WB Politics: ପୁଣି ହେବ Mamata vs Suvendu ଲଢେଇ
Advertisement
Article Detail0/zeeodisha/odisha898478

WB Politics: ପୁଣି ହେବ Mamata vs Suvendu ଲଢେଇ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଖିଦୃଶିଆ ସଫଳତା ପାଇଥିବା ବିଜେପି ଏଥର ରାଜ୍ୟ ରାଜନୀତିରେ ମୁଖ୍ୟ ବିରୋଧି ଦଳ  ଭାବେ ଉଭା ହୋଇଛି। 

WB Politics: ପୁଣି ହେବ Mamata vs Suvendu ଲଢେଇ

କୋଲକାତା: ପୁଣି ଥରେ ପଶ୍ଚିମବଙ୍ଗ ରାଜନୀତିରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ନିର୍ବାଚନ ଅନୁଷ୍ଠିତ ହୋଇସାରିବା ଏବେ ବିଧାନସଭାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ସାମ୍ନାସାମ୍ନି ହେବେ ଉଭୟେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଉଭୟଙ୍କ ମଧ୍ୟରେ ହୋଇଥିଲା 'କାଣ୍ଚେ କି ଟକ୍କର' ମୁକାବିଲା। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Election 2021) ଆଖିଦୃଶିଆ ସଫଳତା ପାଇଥିବା ବିଜେପି (BJP) ଏଥର ରାଜ୍ୟ ରାଜନୀତିରେ (West Bengal Politics) ମୁଖ୍ୟ ବିରୋଧି ଦଳ (Chief Opposition Party) ଭାବେ ଉଭା ହୋଇଛି। ସବୁଠାରୁ ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇସାରିବା ପରେ ସବୁ ଠାରୁ ଚର୍ଚ୍ଚିତ ପ୍ରାର୍ଥୀ ଭାବେ ଉଭା ହୋଇଥିଲା ବିଜେପି ନେତା (BJP Leader) ଶୁଭେନ୍ଦୁ ଅଧିକାରୀ (Suvendu Adhikari)। 

Also Read: 'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'

ଏଥରର ନିର୍ବାଚନରେ ବିଜେପିର ଏହି ବରିଷ୍ଠ ନେତା ରାଜ୍ୟର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ (Nandigram Assembly Constituency) ପ୍ରତିଦ୍ୱନ୍ଦ୍ୱିତା କରି ଶାସକ ତୃଣମୂଳ କଂଗ୍ରେସ (Trinamool Congress-TMC) ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀଙ୍କୁ (Mamata Banerjee) ପାଖାପାଖି ୨ ହଜାର ଭୋଟରେ ପରାସ୍ତ କରିଛନ୍ତି। 

ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢି ବାଜିମାତ କରିବା ସହ ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ବିରୋଧି ଦଳ ନେତା (Leader Of Opposition) ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରିଛି। ଅର୍ଥାତ ନିର୍ବାଚନ ପରେ ପୁଣି ଥରେ ରାଜ୍ୟ ରାଜନୀତିରେ ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ।  

Also Read: 'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'

ବିରୋଧି ଦଳ ନେତା ଦୌଡରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ଦଳର ଦୁଇ ପ୍ରମୁଖ ନେତା ଯଥା ରାଜ୍ୟ ବିଜେପି ସଭାପତି (West Bengal BJP President) ଦିଲ୍ଲୀପ ଘୋଷ (Dilip Ghosh) ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ (BJP National Vice President) ମୁକୁଲ ରାୟ (Mukul Roy) ପ୍ରମୁଖ ସାମିଲ ରହିଥିଲେ। 

Also Read: ନନ୍ଦିଗ୍ରାମ ପରେ କେଉଁ ଆସନରୁ ଲଢିବେ Mamata Banerjee?

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ୨୧୩ ସିଟ୍ ହାତେଇବା ସହ ରାଜ୍ୟ ବିଧାନସଭାର ମୋଟ ଆସନରୁ ଦୁଇ-ତୃତୀୟାଂଶ ଦଖଲ କରିନେଇଛି। ଅନ୍ୟପଟେ ମୁଖ୍ୟ ବିରୋଧି ଦଳ ବିଜେପିକୁ ୭୭ ଆସନ ମିଳିଛି। ସ୍ୱାଧିନ ପ୍ରାର୍ଥୀ ଏବଂ ରାଷ୍ଟ୍ରୀୟ ସେକ୍ୟୁଲାର ମଜଲିସ ପାର୍ଟି-ଆରଏସଏମପି (Rashtriya Secular Majlis Party-RSMP) ଦଳକୁ ଗୋଟିଏ ଲେଖାଁଏ ଆସନ ମିଳିଛି। ମୋଟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଥରର ଶାସକ ଟିଏମସି ୨୧୩ ଆସନ ହାତେଇଛି। ଯାହା ରାଜ୍ୟ ବିଧାନସଭାର ମୋଟ ଆସନର ଦୁଇ-ତୃତୀୟାଂଶ ଭାଗରୁ ଅଧିକ।

Also Read: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା

ଏଥର କୋଲକାତା ଲୋକସଭା ଅଧିନସ୍ଥ ଭବାନୀପୁର ସିଟ୍ ପରିବର୍ତ୍ତେ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି ମମତା ବାନାର୍ଜୀ। ଚଳିତ ବର୍ଷ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଇନିଂସ ଆରମ୍ଭ କରିସାରିଛନ୍ତି ସେ। ହେଲେ ଏଥର ରାଜ୍ୟର କେଉଁ ଆସନରୁ ନିର୍ବାଚନ ଲଢି ରାଜ୍ୟ ବିଧାନସଭାରେ ପ୍ରବେଶ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର।