Brajrajnagar Election Result Live Update: ବ୍ରଜରାଜନଗରେ ବିଜେଡିର ବାଜି, ବିଜେପିକୁ ପଛରେ ପକାଇଲା କଂଗ୍ରେସ
Advertisement
Article Detail0/zeeodisha/odisha1206261

Brajrajnagar Election Result Live Update: ବ୍ରଜରାଜନଗରେ ବିଜେଡିର ବାଜି, ବିଜେପିକୁ ପଛରେ ପକାଇଲା କଂଗ୍ରେସ

 Brajrajnagar Election Result Live Update: ବିଜେପିକୁ ପଛରେ ପକାଇ ଦ୍ୱିତୀୟକୁ ଉଠିଲା କଂଗ୍ରେସ। ବିଜେଡିର ଏକତରଫା ବିଜୟ ସଙ୍କେତ।

ପ୍ରତିକାତ୍ମକ ଫଟୋ
LIVE Blog

 Brajrajnagar Election Result Live Update: 

ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା ମହାନ୍ତି।

ଉପନିର୍ବାଚନ ୧୯ ରାଉଣ୍ଡ ସୁଦ୍ଧା ବିଜେଡି- ୮୮,୮୭୦, ବିଜେପି- ୨୧,୪୬୮, କଂଗ୍ରେସ- ୨୫,୮୨୭। ବିଜେଡି ୬୩୦୪୩ ଭୋଟରେ ଆଗୁଆ। ବିଜେପିଠୁ କଂଗ୍ରେସ ୪୩୫୯ ଭୋଟରେ ଆଗୁଆ।

୧୮ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକାଙ୍କୁ ୮୪,୪୨୮ ଭୋଟ୍ । ଏକ ତରଫା ବିଜୟ ଆଡ଼କୁ ବିଜେଡି, ବିଜେପିକୁ ୨୦,୫୩୪ ଖଣ୍ଡ ଭୋଟ୍ ଓ କଂଗ୍ରେସକୁ ୨୪,୨୮୬ଖଣ୍ଡ ଭୋଟ୍।

ଉପନିର୍ବାଚନରେ ବିଜୟ ସୁନିଶ୍ଚିତ ହେବା ପରେ କାନ୍ଦି ପକାଇଲେ ଅଳକା ମହାନ୍ତି।

ରାଧାରାଣୀଙ୍କୁ ପଛରେ ପକାଇ ଦ୍ୱିତୀୟରେ କିଶୋର ପଟେଲ । କିଶୋର ପଟେଲଙ୍କୁ ୧୭ ରାଉଣ୍ଡ ସୁଦ୍ଧା ୨୩,୦୩୪ ଭୋଟ୍ । ତୃତୀୟ ସ୍ଥାନରେ ଥିବା ରାଧାରାଣୀ ପଣ୍ଡାଙ୍କୁ ୧୮,୫୩୦ ଭୋଟ୍ ।

୧୭ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି ପ୍ରାର୍ଥୀ । ୫୬ହଜାର ୩୦୬ ଭୋଟରେ ଅଳକା ମହାନ୍ତି ଆଗୁଆ । ବିଜେଡି ପ୍ରାର୍ଥୀଙ୍କୁ ୧୭ରାଉଣ୍ଡ ସୁଦ୍ଧା ୭୯,୩୪୯ ଭୋଟ୍ ।

 

୧୬ ରାଉଣ୍ଡ ସୁଦ୍ଧା ମୋଟ ୫୧,୨୧୯ ଭୋଟ ବ୍ୟବଧାନରେ କଂଗ୍ରେସଠୁ ଆଗରେ ବିଜେଡି

୧୬ ରାଉଣ୍ଡ-

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୩୬୦୪ ଖଣ୍ଡ ଭୋଟ 
ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୨୦୬୬ ଖଣ୍ଡ ଭୋଟ
କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧୧୦୯ ଖଣ୍ଡ ଭୋଟ

ବାଜି ବ୍ରଜରାଜନଗର ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବହୁ ଆଗରେ । ୫୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଳକା । ବିଜେପିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଲା କଂଗ୍ରେସ ।

୧୩ ରାଉଣ୍ଡ ସୁଦ୍ଧା ମୋଟ ୪୫,୩୮୪ ଭୋଟ ବ୍ୟବଧାନରେ କଂଗ୍ରେସଠୁ ଆଗରେ ଅଛି।

୧୩ ରାଉଣ୍ଡ-

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୬୨,୯୧୯ ଖଣ୍ଡ ଭୋଟ

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୭,୫୩୫ ଖଣ୍ଡ ଭୋଟ

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧୪,୨୫୮ ଖଣ୍ଡ ଭୋଟ

୧୧ ରାଉଣ୍ଡ ସୁଦ୍ଧା ବିଜେଡିର ଅଳକା ମହାନ୍ତି ୩୮,୨୮୯ ଭୋଟରେ ଆଗୁଆ।

୧୪,୨୨୦ ଭୋଟରେ ଦ୍ବିତୀୟରେ କଂଗ୍ରେସ ଓ ୧୨,୪୦୩ ଖଣ୍ଡ ଭୋଟରେ ପଛୁଆ ବିଜେପି ।

ଦଶମ ରାଉଣ୍ଡରେ ୨୭୯୧ ଭୋଟ ବ୍ୟବଧାନରେ କଂଗ୍ରେସଠୁ ଆଗରେ। ଦ୍ବିତୀୟକୁ ଫେରିଲା କଂଗ୍ରେସ, ପଛରେ ପଡ଼ିଲା ବିଜେପି।

ଦଶମ ରାଉଣ୍ଡ-

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୪୭୩୧ ଖଣ୍ଡ ଭୋଟ
ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୬୯୬ ଖଣ୍ଡ ଭୋଟ
କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ  ୧୯୪୦ ଖଣ୍ଡ ଭୋଟ

ନବମ ରାଉଣ୍ଡରେ ୨୯୬୭ ଭୋଟ ବ୍ୟବଧାନରେ କଂଗ୍ରେସଠୁ ଆଗରେ ବିଜେଡି

ନବମ ରାଉଣ୍ଡ 

ବିଜେଡି- ୪୦୩୯ ଖଣ୍ଡ ଭୋଟ
ବିଜେପି- ୯୪୮ ଖଣ୍ଡ ଭୋଟ
କଂଗ୍ରେସ- ୧୦୭୨ ଖଣ୍ଡ ଭୋଟ

 

 

ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ମୋଟ ୨୯,୮୮୮ ଖଣ୍ଡ ଭୋଟରେ ଆଗୁଆ।

୨୨,୨୫୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିରୁ ଆଗରେ ବିଜେଡି ଅଛି। ବିଜେପି- ୭,୮୧୮ ଖଣ୍ଡ ଭୋଟ

କଂଗ୍ରେସ- ୬,0୮୮ ଖଣ୍ଡ ଭୋଟରେ ପଛୁଆ

 

 

ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮,୦୩୮ ଖଣ୍ଡ ଭୋଟରେ ଲିଡ୍ କରୁଛି ବିଜେଡି

ପଞ୍ଚମ ରାଉଣ୍ଡ- ବିଜେଡି- ୩୯୧୩ ଖଣ୍ଡ ଭୋଟ ବିଜେପି- ୧୪୨୨ ଖଣ୍ଡ ଭୋଟ କଂଗ୍ରେସ- ୭୫୦ ଖଣ୍ଡ ଭୋଟ

ସମୁଦାୟ ଚାରି ରାଉଣ୍ଡ ସୁଦ୍ଧା ୧୫,୬୦୮ ଖଣ୍ଡ ଭୋଟରେ ଆଗରେ BJD

ଚତୁର୍ଥ ରାଉଣ୍ଡ-

୩୪୧୬ ଭୋଟ ବ୍ୟବଧାନରେ ଆଗରେ BJD

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୪୭୮୭ ଖଣ୍ଡ ଭୋଟ୍

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୩୭୧ ଖଣ୍ଡ ଭୋଟ୍

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୮୮୩ ଖଣ୍ଡ ଭୋଟ୍

ତୃତୀୟ ରାଉଣ୍ଡ-

୪୫୬୭ ଭୋଟ ବ୍ୟବଧାନରେ ଆଗରେ BJD

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୫୭୮୫ ଖଣ୍ଡ ଭୋଟ୍

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୨୧୮ ଖଣ୍ଡ ଭୋଟ୍

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୯୭୮ ଖଣ୍ଡ ଭୋଟ୍

ଦ୍ୱିତୀୟ ରାଉଣ୍ଡ-

୭୬୨୫ ଭୋଟରେ ଆଗୁଆ BJD

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୫୫୧୫ ଖଣ୍ଡ ଭୋଟ୍

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୪୭୯ ଖଣ୍ଡ ଭୋଟ୍

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୮୫ ଖଣ୍ଡ ଭୋଟ୍

ପ୍ରଥମ ରାଉଣ୍ଡ-

୩୫୮୯ ଭୋଟରେ ଆଗୁଆ BJD

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୪୭୩୩ ଖଣ୍ଡ ଭୋଟ୍

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୧୪୪  ଖଣ୍ଡ ଭୋଟ୍

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧୦୧୪ ଖଣ୍ଡ ଭୋଟ୍ 

ସିଆରପିଏଫ, ରାଜ୍ୟ ଶସସ୍ତ୍ର ସୁରକ୍ଷା ବାହୀନି ଓ ଜିଲ୍ଲା ପୋଲିସ ମୁତୟନ

ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ।

୧୪ଟି ଟେବୁଲରେ ମୋଟ ୨୦ ରାଉଣ୍ଡ ଭୋଟ ଗଣତି ହେବ।

ଇଭିଏମ୍‌ରେ ସିଲ୍ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ।

ସକାଳ ୮ଟା ୩୦ରୁ ଇଭିଏମ୍‌ରେ ଭୋଟ ଗଣତି।

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।

 ଝାରୁସୁଗୁଡ଼ା ସରକାରୀ ଇଂଜିନିୟରିଂ ସ୍କୁଲରେ ଭୋଟ ଗଣତି।

ପ୍ରାର୍ଥୀ:

ବିଜେଡି- ଅଳକା ମହାନ୍ତି

ବିଜେପି- ରାଧାରାଣୀ ପଣ୍ଡା

କଂଗ୍ରେସ- କିଶୋର ଚନ୍ଦ୍ର ପଟେଲ

ସିପିଆଇ- ରମେଶ ତ୍ରିପାଠୀ

ହିନ୍ଦୁସ୍ଥାନ ନିର୍ବାଣ ପାର୍ଟି- ବିଜୟ ଜଲାନ 

ସ୍ୱାଧିନ- ସୀତାରାମ ବେହେରା, ମନୋଜ ମେହେର, ସୁପ୍ରୀତ ବେହେରା, ଦୀନବନ୍ଧୁ ବିଶ୍ୱାଳ, ଶେଖାୱତ ରାଜପୁତ ଜୈନ ଓ ଆଦିତ୍ୟ ପ୍ରଧାନ