ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି!
Advertisement

ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି!

ଆସନ୍ତା ୨-୩ ମାସ ମଧ୍ୟରେ ରାଜ୍ୟରେ ବିଜେପି (BJP) ସରକାର ଗଠନ କରିବାକୁ ଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ବିଜେପି କର୍ମୀଙ୍କୁ କହିଛନ୍ତି । 

ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି!

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୀତିକୁ ନେଇ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାଓସାହେବ ଦାନଭେ ପାଟିଲ (Raosaheb Danve Patil) ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଆସନ୍ତା ୨-୩ ମାସ ମଧ୍ୟରେ ରାଜ୍ୟରେ ବିଜେପି (BJP) ସରକାର ଗଠନ କରିବାକୁ ଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ବିଜେପି କର୍ମୀଙ୍କୁ କହିଛନ୍ତି । ପରଭନୀ ସହରରେ ଔରଙ୍ଗାବାଦ ସ୍ନାତକ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର ସମୟରେ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାଓସାହେବ ଦାନଭେ ପାଟିଲଙ୍କ ଏହି ଭବିଷ୍ୟବାଣୀ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢ଼ନ୍ତୁ:-କେବେ ଶେଷ ହେବ କୋରୋନା ମହାମାରୀ? ଭବିଷ୍ୟବାଣୀ କଲେ ଏହି ବ୍ୟକ୍ତି

ବିଧାନ ପରିଷଦର ନିର୍ବାଚନ ପ୍ରଚାର ସମୟରେ ରାଓସାହେବ ଦାନଭେ (Raosaheb Danve Patil) କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି ଯେ, "ରାଜ୍ୟରେ ବିଜେପି ସରକାର ହେବ ନାହିଁ ବୋଲି ଭାବନ୍ତୁ ନାହିଁ, ମୁଁ ଆପଣଙ୍କୁ ସ୍ପଷ୍ଟ ଭାବରେ କହୁଛି ଯେ ଆସନ୍ତା ୨-୩ ମାସ ମଧ୍ୟରେ ମହାରାଷ୍ଟ୍ରରେ ଆମ ସରକାର ଗଠନ ହେବାକୁ ଯାଉଛି ଏବଂ ଆପଣମାନେ ଏହାକୁ ମନେରଖିନ୍ତୁ।"

ଅଧିକ ପଢ଼ନ୍ତୁ:-ପୁଣି ଇତିହାସ ଦୋହରାଇବ କଂଗ୍ରେସ!

ରାଓସାହେବ ଦାନଭେ ତାଙ୍କ ଯୋଜନା ବିଷୟରେ ଅଧିକ ଖୁଲାସା କରି ନାହାଁନ୍ତି । ସେ ବିଜେପି କର୍ମୀଙ୍କୁ କହିଛନ୍ତି ଯେ, ରାଜ୍ୟରେ ସରକାର କିପରି ଗଠନ ହେବ ମୁଁ ଆପଣଙ୍କୁ କହିବି ନାହିଁ, ସରକାର ଗଠନ ପରେ ମଧ୍ୟ ମୁଁ ସେମାନଙ୍କୁ କହିବି । ବର୍ତ୍ତମାନର ନିର୍ବାଚନ ଶେଷ ହେବା ପାଇଁ ଆମେ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ନିଜ ଟିମ୍ ବାଛିଲେ ବାଇଡେନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ମହାରାଷ୍ଟ୍ରରେ ବର୍ତ୍ତମାନ ଶିବସେନା (Shiv Sena), ଏନସିପି (NCP) ଏବଂ କଂଗ୍ରେସ (Congress) ର ମେଣ୍ଟ ସରକାର ଚାଲିଛି । ଶିବସେନା ଓ ବିଜେପି (BJP) ଏକତ୍ର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଉଭୟଙ୍କ ମେଣ୍ଟ ବହୁମତ ହାସଲ କରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଶିବସେନା ଏବଂ ବିଜେପି ମଧ୍ୟରେ କୌଣସି ନିଷ୍ପତ୍ତି ହୋଇପାରି ନଥିଲା ଏବଂ କିଛି ମାସର ରାଜନୈତିକ କଳହ ପରେ ଶିବସେନା ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲେ ।