Pipili By Election : ରଣ ପୂର୍ବରୁ ହତିଆର ଛାଡି ହତାଶ କଂଗ୍ରେସ
Advertisement
Article Detail0/zeeodisha/odisha883718

Pipili By Election : ରଣ ପୂର୍ବରୁ ହତିଆର ଛାଡି ହତାଶ କଂଗ୍ରେସ

ଡେଲାଙ୍ଗ ପିପିଲିରେ ଜୋରସୋରରେ ନିର୍ବାଚନୀ ପ୍ରଚାର ଚାଲିଛି। କିନ୍ତୁ ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବୟାନ ଆସିଛି। ଯାହାକୁ ଶୁଣିଲେ ପିପିଲି ଲଢେଇ ପୂର୍ବରୁ କଂଗ୍ରେସ ରଣକ୍ଷେତ୍ରରେ ଅସ୍ତ୍ର ତ୍ୟାଗ କଲାଭଳି ଲାଗୁଛି।

ଡିଜାଇନ ଫଟୋ

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନକୁ ଆଉ ମାତ୍ର ୩ ଦିନ। ମହାରଥୀଙ୍କ ଗଡ ଦଖଲ ପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ଦଳ। ଡେଲାଙ୍ଗ ପିପିଲିରେ ଜୋରସୋରରେ ନିର୍ବାଚନୀ ପ୍ରଚାର ଚାଲିଛି। କିନ୍ତୁ ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବୟାନ ଆସିଛି। ଯାହାକୁ ଶୁଣିଲେ ପିପିଲି ଲଢେଇ ପୂର୍ବରୁ କଂଗ୍ରେସ ରଣକ୍ଷେତ୍ରରେ ଅସ୍ତ୍ର ତ୍ୟାଗ କଲାଭଳି ଲାଗୁଛି।

ଆଜି ନ କହି, ନ କହି ସୁର ରାଉତରାୟ (Sura Routray)ଅନେକ ଗୁଡାଏ କଥା ଗଣମାଧ୍ୟମକୁ କହିଛନ୍ତି। ପିପିଲି ନିର୍ବାଚନ (Pipili by Poll) ରେ ଲୋକ ପ୍ରତିନିଧିଙ୍କ ଅପକ୍ଷା ଟଙ୍କାକୁ ଅଧିକ ମହତ୍ୱ ଦିଆଯାଉ ଥିବା ସେ ଅଭିଯୋଗ ଆଣିଛନ୍ତି। ଏହା ବ୍ୟତିତ ପିପିଲି (Pipili) ରେ କଂଗ୍ରେସ  (congress) ପୁଣି ଥରେ ହାରିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ତେବେ ସୁର ଏହି କଥାକୁ ସିଧାସଳଖ ନ କହି ବୁଲେଇ ବଙ୍କେଇ ଥୋଇଛନ୍ତି।

Also Read: ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ପିପିଲିରେ ହିଂସା, ୩ BJP କର୍ମୀ ହସ୍ପିଟାଲରେ ଭର୍ତ୍ତି

ପିପିଲି ଉପନିର୍ବାନ ପ୍ରସ୍ତୁତି ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, 'ଟଙ୍କା ଯୁଆଡେ, ଲୋଟ ସିଆଡେ। ମୁଁ ଆଜି କହିପାରୁନି, BJP ବାଲା ଯଦି ଆଜି ରାତିରୁ ୨-୩ ଦିନ କାଢିବେ ତେବେ ସେ ପଳେଇବ। ଯଦି ସେ କାଢିନପାରନ୍ତି ତେବେ BJD ପଳେଇବ। ଆମ ପାଖରେ ସେମିତି ପଇସା ନାହିଁ, ନଂ-୧କୁ ଯିବା ପାଇଁ। ଆମେ କିନ୍ତୁଆମ ଇଜ୍ଜତ ରକ୍ଷା କରିବା ପାଇଁ  ଚେଷ୍ଟା କରୁଛୁ।'

ଏହା ବ୍ୟତୀତ ସୁର, ନିର୍ବାଚନ କମିଶନ (Election Commission) ଉପରେ ଖୁବ ବର୍ଷିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କ ଭର୍ଚ୍ଚୁଆଲ ରାଲିରେ ମହିଳାଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ରାଲିରେ ମାଛ, ମାଂସ ହୋଇଥିଲା ଆଉ ମହିଳାମାନେ ସୋମବାର ପରି ଦିନରେ ଆମିଷ ଖାଇଥିବା ସୁର କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ରାଲିରେ BJD ଅହେତୁକ ଟଙ୍କା ଖର୍ଚ୍ଚ କରୁଛି, କିନ୍ତୁ ନିର୍ବାଚନ କମିଶନ କାହିଁକି ଚୁପ୍ ଅଛି ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି।