ପଞ୍ଚିମବଙ୍ଗ ଓ ପୁଡୁଚେରୀ ଅଧିକାର ପାଇଁ ବିଜେପି ପ୍ରୟାସ ଚଲାଇଛି। ସେପଟେ କେରଳରେ ନିଜର ସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଲକ୍ଷ ରଖିଛି। ସେପଟେ କ୍ଷମତାଧିନ ଆସାମରେ ସରକାର ଫେରିବା ନେଇ ଅନେକ ପ୍ରତିବନ୍ଧକ ଦେଖାଦେଇଛି।
Trending Photos
ନୂଆଦିଲ୍ଲୀ: ଆଉ ଦଶ ଦିନ ପରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକେ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ଏଥିପାଇଁ ରାଷ୍ଟ୍ରୀୟ ଠାରୁ ଆରମ୍ଭ କରି ଆଞ୍ଚଳିକ ସମସ୍ତ ରାଜନୈତିକ ପାର୍ଟି ଜୋରସୋରରେ ପଚାର ଚଲାଇଛନ୍ତି। ପଞ୍ଚିମବଙ୍ଗ ଓ ପୁଡୁଚେରୀ ଅଧିକାର ପାଇଁ ବିଜେପି ପ୍ରୟାସ ଚଲାଇଛି। ସେପଟେ କେରଳରେ ନିଜର ସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଲକ୍ଷ ରଖିଛି। ସେପଟେ କ୍ଷମତାଧିନ ଆସାମରେ ସରକାର ଫେରିବା ନେଇ ଅନେକ ପ୍ରତିବନ୍ଧକ ଦେଖାଦେଇଛି।
ବର୍ତ୍ତମାନ ଆସାମ (Assam) ରେ BJP କ୍ଷମତାରେ ଅଛି। କିନ୍ତୁ ସେଠାରେ ପୁଣି ସରକାର ଗଠନ କରିବା ଯେତେ ସହଜ ଲାଗୁଛି ସେତିକି କଷ୍ଟସାଧ୍ୟ। ୨୦୧୬ରେ ୧୫ ବର୍ଷର ସାଶନାଧିନ କଂଗ୍ରେସ ସରକାରକୁ ହଟାଇ ବିଜେପି କ୍ଷମତାକୁ ଆସିଥିଲା। ସେତେବେଳେ ଦଳକୁ ବହୁତ କସରତ କରିବାକୁ ପଡିଥିଲା। କିନ୍ତୁ ଏବେ ଦଳକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ସେତେବେଳେ ଯେଉଁ ଦଳ ବିଜେପି ସହ ମେଣ୍ଟ କରିଥିଲା, ଏବେ ସେ କଂଗ୍ରେସ (congress) କୁ ସମର୍ଥନ କରୁଛି।
Also Read: Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
୨୦୧୬ ଆସାମ ବିଧାନସଭା ନିର୍ବାଚନ (Assam Assembly Election) ରେ BJP, ଆସାମ ଗଣ ପରିଷଦ (AGP) ଓ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (BPF) ମେଣ୍ଟ କରିଥିଲେ। ଆଉ ୧୨୬ଟି ଆସନ ବିଶିଷ୍ଟ ବିଧାନସଭାରେ BJP ୬୦, AGP ୧୪ ଓ BPF ୧୨ଟି ଆସନ ଜିତି ସରକାର ଗଠନ କରିଥିଲା। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ତରୁଣ ଗୋଗୋଇଙ୍କ ଅଧ୍ୟକ୍ଷତାରେ କଂଗ୍ରେସକୁ ମାତ୍ର ୨୬ଟି ସିଟ ମିଳିଥିଲା। ଆଉ ମୌଲାନା ବାଦରୁଦ୍ଦିନ ଆଜମଲଙ୍କ AIUDF ୧୩ଟି ଆସନରେ ବିଜୟ ହୋଇଥିଲା।
କିନ୍ତୁ ଏବେ ସମୟ ବଦଳି ଯାଇଛି। ଏବେ BJP ଓ AGP ମେଣ୍ଟ କରି ନିର୍ବାଚନ ଲଢୁଥିବା ବେଳେ ସାଥୀ BPF, କଂଗ୍ରେସ ଓ AIUDFର ମହାମେଣ୍ଟରେ ସାମିଲ ହୋଇଛି। ଗତବର୍ଷ Bodoland Territorial Council ନିର୍ବାଚନ ପରଠାରୁ BPF ନିଜ ପୁରୁଣା ସହଯୋଗୀ BJP ଉପରେ ଖପ୍ପା ଥିଲା। ଯହାର ପରିଣାମ ସ୍ୱରୂପ ଦଳ ଦିନେ ଶତ୍ରୁଥିବା କଂଗ୍ରେସ ସହ ହାତ ମିଳାଇ BJPକୁ ହରାଇବା ପାଇଁ ପଣ କରିଛି।
Also Read: TMC ପକ୍ଷରୁ ଇସ୍ତହାର ଜାରି; ଜାଣନ୍ତୁ କାହାକୁ ମିଳିବ କ'ଣ?
