ରାଜ୍ୟ ସ୍ୱାର୍ଥ ବନାମ ରାଜନୀତି; ବାସ୍ତବରେ ଲାଭ କାହାର ?
Advertisement
Article Detail0/zeeodisha/odisha868673

ରାଜ୍ୟ ସ୍ୱାର୍ଥ ବନାମ ରାଜନୀତି; ବାସ୍ତବରେ ଲାଭ କାହାର ?

ବିଧାନସଭାରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସ ଅଭିମୁଖେ ଫ୍ଲାଗମାର୍ଚ୍ଚ କରିଥିଲେ। ଆଉ ବିରୋଧୀ ବିଜେପି (BJP) କୁ ବାଟ କଢ଼େଇ ନେଇଥିଲା ସ୍ୱୟଂ ଶାସକ ଦଳ ବିଜେଡି (BJD)।

ରାଜ୍ୟ ସ୍ୱାର୍ଥ ବନାମ ରାଜନୀତି; ବାସ୍ତବତାରେ ଲାଭ କାହାର ?

ନୂଆଦିଲ୍ଲୀ: ଓଡ଼ିଶା ରାଜନୀତି ଲେଖିଲା ଏକ ନୂଆ ଇତିହାସ। କିନ୍ତୁ, ଏଥିରେ କାହାର ଲାଭ ହେଲା ? ସ୍ୱାର୍ଥନ୍ୱେଷୀ ରାଜନୈତିକ ଦଳର ନା ସର୍ବଦା ମୋହରା ବନି ଆସିଥିବା ସାଧାରଣ ଜନତାଙ୍କର ? ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧି ଦଳର ବିଧାୟକମାନେ ଭୋଟିବା ପରେ ରାଜନୈତିକ ମହଲରେ ଏପରି ପ୍ରଶ୍ନ ଉଠୁଛି।

ରାଜ୍ୟର ସ୍ୱାର୍ଥ ବନାମ ରାଜନୀତିର ବାସ୍ତବତାକୁ ନେଇ ଯେଉଁ ଡ୍ରାମା ଦେଖିବାକୁ ମିଳିଲା, ସେଥିରୁ ଲାଭ କାହାକୁ ମିଳିବ ? ବିଧାନସଭାରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସ ଅଭିମୁଖେ ଫ୍ଲାଗମାର୍ଚ୍ଚ କରିଥିଲେ। ଆଉ ବିରୋଧୀ ବିଜେପି (BJP) କୁ ବାଟ କଢ଼େଇ ନେଇଥିଲା ସ୍ୱୟଂ ଶାସକ ଦଳ ବିଜେଡି (BJD)। ନିଜ ମୁଖିଆଙ୍କ ସହ ଭେଟ କରିବା ପାଇଁ ଦଳ ସୈନ୍ୟ ସାମନ୍ତ ଘେନି ନବୀନ ନିବାସ (Naveen Nivas) ଯାଇଥିଲା। ଆଉ ଠିକ୍ ସେଠାରେ ପହଞ୍ଚିଲା ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏକ ସ୍ୱାଗତ ସମ୍ୱର୍ଦ୍ଧନା ଉତ୍ସବ କରିଥିଲେ। ବିରୋଧୀଙ୍କୁ ଶଙ୍ଖ ବଜାଇ ସ୍ୱାଗତ କରାଯାଇଥିଲା। 

Also Read: ହାତରୁ ଯିବ କି କ୍ଷମତା? ଆସାମରେ BJPକୁ ଅଡୁଆ

ବିଧାନସଭା ମୌସୁମୀ ଅଧିବେଶନ (Monsoon session) ଆରମ୍ଭ ହେବା ଦିନଠାରୁ ଏକ ଘଣ୍ଟା ବି ଠିକ୍ ଭାବେ ଚାଲି ପାରିନି। ପ୍ରତି ମୁହୂର୍ତ୍ତରେ ବିରୋଧୀଙ୍କ ଯୋଗୁ ହେଉ ଅବା ଶାସକ ଦଳ ପାଇଁ, ଗୃହ ମୁଲତବୀ ହେଉଛି। ଅନ୍ୟ ରାଜ୍ୟର ବିଧାନସଭା (Odisha assembly) ରେ ପ୍ରାସଙ୍ଗିକ ଆଲୋଚନା ହେଉଥିବାବେଳେ ଆମ ରାଜ୍ୟରେ କିନ୍ତୁ, ପ୍ରସଙ୍ଗ କେବଳ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ହୋଇଥାଏ। କାରଣ, ଆମ ବିଧାନସଭା କେବଳ ହଲ୍ଲାବୋଲ ପାଇଁ ଉଦ୍ଦିଷ୍ଟ। ଗଣତନ୍ତ୍ରର ମନ୍ଦିରରେ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥାନ୍ତି ବିଧାୟକ। ନିଜର ନେତା ଭାବେ ନିର୍ବାଚିତ କରୁଥିବା ଜନତା ଅନେକ ଆସ୍ଥା ଓ ବିଶ୍ୱାସ ନେଇ ପ୍ରତିନିଧି ବାଛିଥାନ୍ତି। କିନ୍ତୁ, ପ୍ରତିନିଧି କରୁଛନ୍ତି କ'ଣ ? ନିଜ ଲୋକଙ୍କ ସମସ୍ୟାର ସମାଧାନ ସେମାନେ କରୁଛନ୍ତି କେତେ ? ବିଧାନସଭାର ବିଶୃଙ୍ଖଳିତ ଆଚରଣ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି।

ଗୋଦରୀଲୋ ତୋ ଗୋଡ଼କୁ ଅନା, ଭଳି ନୀତିରେ ପ୍ରଥମେ ରାଜନୈତିକ ଦଳ (political parties) ଗୁଡ଼ିକ ନିଜର ଦୋଷ, ଦୁର୍ବଳତାକୁ ନେଇ ଆତ୍ମସମୀକ୍ଷା କରିବା ଉଚିତ୍। ସେ ଶାସକ ଦଳ ହେଉ ଅବା ବିରୋଧୀ, ପ୍ରଥମେ ନିଜର ଶୃଙ୍ଖଳିତ ସୀମା ଭିତରେ ରହିବା ଦରକାର। ତା'ହେଲେ ଯାଇ ଏକ ସୁସ୍ଥ ଗଣତନ୍ତ୍ରର ବାର୍ତ୍ତା ଲୋକେ ପାଇପାରିବେ। କାରଣ, ସରକାର ଭୁଲିଯିବା ଉଚିତ୍ ନୁହେଁ ଯେ, ବିଧାନସଭାରେ ଦୈନନ୍ଦିନ ଖର୍ଚ୍ଚ ହେଉଥିବା ପ୍ରତିଦିନର ଟଙ୍କା ଜନତାଙ୍କର।

fallback