ଅଯୋଧ୍ୟା-କାଶୀ ପରେ ମଥୁରା-ବୃନ୍ଦାବନ ପାଳି! ରାମ ପରେ ସରଗରମ ହୋଇଉଠିଲା କୃଷ୍ଣ ଜନ୍ମଭୂମି ମାମଲା
Advertisement
Article Detail0/zeeodisha/odisha1061464

ଅଯୋଧ୍ୟା-କାଶୀ ପରେ ମଥୁରା-ବୃନ୍ଦାବନ ପାଳି! ରାମ ପରେ ସରଗରମ ହୋଇଉଠିଲା କୃଷ୍ଣ ଜନ୍ମଭୂମି ମାମଲା

ରାମ ଜନ୍ମଭୂମି ପରେ କୃଷ୍ଣ ଜନ୍ମଭୂମି ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ରାଜନୀତି। 

ଅଯୋଧ୍ୟା-କାଶୀ ପରେ ମଥୁରା-ବୃନ୍ଦାବନ ପାଳି! ରାମ ପରେ ସରଗରମ ହୋଇଉଠିଲା କୃଷ୍ଣ ଜନ୍ମଭୂମି ମାମଲା

ଲକ୍ଷ୍ନୌ: ଅଯୋଧ୍ୟା-କାଶୀ ମୁକ୍ତ ହେବା ପରେ ଏବେ ପଡି଼ଛି ମଥୁରା-ବୃନ୍ଦାବନ ପାଳି! ଏହାକୁ ସରଗରମ ହୋଇଉଠିଛି କୃଷ୍ଣ ଜନ୍ମଭୂମି ମାମଲା। ପୂର୍ବରୁ ରାମ ଜନ୍ମଭୂମି ପ୍ରସଙ୍ଗକୁ ନେଇ ସରଗରମ ହୋଇସାରିଛି ରାଜନୀତି। ଚଳିତ ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଧାର୍ମିକ ସ୍ଥାନ ସହ ଜଡିତ ଘଟଣାକୁ ନେଇ ସରଗରମ ହେବାରେ ଲାଗିଛି ଉତ୍ତର ପ୍ରଦେଶ ରାଜନୀତି। 

ଆଗାମୀ ୨୦୨୨ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିରନ୍ତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ରାଲି କରିବାରେ ଲାଗି ପଡ଼ିଛନ୍ତି। ଅଯୋଧ୍ୟା ଠାରେ ଏକ ବିଶାଳ ରାମ ମନ୍ଦିର ଏବଂ କାଶୀ ଠାରେ ବିଶ୍ୱନାଥ ଧାମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଏଭଳି ପରିସ୍ଥିତିରେ କିଭଳି ଦୂରେଇ ରହିପାରିବ?

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପୂରଣ କରିଛି ବୋଲି ଗତ ବୁଧବାର କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ। ଆମେ ଯାହା କହିଥିଲୁ ତାହା କରିଛୁ। ଆମେ କହିଥିଲୁ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଏକ ବିଶାଳ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଉ ଆପଣ ଏହାକୁ ନେଇ ସମସ୍ତେ ଖୁସି ଅଛନ୍ତି। ବର୍ତ୍ତମାନ ବାବା ବିଶ୍ୱନାଥଙ୍କ ଧାମ କାଶୀ ଏକ ବୃହତ ରୂପରେ ନିର୍ମିତ ହେଉଛି। 

Also Read: କାଶୀ ବିଶ୍ୱନାଥ କରିଡ଼ର ପ୍ରକଳ୍ପ ଉଦଘାଟନକୁ ନେଇ ସରଗରମ ରାଜ୍ୟନୀତି; ମୁହାଁମୁହିଁ ଶାସକ-ବିରୋଧି