ଯଦି ଭୋଟ ସେୟାରିଂ ଦେଖାଯାଏ ତେବେ, କଂଗ୍ରେସ ନେତୃତ୍ୱାଧିନ ମେଣ୍ଟରୁ ଅଧିକ ଭୋଟ ମିଳିଥିଲା। କଂଗ୍ରେସକୁ ୩୦.୯୬ ଓ AIUDFକୁ ୧୩.୫ ପ୍ରତିଶତ ଭୋଟ ମିଳିଥିଲା। ସେପଟେ BJPକୁ ୨୯.୫୧, AGP ୮.୧୪ ଓ BPFକୁ ୩.୯୪ ପ୍ରତିଶତ ଭୋଟର ସମର୍ଥନ କରିଥିଲେ। ତେବେ ମୋଟ ଭୋଟିଂ ଶତକଡାକୁ ଦେଖିଲେ ମହାମେଣ୍ଟକୁ ୪୪.୧ ଓ BJPର ମେଣ୍ଟକୁ ୪୧.୪୯ ପତିଶତ ଭୋଟ ମିଳିଥିଲା।
ଏବେ BPF, କଂଗ୍ରେସ ଓ AIUDFର ମେଣ୍ଟକୁ ସମର୍ଥନ କରୁଛି। ତେଣୁ ୨୦୧୬ର ଭୋଟିଂ ଶତକଡାକୁ ବର୍ତ୍ତମାନ ସହ ତୁଳନା କଲେ ୧୦ ପ୍ରତିଶତର ଫରକ ଦେଖିବାକୁ ମିଳୁଛି। BPF ମିଶିଲା ପରେ କଂଗ୍ରେସର ନେତୃତ୍ୱାଧିନ ମହାମେଣ୍ଟକୁ ୪୭.୯୫ ଓ BJP ନେତୃତ୍ୱାଧିନ ମେଣ୍ଟକୁ ୩୭.୬୫ ଭୋଟ ମିଳିବ। ସେପଟେ ମୁସଲିମ ଭୋଟରୁ ନେଇ ମଧ୍ୟ ତୁଷ୍ଟିକରଣ ଚାଲିଛି। ଆସାମର ପ୍ରାୟ ୩୫ ଭାଗ ଭୋଟର ମୁସଲମାନ। ତେଣୁ ଏମାନେ AIUDFକୁ ସମର୍ଥନ କରିବେ ବୋଲି ଅନୁମାନ କରାଯାଉଛି।
Also Read: ପଶ୍ଚିମବଙ୍ଗରେ ନଡ୍ଡା ଓ ଯୋଗୀଙ୍କ ମିଶନ 'ପଦ୍ମ', ବାଙ୍କୁରାରେ ଦିଦିଙ୍କ ଜବାବ
ଏହା ବ୍ୟତୀତ CAA ମଧ୍ୟ ଆସାମ ନିର୍ବାଚନରେ ଅନେକ ମାତ୍ରାରେ ପ୍ରଭାବ ପକାଇବ। ଏବେ ମଧ୍ୟ ଏହି ଆଇନକୁ ନେଇ ସାଧାରଣ ଆସାମୀଙ୍କ ମନରେ ଅନେକ ଦ୍ୱନ୍ଦ ରହିଛି। ସରକାର ସେମାନଙ୍କ ନାଗରିକତା ଛଡେଇ ନେବେ ବୋଲି ଲୋକ ଆଶଙ୍କାରେ ଅଛନ୍ତି। ଯେତେବେଳେ ଆଇନ ଲାଗୁହେଲା, ସେତେବେଳେ ଆସାମବାସୀ ବିରୋଧ ପ୍ରଦର୍ଶନ କରିଥିଲେ। ଆଉ BJP ସରକାର ସେମାନଙ୍କୁ ଯେଉଁ ପ୍ରକାରେ ଦମନ କରିଥିଲା, ତାହା ଲୋକଙ୍କ ଆକ୍ରୋଶକୁ ବଢାଇ ଦେଇଥିଲା।
ସେପଟେ ଆସାମ ଜାତୀୟ ପରିଷଦ (AJP) ଓ ରାଇଜୋର ଦଳ ନାମରେ ଦୁଇଟି ନୂଆ ରାଜନୈତିକ ଦଳ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏମାନେ ବିଜୟ ନହେଲେ ବି ମାହାମେଣ୍ଟର ଭୋଟକୁ ବାଣ୍ଟିଦେବେ ବୋଲି ଅନୁମାନ କରାଯାଉଛି। ସେ ଯାହା ବି ହେଉ, ଆସାମରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବେ, ସେ ନେଇ BJP କିମ୍ବା କଂଗ୍ରେସ ଘୋଷଣା କରି ନାହାନ୍ତି।