Shocking News: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସାରେ ମାଫିଆ ଅତୀକ ଅହମଦ
Advertisement

Shocking News: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସାରେ ମାଫିଆ ଅତୀକ ଅହମଦ

History Sheeter Atiq Ahmed: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସାରେ ପୋତି ଦେଇଛି ମାଫିଆ ଅତୀକ ଅହମ୍ମଦ। 

Shocking News: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସାରେ ମାଫିଆ ଅତୀକ ଅହମଦ

Atiq Ahmed on CM Yogi: ସଦ୍ୟ ନିଜର ଏକ ବୟାନ ପାଇଁ ଚର୍ଚ୍ଚାକୁ ଆସିଛି କୁଖ୍ୟାତ ମାଫିଆ ତଥା ପୂର୍ବତନ ସାଂସଦ ଅତୀକ ଅହମ୍ମଦ। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି। ଅତୀକ ଅହମ୍ମଦ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଜଣେ ସାହସୀ, ସଚ୍ଚୋଟ ଏବଂ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଭାବରେ ବର୍ଣ୍ଣନା କରିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଏହି ବିବୃତ୍ତି ଦେଇଛି ମାଫିଆ ଅତୀକ ଅହମ୍ମଦ।

ପଶ୍ଚିମ ପ୍ରୟାଗରାଜ ଆସନରୁ (Allahabad West Assembly Constituency) ଲଗାତାର ୫ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଛି କୁଖ୍ୟାତ ମାଫିଆ ଅତୀକ ଅହମ୍ମଦ (Mafia Atique Ahmed)। ଗତ ୨୦୦ ନିର୍ବାଚନରେ ସେ ସମାଜବାଦୀ ପାର୍ଟି (Samajawadi Party) ପ୍ରାର୍ଥୀ ରୂପେ ଫୁଲପୁର ଲୋକସଭା ଆସନରୁ (Phulpur Lok Sabha Constituency) ନିର୍ବାଚିତ ହୋଇଥିଲା। ବର୍ତ୍ତମାନ ଗୁଜୁରାଟ ଅହମ୍ମଦାବାଦ ଜେଲରେ (Gujarat Ahmedabad Jail) ବନ୍ଦ ଅଛି ମାଫିଆ ଅହମ୍ମଦ। ଉତ୍ତର ପ୍ରଦେଶ (Uttar Pradesh) ପ୍ରୟାଗରାଜ ଜିଲ୍ଲାର (Prayagraj District) ଧୁମନଗଞ୍ଜ ଥାନାରେ (Dhoomanganj Police Station) ଅତୀକ ଅହମ୍ମଦଙ୍କ ବିରୋଧରେ ପ୍ରାୟ ୧୦୦ ମାମଲା ରୁଜୁ ହୋଇଛି।

ବର୍ତ୍ତମାନ ଅତୀକ ଅହମ୍ମଦ ଗୁଜୁରାଟ ସାବରମତି ଜେଲରେ (Gujarat Sabarmati Jail) ବନ୍ଦ ଅଛି। ଗୁରୁବାର ଲକ୍ଷ୍ନୌସ୍ଥିତ ଏକ ଅଦାଲତରେ (Lucknow Court) ହାଜର ହୋଇଥିଲା ସେ। ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡ (BSP MLA Raju Pal Murder Case) ମାମଲାରେ ତାକୁ ଅଦାଲତରେ ହାଜର କରା ଯାଇଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମେ ଅତୀକ୍ ଅହମ୍ମଦ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ। ଅଦାଲତରେ ହାଜର କରାଇବା ପାଇଁ ଅତୀକ ଅହମ୍ମଦକୁ ସାବରମତିରୁ ଲକ୍ଷ୍ନୌ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ମାଫିଆ ଅତୀକ ଅହମ୍ମଦ ଏପରି ଏକ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ (CM Yogi Adityanath) ପ୍ରଶଂସା କରୁଛି। ଯେତେବେଳେ ଉତ୍ତର ପ୍ରଦେଶ ସରକାର (Uttar Pradesh Govt) ଏହି ମାଫିଆ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛନ୍ତି। ନିକଟରେ ରାଜଧାନୀ ଲକ୍ଷ୍ନୌ ଠାରେ ଅତୀକ ଅହମ୍ମଦର ୩୪.୪୦ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ଜବତ କରାଯାଇଥିଲା। ପ୍ରୟାଗରାଜ ପୋଲିସ (Prayagraj Police) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଇଏସ-୨୨୭ ଗ୍ୟାଙ୍ଗ ନେତା ତଥା ହିଷ୍ଟ୍ରିସିଟର ଅତୀକ୍ ଅହମ୍ମଦଙ୍କ (History Sheeter Atiq Ahmed) ଦ୍ୱାରା କିଣାଯାଇଥିବା ଅସ୍ଥାବର ସମ୍ପତ୍ତି ଲକ୍ଷ୍ନୌରେ ଜବତ କରାଯାଇଛି।

ଜବତ କରାଯାଇଥିବା ଏହି ଅସ୍ଥାବର ସମ୍ପତ୍ତି ମଧ୍ୟରେ ଲକ୍ଷ୍ନୌର ଭୌସୋରା ଗ୍ରାମରେ ରହିଥିବା ୦.୩୩୧୦ ଜମି, ୦.୫୧୬୦ ହେକ୍ଟର ଅଧା ଏବଂ ବିଜୟନ୍ତ ନଗର ଗୋମତି ନଗର ସ୍ଥିତ ଘର ନମ୍ବର ୦୨/୮୦ (ଯାହାର କ୍ଷେତ୍ରଫଳ ୩୦୦ ବର୍ଗ ମିଟର) ରହିଛି।  ଏହାର ମୋଟ ଆନୁମାନିକ ମୂଲ୍ୟ ୩୪ କୋଟି ୬୦ ଲକ୍ଷ ଟଙ୍କା ହେବ।