଗୌଡାଙ୍କୁ କଂଗ୍ରେସ (Congress) ର କିଛି ସଦସ୍ୟ ବାଧ୍ୟତାମୂଳକ ଭାବେ ହଟାଇ ଦେଇଥିଲେ । ଧର୍ମେ ଗୌଡା ହେଉଛନ୍ତି ଜେଡିଏସର ନେତା ।

ବିଧାନ ପରିଷଦରେ କଂଗ୍ରେସ ବିଧାୟକଙ୍କ ମନୋଭାବରେ ବିରକ୍ତ ହୋଇ ଜେଡିଏସ୍ ନେତାମାନେ ବିଜେପି ସହ ମିଳିତ ଭାବେ କଂଗ୍ରେସ ନେତା ପ୍ରଭାତ ଚନ୍ଦ୍ର ଶେଟ୍ଟୀଙ୍କୁ ଅଧ୍ୟକ୍ଷ / ବାଚସ୍ପତି ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରୁ ହିଁ ବିଜେପି ଏବଂ ଜେଡିଏସ ମଧ୍ୟରେ ରାଜନୈତିକ ବନ୍ଧୁତା ପୁଣି ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ:-ଶସ୍ତା ସୁନା ଦେବ ମୋଦି ସରକାରଙ୍କ ଏହି ସ୍କିମ, ଜାନୁଆରୀ ୧ ଯାଏ କରିପାରିବେ ଆବେଦନ

ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଜେଡିଏସ ନେତା କୁମାରସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ପଠାଇଛନ୍ତି । ଟ୍ୱିଟରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରିଛନ୍ତି । ଏହା ପରେ ଚର୍ଚ୍ଚା ଦ୍ରୁତ ଗତିରେ ହେବାରେ ଲାଗିଛି । କୁହାଯାଉଛି ଯେ ଜେଡିଏସ୍ ନେତାମାନେ ବିଜେପି ସହିତ ବିଲୟ ବିଷୟରେ ଚର୍ଚ୍ଚା ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ମମତା-ବିଜେପିକୁ ଟକ୍କର ଦେବ କଂଗ୍ରେସ-ବାମ ଦଳର ମେଣ୍ଟ

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ କର୍ଣ୍ଣାଟକରେ ବିଜେପି ସରକାରଙ୍କ ନିଷ୍ପତ୍ତିକୁ ଜେଡିଏସ୍ ସମର୍ଥନ କରିଆସୁଛି । କେବଳ ଏତିକି ନୁହେଁ, ଜେଡିଏସ୍ ୟେଦୁରୁପ୍ପା ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବାରେ ସାହାଯ୍ୟ କରିଛି । କର୍ଣ୍ଣାଟକ ବିଧାନ ପରିଷଦରେ ବିଜେପିର ସଂଖ୍ୟାଗରିଷ୍ଠତା ନାହିଁ । ଜେଡିଏସ ସମର୍ଥନ ବିନା ବିଜେପି କୌଣସି ବିଲ୍ ପାସ୍ କରିପାରିବ ନାହିଁ ।