ବିଧାନସଭା ନିର୍ବାଚନ ଫଳାଫଳ ପରେ ଅନେକ ନେତା ବିଦେଶ ଚାଲି ଯିବେ।
Trending Photos
ଲକ୍ଷ୍ନୌ: ରାଜ୍ୟର ଫିରୋଜବାଦ ଜିଲ୍ଲାରେ ୬୬୧ କୋଟି ଟଙ୍କା ମୂଲ୍ୟର ନିର୍ମିତ ହୋଇଥିବା ୧୪୩ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ପ୍ରକଳ୍ପ ଉନ୍ମୋଚନ ପରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ ଦେବା ଅବସରରେ ସେ ବିରୋଧି ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରିଛନ୍ତି।
ଏନେଇ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ୨୦୧୭ ନିର୍ବାଚନରେ ଯଦି ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଗଠନ ହୋଇଥାନ୍ତେ ତାହେଲେ ଅରାଜକତା ବ୍ୟାପିଯାଇଥାନ୍ତା ଏବଂ ଦେଶ ବର୍ବାଦ ହୋଇଯାଇଥାନ୍ତା। ଅଖିଳେଶ ଯାଦବଙ୍କ ସମାବେଶରେ ହେଉଥିବା ଜନ ସମାବେଶ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଗତ ଥର ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାନ୍ତ ହେଲେ ଏହା ଦ୍ୱାରା କିଛି ହେବ ନାହିଁ।
Also Read: ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଆଗାମୀ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ ମତ ରଖି ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ କହିଛନ୍ତି ୧୦୦ ଆସନରୁ ୬୦ ସିଟ୍ ହେଉଛି ଆମର। ଏହି କାର୍ଯ୍ଯକ୍ରମରେ ଯୋଗ ଦେଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଆପଣ ହେଉଛନ୍ତି ହନୁମାନଙ୍କ ଭଳି ଶକ୍ତିଶାଳୀ। ଯଦି ଆପଣ ଚାହିଁବେ ତାହେଲେ ରାଜ୍ୟର ସମସ୍ତ ବିଧାନସଭା ଆସନ ଜିତିପାରିବେ। ବିଧାନସଭା ନିର୍ବାଚନ ଫଳାଫଳ ପରେ ଅନେକ ନେତା ବିଦେଶ ଚାଲି ଯିବେ। ବିଜେପି ସରକାର ଟିକା ନେବାକୁ ମନା କରିଥିଲେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ। ହେଲେ ସେହି ବିଜେପି ସରକାର ୧୨୫ କୋଟି ଲୋକଙ୍କୁ ଟିକାକରଣ କରିସାରିଛି।
Also Read: ନାମ ପରିବର୍ତ୍ତନ କରିବାକୁ ନେଇ ମୁହାଁମୁହିଁ Akhilehsh Yadav-Keshav Prasad Maurya
ବିକାଶର କଥା ଥିବା ଦଳ ବର୍ତ୍ତମାନ ଆବା ଜାନ, ଚାଚା ଜାନ, ଜିନ୍ନା, ଲାଲ ଟୋପି, କଳା ଟୋପି, ଜାଲି ଟୋପି ଭଳି ପ୍ରସଙ୍ଗ ଉଠାଉଛି। ଏହାକୁ ଆପଣ କିପରି ଦେଖୁଛନ୍ତି? ଏହାର ଜବାବ ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ତୁଷ୍ଟିକରଣ ରାଜନୀତି କରିନ୍ତି ସେମାନଙ୍କୁ ହୁଏତ କଷ୍ଟ ଅନୁଭବ ହେଉଥାଇପାରେ। ଜିନ୍ନାଙ୍କୁ ଦେଶଭକ୍ତ ବୋଲି କହୁଥିବା ଲୋକଙ୍କୁ ଆମେ ଜବାବ ଦେବୁ। ଦେଶର ଶତ୍ରୁଙ୍କ ନାଁ ନେବାକୁ ସେମାନେ ବନ୍ଦ କରନ୍ତୁ। ତୁଷ୍ଟିକରଣ ରାଜନୀତି ଏବଂ ଅପରାଧିଙ୍କୁ ପୃଷ୍ଠପୋଷକତା ଦେବାରୁ ସେମାନେ ବିରତ ରୁହନ୍ତୁ। ଆସନ୍ତାବର୍ଶ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଫିରୋଜାବାଦ ଜିଲ୍ଲାର ସମସ୍ତ ଆସନରେ ପଦ୍ମ ଫୁଟିବ ଏବଂ ରାଜ୍ୟରେ ୩ ଶହରୁ ଅଧିକ ସିଟ୍ ଜିତି ପୁଣି ବିଜେପି ସରକାର ଗଠନ କରିବ। ରାଜ୍ୟରେ ଗୁଣ୍ଡାଗର୍ଦ୍ଦି ହୋଇନାହିଁ ନାଁ ହୋଇପାରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ।