Maharashtra Politics: କେମିତି ଭାଙ୍ଗିଲା ଉଦ୍ଧବ ସରକାର, କିଏ କଲା ଖେଳ? ପୁରା କାହାଣୀ କହିଲେ ଏକନାଥ
Advertisement
Article Detail0/zeeodisha/odisha1244654

Maharashtra Politics: କେମିତି ଭାଙ୍ଗିଲା ଉଦ୍ଧବ ସରକାର, କିଏ କଲା ଖେଳ? ପୁରା କାହାଣୀ କହିଲେ ଏକନାଥ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ସର୍ବସାଧାରଣରେ କହିଛନ୍ତି ଯେ, ଶିବସେନା ନେତୃତ୍ୱ ବିରୋଧରେ ତାଙ୍କର 'ବିଦ୍ରୋହ' ପଛରେ ବିଜେପିର ସକ୍ରିୟ ଭୂମିକା ରହିଛି। ସିନ୍ଦେ କହିଛନ୍ତି ଯେ, ଗୁଜରାଟରୁ ଗୌହାଟୀ ଯିବା ପରେ ସେ ତାଙ୍କ ଦଳର ବିଧାୟକମାନେ ଶୋଇଥିବା ସମୟରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

Maharashtra Politics: ମହାରାଷ୍ଟ୍ର ରାଜନୀତିର ହାଇଡ୍ରାମାର ଅନ୍ତ ହୋଇଛି। ମାତ୍ର ୧୦ ଦିନରେ ମହାରାଷ୍ଟ୍ରର ସତ୍ତା ବଦଳି ଯାଇଛି। ବିଜେପି ସମର୍ଥନରେ ଶିବସେନାର ବିଦ୍ରୋହ ନେତା କୁହାଯାଉଥିବା, ଏକନାଥ ସିନ୍ଦେ ବର୍ତ୍ତମାନ ମହାରାଷ୍ଟ୍ରର କ୍ଷମତା ନିଜ ହାତକୁ ନେଇଛନ୍ତି। ସୋମବାର ବିଧାନସଭାରେ ଏକନାଥ ସିନ୍ଦେ ଆସ୍ଥା ଭୋଟ୍ ଜିତିଛନ୍ତି | ଏହା ପରେ ସେ ଏକ ବଡ ଖୁଲାସା କରିଛନ୍ତି। ଉଦ୍ଧବ ସରକାର କିପରି ଭାଙ୍ଗିଲା ଓ ବିଜେପି କିପରି ଖେଳ କଲା ତାହା ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବଖାଣିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ସର୍ବସାଧାରଣରେ କହିଛନ୍ତି ଯେ, ଶିବସେନା ନେତୃତ୍ୱ ବିରୋଧରେ ତାଙ୍କର 'ବିଦ୍ରୋହ' ପଛରେ ବିଜେପିର ସକ୍ରିୟ ଭୂମିକା ରହିଛି। ସିନ୍ଦେ କହିଛନ୍ତି ଯେ, ଗୁଜରାଟରୁ ଗୌହାଟୀ ଯିବା ପରେ ସେ ତାଙ୍କ ଦଳର ବିଧାୟକମାନେ ଶୋଇଥିବା ସମୟରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। କିନ୍ତୁ ବିଧାୟକମାନେ ଉଠିବା ପୂର୍ବରୁ ସେ ଗୌହାଟୀ ଫେରି ଆସିଥିଲେ। ଫ୍ଲୋର ଟ୍ରଷ୍ଟ ଜିତିବା ପରେ ବିଧାନସଭାରେ ସିନ୍ଦେଙ୍କ ମନ୍ତବ୍ୟ ଏହା ସ୍ପଷ୍ଟ କରିଛି ଯେ, ସିନ୍ଦେ ନେତୃତ୍ୱାଧୀନ ଗୋଷ୍ଠୀର କାର୍ଯ୍ୟକଳାପରେ ବିଜେପି ନେତା ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସକ୍ରିୟ ଭାବରେ ଜଡିତ ଥିଲେ। 

Also Read: Weather Update : ଜୁନ ନିଅଣ୍ଟ ଜୁଲାଇରେ ଭରଣ, ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

ଗତ ମାସ ଶେଷରେ ଏକନାଥ ସିନ୍ଦେ ଦଳର ୪୦ରୁ ଊର୍ଦ୍ଧ୍ୱ ବିଧାୟକମାନେ ଆସାମର ରାଜଧାନୀ ଗୌହାଟୀର ଏକ ବିଳାସପୂର୍ଣ୍ଣ ହୋଟେଲରେ କ୍ୟାମ୍ପ କରିଥିଲେ। କିନ୍ତୁ ଖବର ଆସିଥିଲା ​​ଯେ, ଗୌହାଟୀରୁ ଗୁଜୁରାଟରେ ପହଞ୍ଚି ସିନ୍ଦେ ଫଡନାଭିସଙ୍କ ସହ ଏକ ଗୁପ୍ତ ବୈଠକ କରିଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ, ସକାଳ ହେବା ପୂର୍ବରୁ ସିନ୍ଦେ ଗୌହାଟୀର ହୋଟେଲକୁ ଫେରିଥିଲେ। ସିନ୍ଦେ କହିଛନ୍ତି, 'ବିଜେପି ତୁଳନାରେ ଆମର ସଂଖ୍ୟା କମ୍ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଆମକୁ ଆଶୀର୍ବାଦ ଦେଇଛନ୍ତି। ଶପଥ ନେବା ପୂର୍ବରୁ ମୋଦି ସାହେବ ମୋତେ କହିଥିଲେ ଯେ, ସେ ମୋତେ ସବୁ ପ୍ରକାରରେ ସାହାଯ୍ୟ କରିବେ। ସେ ଆମ ପଛରେ ପଥର ପରି ଠିଆ ହେବେ ବୋଲି ଅମିତ ଶାହା ସାହେବ କହିଛନ୍ତି। ଫଡନାଭିସଙ୍କୁ ସବୁଠାରୁ ବଡ କଳାକାର ବୋଲି ସିନ୍ଦେ କହିଛନ୍ତି।

ଏକନାଥ ସିନ୍ଦେ କହିଛନ୍ତି, 'ଯେତେବେଳେ ମୋ ସହିତ ବିଧାୟକ ଶୋଉଥିଲେ ସେତେବେଳେ ଆମେ ଉଠୁଥିଲୁ ଏବଂ ସେମାନେ ଉଠିବା ପୂର୍ବରୁ ଫେରି ଆସୁଥିଲୁ।' ଦେବେନ୍ଦ୍ର ଫଡନାଭିସଙ୍କ ବିଷୟରେ ଏକନାଥ ସିନ୍ଦେ କହିଛନ୍ତି ଯେ, ସେ କଣ କରିବେ ଏବଂ କେବେ କରିବେ ତାହା କେହି ଜାଣନ୍ତି ନାହିଁ। ତେବେ  ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେ କହିଛନ୍ତି, 'ମୁଁ ରାଜ୍ୟକୁ କୃଷକ ଆତ୍ମହତ୍ୟା ମୁକ୍ତ କରିବାକୁ ପ୍ରତିଜ୍ଞା କରୁଛି। ମୋର ଏବଂ ଦେବେନ୍ଦ୍ରଙ୍କ ନେତୃତ୍ୱରେ ମହାରାଷ୍ଟ୍ର ବିକାଶର ନୂତନ ଉଚ୍ଚତାକୁ ସ୍ପର୍ଶ କରିବ। ପ୍ରଥମେ ଆମେ ବିଧାନସଭାରେ ବାଚସ୍ପତି ପଦ ଜିତିଥିଲୁ ଏବଂ ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ପରୀକ୍ଷାରେ ଆମେ ଏକ ବୃହତ ବିଜୟ ହାସଲ କରିଛୁ। ଏହା ଦର୍ଶାଉଛି ଯେ, ଜନସାଧାରଣ ଆମ ସହିତ ଅଛନ୍ତି।'