Kerala Politics: ଲାଇବ୍ରେରୀ ଡିସପ୍ଲେ ବକ୍ସ ରୁ ହଟିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁସ୍ତକ, ଘେରିଲା ବିଜେପି
Advertisement
Article Detail0/zeeodisha/odisha1354256

Kerala Politics: ଲାଇବ୍ରେରୀ ଡିସପ୍ଲେ ବକ୍ସ ରୁ ହଟିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁସ୍ତକ, ଘେରିଲା ବିଜେପି

PM Narendra Modi:  ଗୁଜୁରାଟରୁ ଆସୁଥିବା ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ୨୦୦୧ ଅକ୍ଟୋବର ୭ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ସେ ଭାରତୀୟ ଗଣତନ୍ତ୍ରର ନିର୍ବାଚନ ରାଜନୀତିରେ ସେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ  ନିଜର ୨୦ ବର୍ଷର ରାଜନୈତିକ କ୍ୟାରିୟର ପୂରଣ କରିଛନ୍ତି।

Kerala Politics: ଲାଇବ୍ରେରୀ ଡିସପ୍ଲେ ବକ୍ସ ରୁ ହଟିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁସ୍ତକ, ଘେରିଲା ବିଜେପି

Kerala Calicut University: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ "Modi@20: Dreams Meet Delivery" ନାମକ ପୁସ୍ତକକୁ ଲାଇବ୍ରେରୀ ଡିସପ୍ଲେ ବକ୍ସ ରୁ ହଟାଇ ଦେଉଛି କେରଳ କାଲିକଟ୍ ବିଶ୍ୱବିଦ୍ୟାଳୟ। ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ  ବିଶ୍ୱବିଦ୍ୟାଳୟ ପାଠାଗାରରୁ ହଟାଇବାକୁ ନେଇ ତାତି ଉଠିଛି କେରଳ ବିଜେପି। ଏନେଇ ପ୍ରତିକ୍ରିୟା ରଖି କେରଳ ବିଜେପି ସଭାପତି କେ. ସୁରେନ୍ଦ୍ରନ୍ କହିଛନ୍ତି ଯେ ଏହି ଘଟଣାକ୍ରମରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏହା ଏକ ପ୍ରକାର ରାଷ୍ଟ୍ର ବିରୋଧି ଶକ୍ତି ଆଗରେ ମୁଣ୍ଡ ନୂଆଇଁ ପାକିସ୍ତାନ ସମର୍ଥକ ଦୃଷ୍ଟିକୋଣ ରଖିବା ଭଳି କାରନାମା।

କେରଳ ବିଜେପି ଅଧ୍ୟକ୍ଷ କେ.ସୁରେନ୍ଦ୍ରନ୍ (Kerala BJP President K.Surendran) କହିଛନ୍ତି ଯେ ରାଜ୍ୟର କିଛି ଲୋକ ଏବଂ ଅଧିକାରୀ ସମ୍ବିଧାନର ସମ୍ମାନ ଏବଂ ଗଣତାନ୍ତ୍ରିକ ଅଧିକାର ରକ୍ଷା କରିବାରେ ବିଫଳ ହୋଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Indian Prime Minister Narendra Modi) ପଛ ଦ୍ୱାର ଦେଇ କ୍ଷମତାକୁ ଆସିନାହାଁନ୍ତି। ସେ ଏକ ଜବରଦସ୍ତ ବିଜୟ ହାସଲ କରିଛନ୍ତି ଏବଂ ୨୦୧୯ ନିର୍ବାଚନରେ ବାଜିମାତ କରି ଏହି ପଦବୀ ବଜାୟ ରଖିଛନ୍ତି।

କେରଳ ବିଜେପି ଅଧ୍ୟକ୍ଷଙ୍କ ବ୍ୟତୀତ ଦଳର ଅନେକ ନେତା (Kerala BJP Leader) ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ରାଜ୍ୟ ବିଜେପି ସଭାପତି ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକ ପ୍ରଦର୍ଶିତ ହେବାକୁ ଅନୁମତି ନଦେବା ନିଷ୍ପତ୍ତିକୁ ତାଲିବାନ ମାନସିକତା ରଖୁଥିବା ଲୋକଙ୍କ ସହ ତୁଳନା କରିଛନ୍ତି। ଏହି ପଦକ୍ଷେପ ତାଲିବାନବାଦ ବ୍ୟତୀତ ଆଉ କିଛି ନୁହେଁ। ଆଶ୍ଚର୍ଯ୍ୟର କଥା, ଯେତେବେଳେ ଶାସକ ବାମପନ୍ଥୀ ଅଭିବ୍ୟକ୍ତିର ଅଧିକାର ବାବଦରେ ଏତେ କଥାବାର୍ତ୍ତା କରୁଛନ୍ତି ସେତେବେଳେ ଏଭଳି ଘଟଣା ଘଟୁଛି। ଆମେ ଏହାକୁ ଅନୁମତି ଦେବୁ ନାହିଁ। 

କାଲିକଟ୍ ବିଶ୍ୱବିଦ୍ୟାଳୟ (Calicut University) ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ବିରୋଧରେ କେରଳ ବିଜେପି (Kerala BJP Unit) ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ (Educational Institutions of Kerala) ଏକ ପୁସ୍ତକ ମହୋତ୍ସବ (Kerala BJP Book Festival) ଆୟୋଜନ କରିବ।  

Also Read: ଆମେ ଆମର ପ୍ରଧାନମନ୍ତ୍ରୀଙ୍କ ପାଇଁ ଗର୍ବିତ: କେରଳ ହାଇକୋର୍ଟ

ଗୁଜୁରାଟରୁ ଆସୁଥିବା ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ୨୦୦୧ ଅକ୍ଟୋବର ୭ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ସେ ଭାରତୀୟ ଗଣତନ୍ତ୍ରର ନିର୍ବାଚନ ରାଜନୀତିରେ ସେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ  ନିଜର ୨୦ ବର୍ଷର ରାଜନୈତିକ କ୍ୟାରିୟର ପୂରଣ କରିଛନ୍ତି। ଏହି ଦୁଇ ଦଶନ୍ଧିର ବିଶେଷତ୍ୱ  ଏହା ଯେ  ଏହି ସମୟ ଅବଧି ମଧ୍ୟରେ ତାଙ୍କର ବିଚାର ବିସ୍ତାର ହୋଇଛି। 'ମୋଦୀ ମ୍ୟାଜିକ୍' କ’ଣ? ଏହା କିପରି କାମ କରେ, ପ୍ରଧାନମନ୍ତ୍ରୀ ମୋଦି କିପରି ତାଙ୍କର 'ଆଇଡିଆ ଅଫ୍ ଇଣ୍ଡିଆ' ଗଠନ କରୁଛନ୍ତି। ଏହି ପ୍ରଶ୍ନର ଉତ୍ତର ତାଙ୍କ ଉପରେ ଲିଖିତ "Modi@20: Dreams Meet Delivery" ନାମକ ପୁସ୍ତକରେ ଉପଲବ୍ଧ  ରହିଛି।  ଯାହା ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଉନ୍ମୋଚିତ ହୋଇଥିଲା।