Meghalaya Politics: କଂଗ୍ରେସକୁ ଲାଗିଲା ଶକ୍ତ ଝଟକା, ଦଳ ଛାଡି TMC ହାତ ଧରିଲେ ୧୨ ବିଧାୟକ
Advertisement
Article Detail0/zeeodisha/odisha1034877

Meghalaya Politics: କଂଗ୍ରେସକୁ ଲାଗିଲା ଶକ୍ତ ଝଟକା, ଦଳ ଛାଡି TMC ହାତ ଧରିଲେ ୧୨ ବିଧାୟକ

କଂଗ୍ରେସ ବିଧାୟକ ଦଳ ଛାଡି଼ବା ପରେ ଏବେ ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଆସନକୁ ଦଖଲ କରିନେଇଛି ଟିଏମସି।

Meghalaya Politics: କଂଗ୍ରେସକୁ ଲାଗିଲା ଶକ୍ତ ଝଟକା, ଦଳ ଛାଡି TMC ହାତ ଧରିଲେ ୧୨ ବିଧାୟକ

ନୂଆଦିଲ୍ଲୀ: ମେଘାଳୟ ବିଧାନସଭାରେ ବିରୋଧି ଦଳ ଆସନରେ ବସିଥିବା କଂଗ୍ରେସକୁ ଲାଗିଛି ଜୋରଦାର ଝଟକା। ଗତ ବୁଧବାର ରାତିରେ ଦଳର ୧୮ ଜଣ ବିଧାୟକଙ୍କ ମଧ୍ୟରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ  ସଙ୍ଗମାଙ୍କ ସମେତ ୧୨ ଜଣ ଦଳ ଛାଡି଼ ତୃମମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। 

କଂଗ୍ରେସ ବିଧାୟକ ଦଳ ଛାଡି଼ବା ପରେ ଏବେ ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଆସନକୁ ଦଖଲ କରିନେଇଛି ତୃମମୂଳ କଂଗ୍ରେସ (Trinamool Congress) ଟିଏମସି (TMC)। ଦେଶରେ ପଶ୍ଚିମବଙ୍ଗ ପରେ ମେଘାଳୟ ହେଉଛି ଦ୍ୱିତୀୟ ରାଜ୍ୟ ଏତେ ବଡ଼ ସଂଖ୍ୟାରେ ଟିଏମସି ବିଧାୟକ ଅଛନ୍ତି। ଦଳ ଛାଡିବା ପରେ କଂଗ୍ରେସ ବିଧାୟକ ନିଜର ଇସ୍ତଫା ବାଚସ୍ପତିଙ୍କୁ ପଠାଇ ଅନ୍ୟ ଏକ ଦଳରେ ସାମିଲ ହେବା ନେଇ ସମସ୍ତ ଔପଚାରିକତା ପୂରଣ କରିଛନ୍ତି।   

ମୋଟ ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ ଶାସକ ଏନଡିଏ ମେଣ୍ଟର ୪୦ ବିଧାୟକ ଅଛନ୍ତି। ସେହିପରି ୧୮ କଂଗ୍ରେସ ବିଧାୟକ ଥିଲେ। ହେଲେ ବର୍ତ୍ତମାନ ୧୨ ବିଧାୟକ ଦଳ ଛାଡି ଟିଏମସି ହାତ ଧରିଛନ୍ତି। ଏବେ କଂଗ୍ରେସ ପାଖରେ କେବଳ ୬ ଜଣ ବିଧାୟକ ଅଛନ୍ତି।

Also Read: ନିର୍ବାଚନ ପୂର୍ବରୁ ଦଳ ଛାଡି ପଳାୟନ କରୁଛନ୍ତି Congress ବିଧାୟକ, ବୈଠକ କଲେ ଦଳର ଅଧ୍ୟକ୍ଷ

ଏହି ବିଧାୟକଙ୍କ ସଂଖ୍ୟା ମୋଟ ବିଧାୟକଙ୍କ ଦୁଇ ତୃତୀୟାଂଶ ସହିତ ସମାନ। ଏଭଳି ପରିସ୍ଥିତିରେ ଏହି ବିଧାୟକଙ୍କ ପାଇଁ ଦଳ ବଦଳ ଆଇନ ପ୍ରଯୁଜ୍ୟ ହେବ ନାହିଁ। ଏହି କାରଣରୁ ବର୍ତ୍ତମାନ କଂଗ୍ରେସ ବଦଳରେ ଟିଏମସି ମୁଖ୍ୟ ବିରୋଧି ଦଳ ହୋଇଯାଇଛି।    

