ଖୋଲାଖୋଲି ଭାବେ ମୈଦାନକୁ ଓହ୍ଲାଇଲା ବିଜେପି, ରାଜ୍ୟପାଳଙ୍କୁ ଫ୍ଲୋର୍ ଟେଷ୍ଟର ଦାବି କଲେ ଦେବେନ୍ଦ୍ର ଫଡନାଭିସ
Advertisement

ଖୋଲାଖୋଲି ଭାବେ ମୈଦାନକୁ ଓହ୍ଲାଇଲା ବିଜେପି, ରାଜ୍ୟପାଳଙ୍କୁ ଫ୍ଲୋର୍ ଟେଷ୍ଟର ଦାବି କଲେ ଦେବେନ୍ଦ୍ର ଫଡନାଭିସ

Maharashtra Political Crisis:  ଏହି ପ୍ରସଙ୍ଗରେ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ଆମେ ରାଜ୍ୟପାଳଙ୍କୁ କହିଛୁ କି ସରକାର ଅଳ୍ପମତରେ ଦେଖାଯାଉଛି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ଲୋର ଟେଷ୍ଟ କରନ୍ତୁ ଓ ନିଜ ସଂଖ୍ୟାଗରିଷ୍ଠତା ପ୍ରମାଣ କରନ୍ତୁ । 

ଖୋଲାଖୋଲି ଭାବେ ମୈଦାନକୁ ଓହ୍ଲାଇଲା ବିଜେପି, ରାଜ୍ୟପାଳଙ୍କୁ ଫ୍ଲୋର୍ ଟେଷ୍ଟର ଦାବି କଲେ ଦେବେନ୍ଦ୍ର ଫଡନାଭିସ

ମୁମ୍ୱାଇ: Maharashtra Political Crisis: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ବଢ଼ି ବଢ଼ି ଚାଲିଛି । କ'ଣ ବର୍ତ୍ତମାନ ବିଦ୍ରୋହର ଶେଷ ଅଧ୍ୟାୟ ଲେଖା ଯାଉଛି କି? କ'ଣ ସେହି ସମୟ ଆସିଯାଇଛି କି ଉଦ୍ଧବ ସରକାର (Uddhav government) ଙ୍କ ଅଗ୍ନି ପରୀକ୍ଷା ହେବ? ମହାରାଷ୍ଟ୍ରରେ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିବାକୁ ଯାଉଛି କି? ରାଜ୍ୟପାଳ ଭଗତ ସିଂ କୋଶୟାରୀ (Bhagat Singh Koshyari) ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କ ମଧ୍ୟରେ ବିଳମ୍ବିତ ରାତିର ବୈଠକ ପରେ ଏହି ସମସ୍ତ ପ୍ରଶ୍ନ ଉଠିବାରେ ଲାଗିଛି । ଏପର୍ଯ୍ୟନ୍ତ ପରଦା ପଛରେ ବସିଥିବା ବିଜେପି (BJP) ଶିବସେନା ( Shiv Sena) ରେ ଚାଲିଥିବା କଳହକୁ ନେଇ ଖୋଲାଖୋଲି ଭାବେ ବାହାରକୁ ଆସିଛି । ଦେବେନ୍ଦ୍ର ଫଡନାଭିସ୍ ରାଜ ଭବନରେ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଜେପି ଫ୍ଲୋର ଟେଷ୍ଟ ଦାବି (BJP Demand Floor Test) କରିଛି ।

ଏହି ପ୍ରସଙ୍ଗରେ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ଆମେ ରାଜ୍ୟପାଳଙ୍କୁ କହିଛୁ କି ସରକାର ଅଳ୍ପମତରେ ଦେଖାଯାଉଛି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ଲୋର ଟେଷ୍ଟ କରନ୍ତୁ ଓ ନିଜ ସଂଖ୍ୟାଗରିଷ୍ଠତା ପ୍ରମାଣ କରନ୍ତୁ । ପରିବର୍ତ୍ତନ ହେଉଥିବା ମାହୌଲ ଓ କ୍ଷମତା ପାଇଁ ବାଟ ସଫା ହେଉଥିବାର ଦେଖି ବିଜେପି ଶିବସେନାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛି । ଶିବସେନାର ୩୯ ବିଧାୟକ ବାହାରେ ଅଛନ୍ତି ଓ ନିରନ୍ତର କହୁଛନ୍ତି ଯେ ଆମେ ଏନସିପି-କଂଗ୍ରେସ ସହିତ ରହିବାକୁ ଚାହୁଁ ନାହୁଁ । ଏହାର ଅର୍ଥ ହେଉଛି ଏହି ବିଧାୟକମାନେ ସରକାରଙ୍କ ସହ ନାହାଁନ୍ତି ।

ଉଦ୍ଧବ ସରକାରଙ୍କ ପାଖରେ ସଂଖ୍ୟାବଳ ନାହିଁ । ଉଦ୍ଧବ ଉପରେ ସିନ୍ଦେ ଭାରି ପଡ଼ୁଥିବାର ଦେଖାଯାଉଛି । ଏବେ ସମସ୍ତଙ୍କ ନଜର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ଉପରେ ରହିଛି । ଏହି ସମୟରେ ରାଜ୍ୟପାଳଙ୍କ କୌଣସି ନିଷ୍ପତ୍ତିକୁ ଏଡ଼ାଇବା ପାଇଁ ମହାବିକାଶ ଆଘାଡ଼ି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓ ଏପରି ପରିସ୍ଥିତିରେ ସରକାର ଆଜି କୋର୍ଟ ପହଞ୍ଚିପାରନ୍ତି । ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହା କେବଳ ରାଜନୈତିକ ଲଢ଼େଇ ନୁହେଁ, ଆଇନଗତ ଲଢ଼େଇ ମଧ୍ୟ ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ:-କହ୍ନେୟାଙ୍କୁ ପୂର୍ବରୁ ମିଳିଥିଲା ଜୀବନରୁ ମାରି ଦେବାର ଧମକ, ଜାଣନ୍ତୁ ପୁରା ବିବାଦ ବିଷୟର...

ଏହା ବି ପଢ଼ନ୍ତୁ:-ଉଦୟପୁରରେ ଦରଜି କହ୍ନେଇୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ କେଜ୍ରିୱାଲ ଦେଲେ ବୟାନ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଉଦୟପୁରର ନିର୍ମମ ହତ୍ୟାକୁ ନେଇ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

 

ଏଠାରେ କହି ରଖୁଛୁ ଯେ, ଆଗାମୀ ଦୁଇ-ତିନି ଦିନ ମହାରାଷ୍ଟ୍ର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ବିଜେପି ସୁପର ଆକ୍ଟିଭ୍ ମୋଡରେ ଅଛି । ଗତକାଲି ଫଡନାଭିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ରାତିରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟି ଫ୍ଲୋର ଟେଷ୍ଟ କରିବାକୁ ଦାବି କରିଛନ୍ତି । ଆଜି ମୁମ୍ବାଇରେ ବିଜେପି ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କ'ଣ ଉଦ୍ଧବ ଠାକରେଙ୍କୁ କ୍ଷମତାରୁ ହଟାଇବା ପାଇଁ ପୁରା ପ୍ରସ୍ତୁତି ହୋଇସାରିଛି କି? ମିଳିଥିବା ସୂଚନା ଅନୁଯାୟୀ, ଆଜି ହେବାକୁ ଥିବା ବୈଠକରେ ବିଧାନସଭା ଅଧିବେଶନ ପାଇଁ ବିଧାୟକମାନଙ୍କୁ ପ୍ରସ୍ତୁତ ହେବାକୁ କୁହାଯିବ ।

ମହାରାଷ୍ଟ୍ର ବିଧାନସଭାରେ ବିଜେପିର ମୋଟ ୧୦୬ ଜଣ ବିଧାୟକ ଅଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ବିଧାୟକଙ୍କୁ ମୁମ୍ବାଇରେ ରହିବାକୁ କୁହାଯାଇଛି । ଶିବସେନାର ୩୯ ଜଣ ବିଧାୟକ ଉଦ୍ଧବ ସରକାରଙ୍କ ହାତ ଛାଡିବାକୁ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ଯଦି ପ୍ଲୋର୍ ଟେଷ୍ଟ ହୁଏ, ତେବେ ମହାରାଷ୍ଟ୍ର ସରକାରଙ୍କ ପତନ ନିଶ୍ଚିତ ହେବ ବୋଲି ମନେ କରାଯାଉଛି ।