Maharashtra Political Crisis: 'ମୁଁ ହେଉଛି ସମୁଦ୍ର, ପୁଣି ଫେରିବି'
Advertisement
Article Detail0/zeeodisha/odisha1230389

Maharashtra Political Crisis: 'ମୁଁ ହେଉଛି ସମୁଦ୍ର, ପୁଣି ଫେରିବି'

 Devendra Fadnavis: ରାଜ୍ୟରେ ରାଜନୈତିକ ସଂକଟ ଜାରି ରହିଥିବା ବେଳେ ଗୁରୁବାର ବିଧାୟକ ଦଳ ବୈଠକ ଡାକିଛି ମହାରାଷ୍ଟ୍ର ବିଜେପି। 

Maharashtra Political Crisis: 'ମୁଁ ହେଉଛି ସମୁଦ୍ର, ପୁଣି ଫେରିବି'

 Devendra Fadnavis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ବିଜେପି ଏବେ ବେଶ ସତର୍କତାର ସହ ରାଜନୈତିକ ଗୋଟି ଚାଳନା କରୁଛି। ହେଲେ ବର୍ତ୍ତମାନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭୀସଙ୍କ ଏକ ଭିଡି଼ଓ ବେଶ ଭାଇରାଲ ହେବାରେ ଲାଗିଛି। ଯାହାର ସମ୍ପର୍କ ବର୍ତ୍ତମାନ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ସହ ଜଡିତ ରହିଛି।    

ରାଜ୍ୟରେ ରାଜନୈତିକ ସଂକଟ ଜାରି ରହିଥିବା ବେଳେ ଗୁରୁବାର ବିଧାୟକ ଦଳ ବୈଠକ ଡାକିଛି ମହାରାଷ୍ଟ୍ର ବିଜେପି। କେବଳ ସେତିକି ନୁହେଁ ସରକାର ଗଠନ କରିବା ଲାଗି ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି ଯଥା ସମ୍ଭବ ପ୍ରୟାସ। ସରକାର ଗଠନ ଲାଗି ରାଜ୍ୟପାଳଙ୍କ  ପାଖକୁ ପ୍ରସ୍ତାବ ପଠାଇବା ଉପରେ ବିଚାର କରୁଛି ବିଜେପି। ଅନ୍ୟପଟେ ୧୦୬ ଦଳୀୟ ବିଧାୟକଙ୍କ ସମେତ ଅନ୍ୟ ସହଯୋଗୀ ବିଧାୟକଙ୍କୁ ଏକାଠି ରଖିବା ଲାଗି ପ୍ରୟାସ ଜାରି ରଖିଛି ମହାରାଷ୍ଟ୍ର ବିଜେପି। 

ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜ୍ୟର ବିରୋଧି ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ରାଜଭବନ ଯାଇ ସରକାର ଗଠନ କରିବା ଲାଗି ଦାବି ଉପସ୍ଥାପନ କରିପାରେ। ଯଦି ରାାଜ୍ୟପାଳ ସରକାର ଗଛନ ଲାଗି ବିଜେପିକୁ ଆମନ୍ତ୍ରଣ ଦିଅନ୍ତି  ଏବଂ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ ବିଜେପି ସଫଳ ହୋଇଯାଏ ତାହେଲେ ସେମାନଙ୍କର ସେହି ଶପଥ ମଧ୍ୟ ପୂରଣ ହୋଇଯିବ।

ଯାହା ବିରୋଧି ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ୨୦୧୯ ଡିସେମ୍ବର ୧ ତାରିଖରେ ନେଇଥିଲେ। ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସର୍ବବୃହତ୍ତ ଦଳ ହୋଇଥିବା ସତ୍ତ୍ୱେ ବହୁମତ ନ ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାଭୀସ। ଆଉ ସେତେବେଳେ ସେ ଟ୍ୱିଟ କରି କହିଥିଲେ "ମୋର ପାଣି ତଳକୁ ଆସିବା ଦେଖି ମୋ କୂଳରେ ଘର ବସାନ୍ତୁ ନାହିଁ। ମୁଁ ହେଉଛି ସମୁଦ୍ର ଏବଂ ମୁଁ ପୁଣି ଫେରି ଆସିବି। "  

Also Read: Maharashtra Political Crisis: ବିଦ୍ରୋହୀ ଗୋଷ୍ଠୀଙ୍କୁ ମିଳିଲା ଲୋଭନୀୟ ଅଫର