MP Minister Usha Thakur: 'ଯଦି ଆପଣ ଜଣେ ପ୍ରତିମା ପୂଜକ ହେବାକୁ ଚାହାଁନ୍ତି, ତାହେଲେ ଗରବା ମହୋତ୍ସବକୁ ଆସନ୍ତୁ ମୁସଲିମ'
Advertisement
Article Detail0/zeeodisha/odisha1349995

MP Minister Usha Thakur: 'ଯଦି ଆପଣ ଜଣେ ପ୍ରତିମା ପୂଜକ ହେବାକୁ ଚାହାଁନ୍ତି, ତାହେଲେ ଗରବା ମହୋତ୍ସବକୁ ଆସନ୍ତୁ ମୁସଲିମ'

Navratri Garba Programme: ନବରାତ୍ରୀ ସମୟରେ ପାରମ୍ପାରିକ ଗରବା ନୃତ୍ୟ ଆୟୋଜିତ ହୋଇଥାଏ। ନବରାତ୍ରୀର କାର୍ଯ୍ୟକ୍ରମ ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ବର୍ଷ ନବରାତ୍ରୀ ପର୍ବ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେଉଛି। 

MP Minister Usha Thakur: 'ଯଦି ଆପଣ ଜଣେ ପ୍ରତିମା ପୂଜକ ହେବାକୁ ଚାହାଁନ୍ତି, ତାହେଲେ ଗରବା ମହୋତ୍ସବକୁ ଆସନ୍ତୁ ମୁସଲିମ'

Madhya Pradesh Cultural Minister: ନବରାତ୍ରୀ ଅବସରରେ ଅନୁଷ୍ଠିତ ହେଉଥିବା ଗରୱା କାର୍ଯ୍ୟକ୍ରମ ବାବଦରେ ଏକ ବଡ଼ ବୟାନ ଦେଇଛନ୍ତି ମଧ୍ୟ ପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର। ନବରାତ୍ରୀ ଅବସରରେ ଆୟୋଜିତ ହେଉଥିବା ଗରବା କାର୍ଯ୍ୟକ୍ରମରେ ମୁସଲମାନଙ୍କ ଅଂଶ ଗ୍ରହଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ମନ୍ତ୍ରୀ। ଏନେଇ ସେ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣରୁ ଗରବା କାର୍ଯ୍ୟକ୍ରମରେ ପରିଚୟ ପତ୍ର ଯାଞ୍ଚ କରାଯିବା ପରେ ଯାଇ ଏହି ଉତ୍ସବରେ ଯୋଗ ଦେବାକୁ ଅନୁମତି ଦିଆଯିବା ଆବଶ୍ୟକ।  ଏହା ବ୍ୟତୀତ ମନ୍ତ୍ରୀ ଉଷା ଠାକୁର କହିଛନ୍ତି ଯେ ଗରବା କାର୍ଯ୍ୟକ୍ରମ ମନୋରଞ୍ଜନ ପାଇଁ ନୁହେଁ। ଯଦି ଆପଣ ଏକ ପ୍ରତିମା ପୂଜକ ହେବାକୁ ଚାହାଁନ୍ତି, ତାହେଲେ ଯାଇ ମୁସଲମାନ ଗରବା କାର୍ଯ୍ୟକ୍ରମକୁ ଆସନ୍ତୁ। 

ମଧ୍ୟ ପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର (Madhya Pradesh Cultural Minister Usha Thakur) କହିଛନ୍ତି ଯେ, ପରିଚୟ ପତ୍ର (Identity Card) ଦେଖଇବା ପରେ ଯାଇ ଗରବା କାର୍ଯ୍ୟକ୍ରମରେ (Garba Programme) ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ। ଯଦି ମୁସଲମାନ (Muslim) ମୂର୍ତ୍ତି ପୂଜକ (Idol Worshipper) ହେବାକୁ ଚାହାଁନ୍ତି, ତାହେଲେ ଯାଇ ସେମାନେ ଗରବା କାର୍ଯ୍ୟକ୍ରମକୁ ଆସନ୍ତୁ। ଗାରବା କାର୍ଯ୍ୟକ୍ରମ ମନୋରଞ୍ଜନ ପାଇଁ ନୁହେଁ। କୌଣସି ପରିସ୍ଥିତିରେ ପରିଚୟ ଲୁଚାଇବାର କୌଣସି ଆବଶ୍ୟକତା ନାହିଁ। ମୁସଲମାନ ଏକାକୀ ଗରବା କାର୍ଯ୍ୟକ୍ରମକୁ ଆସିବା ଠିକ ନୁହେଁ। ସେମାନେ ନିଜ ମାଆ, ଉଉଣୀ, ଝିଅଙ୍କୁ ସାଙ୍ଗରେ ଆଣିବା ଆସିବା ଆବଶ୍ୟକ।