ପଶ୍ଚିମବଙ୍ଗ ପରେ ଅନ୍ୟ ରାଜ୍ୟରେ ଦଳୀୟ ସଙ୍ଗଠନ ବିସ୍ତାର କରିବାକୁ ସମ୍ଭାବନା ଖୋଜୁଥିବା ଟିଏମସି ପାଇଁ ଏହା ଏକ ବଡ ସଫଳତା। ଟିଏମସି ବହୁ ସଂଖ୍ୟକ କଂଗ୍ରେସ ବିଧାୟକଙ୍କୁ ଦଳକୁ ଆଣିବାରେ ସଫଳ ହୋଇଛି। ଗତ ବୁଧବାର ଅପରାହ୍ନରେ ଟିଏମସି ମୁଖ୍ୟ ମୁଖ୍ୟ ମମତା ବାନାର୍ଜୀ ଦଳକୁ ଅନ୍ୟ ରାଜ୍ୟକୁ ବିସ୍ତାର କରିବା ବାବଦରେ ଆଲୋଚନା କରିଥିଲେ। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବାଜିମାତ କରିବା ପରେ ଟିଏମସି ଅନ୍ୟ ରାଜ୍ୟରେ ରାଜନୀତିରେ ପ୍ରବେଶ କରିବାକୁ କହିସାରିଛି। ଏପରକି ଦଳ ତ୍ରିପୁରା ରାଜନୀତିରେ ପ୍ରବେଶ କରିଛି। ଆସନ୍ତାବର୍ଷ ହେବାକୁ ଯାଉଥିବା ଗୋଆ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଛି। ଏହି ରାଜ୍ୟରେ ଟିଏମସି ଅତ୍ୟନ୍ତ ସକ୍ରିୟ ରହିଛି। ଟିଏମସି ରାଜ୍ୟର ଅନେକ ପୁରୁଖା ନେତାଙ୍କୁ ଦଳରେ ସାମିଲ କରାଇଛି। 

Also Read: Manipur Politics: କଂଗ୍ରେସ ଫେଲ, ବହୁମତ ପରୀକ୍ଷାରେ ବିଜେପି ପାସ

ଗତ କିଛି ଦିନ ହେବ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଦଳୀୟ ନେତୃବୃନ୍ଦ ଉପରେ ଅସନ୍ତୁଷ୍ଟ ଥିଲେ। ତାଙ୍କର ଅସନ୍ତୋଷ କାରଣ ଏହା ଯେ କଂଗ୍ରେସ ହାଇକମାଣ୍ଡ ତାଙ୍କ ସହ କୌଣସି ଆଲୋଚନା ନକରି  ଭିନ୍ସେଣ୍ଟ ଏଚ୍ ପାଲାଙ୍କୁ ମେଘାଳୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ କରିଥିଲେ। ଗତ ମାସରେ ରାହୁଲ ଗାନ୍ଧୀ ମୁକୁଲ ଏବଂ ପାଲାଙ୍କୁ ଭେଟିଥିଲେ। ଏନେଇ କୁହାଯାଉଥିଲା ଯେ ଏହି ବିବାଦର ସମାଧାନ ହୋଇସାରିଛି। ମାତ୍ର ଏହାର ମାସକ ପରେ ମୁକୁଲ ସାଙ୍ଗମାଙ୍କ ସମେତ ୧୨ ଜଣ ବିଧାୟକ କଂଗ୍ରେସ ଛାଡିଛନ୍ତି।

ବର୍ତ୍ତମାନ ଟିଏମସି ସମଗ୍ର ଦେଶରେ ଦଳୀୟ ସଙ୍ଗଠନ ବିସ୍ତାର କରିବାରେ ଲାଗିପଡି଼ଛି। ଏହିକ୍ରମରେ ଟିଏମସି ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଲୁଇଜ୍ ଫ୍ଲେରିଓଙ୍କୁ ଦଳରେ ସାମିଲ କରାଇଥିଲା। ଏହା ସହ ହରିୟାଣାର କଂଗ୍ରେସ ନେତା ଅଶୋକ ତନୱାର, ବିଦ୍ରୋହୀ ବିଜେପି ନେତା କୀର୍ତ୍ତି ଆଜାଦ ମଧ୍ୟ ଟିଏମସି ହାତ ଧରିଛନ୍ତି। ଆସାମ ଏବଂ ତ୍ରିପୁରା ଭଳି ରାଜ୍ୟରରେ ଟିଏମସି ମଧ୍ୟ ଦ୍ରୁତ ଗତିରେ ବିସ୍ତାର କରିଛି।

Also Read: Manipur Assembly Floor Test: ସୋମବାର କ୍ଷମତାସୀନ ବିଜେପି ସରକାରଙ୍କ ଭାଗ୍ୟ ପରୀକ୍ଷା

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ  କଂଗ୍ରେସ ବଦଳରେ ଟିଏମସି ନିଜକୁ ବିଜେପିର ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବରେ ନିଜକୁ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଦଳ ବିଭିନ୍ନ ରାଜ୍ୟରେ ବଡ ନେତାଙ୍କୁ ନେବାରେ ଲାଗିପଡିଛି।