ଅଯୋଧ୍ୟା-କାଶୀ ମୁକ୍ତ ହେବା ପରେ ମଥୁରା-ବୃନ୍ଦାବନ କିପରି ବାକି ରହିଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ। ଆମ ସରକାର ବ୍ରଜ ତୀର୍ଥ ବିକାଶ ପରିଷଦ ଗଠନ କରି ସେଠାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରିଛୁ। ଅଯୋଧ୍ୟା, କାଶୀ କିମ୍ବା ମଥୁରା ହେଉ ବିଜେପି ଯାହା କହିଛି ତାହା ପୂରଣ କରିଛି। 

ରାଜ୍ୟର ଅମରୋହା ଜିଲ୍ଲା ଠାରେ ବିଜେପି ପକ୍ଷରୁ ଆୟୋଜିତ ଜନଆଶୀର୍ବାଦ ଯାତ୍ରାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ବିରୋଧି ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ବୋଲବମ ଯାତ୍ରା ବନ୍ଦ କରି ସେମାନେ ଦଙ୍ଗାକାରୀଙ୍କୁ ଉତ୍ସାହିତ କରୁଥିଲେ। ଯେଉଁମାନେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିଲେ, କୃଷ୍ଣ ଜନ୍ମାଷ୍ଟମୀ ଏବଂ ବୋଲବମ ଯାତ୍ରା ଉପରେ କଟକଣା ଲଗାଇଥିଲେ ସେମାନଙ୍କ ଠାରୁ ଆପଣ କୌଣସି ଭଲ କଥା ଆଶା କରପାରିବେ? ରାଜ୍ୟକୁ ଧ୍ୱଂସ କରିବା ସେମାନଙ୍କ କାମ ଥିଲା।  

ବିଜେପି ସରକାର ଲୋକଙ୍କ ଆସ୍ଥାକୁ ସମ୍ମାନ କରିବା ସହ ଲୋକଙ୍କ ବିକାଶ ପାଇଁ କାମ କରିଛି। ବିରୋଧି ଦଳ ନେତାଙ୍କ ଲାଗି ସେମାନଙ୍କ ପରିବାର ସେମାନଙ୍କ ପାଇଁ ରାଜ୍ୟ ଥିଲା। କଂଗ୍ରେସର କୌଣସି ଅସ୍ଥିତ୍ୱ ନଥିଲା। ବିଜେପି ପାଇଁ ରାଜ୍ୟର ୨୫ କୋଟି ଲୋକ ହେଉଛନ୍ତି ପରିବାର। ଏହି ପରିବାରର ସମୃଦ୍ଧତାକୁ ଦୃଷ୍ଟିରେ ରଖି  ତାଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛି।

Also Read: ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ରାଜ୍ୟର ପଶ୍ଚିମାଞ୍ଚଳକୁ (Western Uttar Pradesh) ଦଙ୍ଗାକାରୀଙ୍କ ଠାରୁ ମୁକ୍ତ କରିବାକୁ ଆମ ଦଳ ଯାହା ପ୍ରତିଶୃତି ଦେଇଥିଲା ତାହା ସରକାର ଗଠନ କରିବା ପରେ ପୂରଣ କରିଛି। ୨୦୧୭ ପୂର୍ବରୁ ରାଜ୍ୟରେ ଅରାଜକତା ଭଳି ପରିବେଶ ଥିଲା। ଏଠାରେ ଦଙ୍ଗାକାରୀଙ୍କୁ ରୋକାଯାଇ ନଥିଲା। ବର୍ତ୍ତମାନ ସମୟ ବଦଳି ଯାଇଛି। ବର୍ତ୍ତମାନ ଦଙ୍ଗା ନୁହେଁ ଏଠାରେ ଚାଷ କରାଯାଉଛି। ଯଦି ଭଲ ସରକାର ଆସେ ତାହେଲେ ଭଲ ଯୋଜନା ଆସିବ। ଯେତେବେଳେ ଏକ ଖରାପ ସରକାର ଆସେ ତାହେଲେ ଲୋକଙ୍କ ବିକାଶ ପାଇଁ ଆସୁଥିବା ଅର୍ଥ ସମାଜବାଦୀ ପାର୍ଟି, ବିଏସପି, କଂଗ୍ରେସ ଭଳି ଦଳର ଖାତାକୁ ଯିବ।