ନବରାତ୍ରୀ (Navratri) ସମୟରେ ପାରମ୍ପାରିକ ଗରବା ନୃତ୍ୟ ଆୟୋଜିତ ହୋଇଥାଏ। ନବରାତ୍ରୀର କାର୍ଯ୍ୟକ୍ରମ ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ବର୍ଷ ନବରାତ୍ରୀ ପର୍ବ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେଉଛି। ହେଲେ ଏହା ପୂର୍ବରୁ ମଧ୍ୟ ପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ଗରବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମ୍ପର୍କରେ ଉପରୋକ୍ତ ବିବୃତ୍ତି ଦେଇଛନ୍ତି। 

Also Read: ମଦ୍ରାସା ଗୁମର ଖୋଲିଦେଲେ ମଧ୍ୟପ୍ରଦେଶ ମନ୍ତ୍ରୀ, କହିଲେ...

ଏହା ପୂର୍ବରୁ ମନ୍ତ୍ରୀ ଉଷା ଠାକୁର କହିଥିଲେ ଯେ, ବର୍ତ୍ତମାନ ଗରବା ଆୟୋଜକ (Garba Programme Organiser) ସତର୍କ ଅଛନ୍ତି। ଯେଉଁମାନେ ଗରବା କାର୍ଯ୍ୟକ୍ରମକୁ ଆସୁଛନ୍ତି ସେମାନଙ୍କୁ ଏକ ପରିଚୟ ପତ୍ର ଆଣିବାକୁ ହେବ। ବିନା ପରିଚୟ ପତ୍ରରେ କାହାକୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଅନୁମତି ଦିଆଯିବା ଉଚିତ୍ ନୁହେଁ। ଏହା ସମସ୍ତଙ୍କ ପାଇଁ ପରାମର୍ଶ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରୀ ଉଷା ଠାକୁର ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଲଭ ଜୀହାଦ (Love Jihad) ଭଳି ଷଡଯନ୍ତ୍ର ଚାଲିଛି। ଗରବାରେ ମନୋରଞ୍ଜନ ପାଇଁ ପ୍ରବେଶ ଉପଲବ୍ଧ ହେବ ନାହିଁ। ମୂର୍ତ୍ତି ପୂଜକ ହେବାକୁ ଚାହୁଁଥିବା ମୁସଲମାନ ସେମାନଙ୍କ ପରିବାର ସହିତ ଗରବା କାର୍ଯ୍ୟକ୍ରମକୁ ଆସନ୍ତୁ। 

ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ଧାର୍ମିକ ଶିକ୍ଷାନୁଷ୍ଠାନ ମଦ୍ରାସା ବାବଦରେ ଏକ ଚାଞ୍ଚଲ୍ୟକର ଖୁଲାସା କରି ସାରିଛନ୍ତି। ଏହି ପ୍ରସଙ୍ଗରେ ମତ ରଖି ମନ୍ତ୍ରୀ କହିଛନ୍ତି, "ମଦ୍ରାସାରୁ ଆତଙ୍କବାଦୀ ଏବଂ କଟ୍ଟରପନ୍ଥୀ ବାହାରୁଛନ୍ତି। ସେମାନଙ୍କ ବିଚାରଧାରା ଦେଶର ସୁରକ୍ଷା ଲାଗି ସବୁଠୁ ବଡ ବିପଦ। ଦେଶରେ ଅରାଜକତା ବଢାଇବା ସେମାନଙ୍କ ଲକ୍ଷ୍ୟ। "