ମାର୍ଚ୍ଚ ୧୦ ପରେ ଜିଲ୍ଲାରେ ସମାଜବାଦୀ ପତାକା ଉଠାଇବାକୁ କେହି ନଥିବେ: ହୈଦର ଅଲ୍ଲୀ
Advertisement
Article Detail0/zeeodisha/odisha1089883

ମାର୍ଚ୍ଚ ୧୦ ପରେ ଜିଲ୍ଲାରେ ସମାଜବାଦୀ ପତାକା ଉଠାଇବାକୁ କେହି ନଥିବେ: ହୈଦର ଅଲ୍ଲୀ

ମାର୍ଚ୍ଚ ୧୦ ପରେ ସମଗ୍ର ରାମପୁର ଜିଲ୍ଲାରେ ସମାଜବାଦୀ ପତାକା ଉଠାଇବାକୁ କେହି ନଥିବେ। 

ମାର୍ଚ୍ଚ ୧୦ ପରେ ଜିଲ୍ଲାରେ ସମାଜବାଦୀ ପତାକା ଉଠାଇବାକୁ କେହି ନଥିବେ: ହୈଦର ଅଲ୍ଲୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଜାରି ରହିଛି ଶବ୍ଦ ଯୁଦ୍ଧ। ଚଳିତ ୨୦୨୨ ନିର୍ବାଚନକୁ ନେଇ ସବୁ ଦଳ ନିଜର ବିଜୟ ଦାବି କରୁଛନ୍ତି। ଏହିକ୍ରମେ ରାଜ୍ୟର ରାମପୁର ଜିଲ୍ଲାର ସ୍ୱାର ଟାଡ଼ା ଆସନରୁ ବିଜେପି ମେଣ୍ଟ ସହଯୋଗୀ ଅପନା ଦଳ ସୋନେଲାଲ ପକ୍ଷରୁ ନିର୍ବାଚନ ଲଢୁଥିବା ଦଳୀୟ ବିଧାୟକ ପ୍ରାର୍ଥୀ ହୈଦର ଅଲ୍ଲୀ ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି। ଏନେଇ ସେ ୧୦ ମାର୍ଚ୍ଚ ପରେ ସମାଜବାଦୀ ପାର୍ଟି ଗୁଣ୍ଡ ଦେଖାଯିବ ନାହିଁ। ସରକାର ଗଠନ କରିବାକୁ ଦାବି କରୁଥିବା ଅପନା ଦଳ ପ୍ରାର୍ଥୀ କହିଛନ୍ତି ଯେ ଆମେ ରୋଜଗାର ଏବଂ ଘର ଦେବୁ।

ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛି ଅପନା ଦଳ ସୋନେଲାଲ। ରାଜ୍ୟର ରାମପୁର ଜିଲ୍ଲାର ସ୍ୱାର ଟାଡ଼ା ଆସନରୁ ଅପନା ଦଳ ସୋନେଲାଲ ପକ୍ଷରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଦଳୀୟ ବିଧାୟକ ପ୍ରାର୍ଥୀ ହୈଦର ଅଲ୍ଲୀ କହିଛନ୍ତି ଯଦି ଆମ ମେଣ୍ଟ ସରକାର ଗଠନ କରେ ତାହେଲେ ମୁଁ ସମସ୍ତଙ୍କୁ ଘର ଯୋଗାଇବାକୁ ପ୍ରୟାସ କରିବି। ସରକାର ଗଠନ ହେବା ମାତ୍ରେ ସମସ୍ତଙ୍କୁ ରୋଜଗାର ଯୋଗାଇଦେବା ପାଇଁ ପ୍ରୟାସ କରାଯିବ। ଆମ ସରକାର ସମାଜର ସମସ୍ତ ବର୍ଗର ଲୋକଙ୍କ ଲାଗି ସରକାରୀ ଚାକିରୀ ଉପଲବ୍ଧ କରାଇବ। କାରଣ ଆମେ ଜାତିବାଦରେ ବିଶ୍ୱାସ କରୁନାହୁଁ। ଯିଏ ବର୍ତ୍ତମାନ ମୋ ସହ ଅଛନ୍ତି ମୁଁ ତାଙ୍କ ସହି ସବୁବେଳେ ରହିବି। ସମସ୍ତଙ୍କୁ ରୋଜଗାର ସୁଯୋଗ ଦିଆଯିବ। 

Also Read: UP Election 2022: ସମାଜବାଦୀ ପାର୍ଟି ବାହୁବଳୀ ନେତାଙ୍କୁ କିଏ ଦେବ ଟକ୍କର?

ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି ତାଙ୍କ ଦଳର ଗୁଣ୍ଡା ନିଜ ଠିକଣା ବଦଲାଇବା ଆବଶ୍ୟକ। କାରଣ ଏହା ତାଙ୍କ ପାଇଁ ଭଲ। ଯେଉଁମାନେ ଜନସାଧାରଣଙ୍କୁ ହଇରାଣ କରୁଛନ୍ତି ସେମାନଙ୍କୁ ରକ୍ଷା ପାଇବେ ନାହିଁ। ସେମାନେ ମୋତେ ଯାହା କହିବାକୁ ଚାହୁଁଛନ୍ତି ତାହା କୁହନ୍ତି। ହେଲେ ଯଦି କେହି ମୋ ଲୋକଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରନ୍ତି ତାହେଲେ ସେମାନେ ନିଜ ବ୍ୟବସ୍ଥା ଉତ୍ତର ପ୍ରଦେଶ ବାହାରେ କରନ୍ତୁ।

ଯିଏ ଜନସାଧାରଣଙ୍କୁ ହଇରାଣ ହରକତ କରିବାକୁ ଚେଷ୍ଟା କରିବ ମୁଁ ତାକୁ ଛାଡିବି ନାହିଁ। ଗୁଣ୍ଡାଗୁର୍ଦ୍ଦି କରୁଥିବା ଲୋକତ ନିଜ ବ୍ୟବସ୍ଥା ମଧ୍ୟ କରିବା ଆବଶ୍ୟକ। ମାର୍ଚ୍ଚ ୧୦ ପରେ ସମଗ୍ର ରାମପୁର ଜିଲ୍ଲାରେ ସମାଜବାଦୀ ପତାକା ଉଠାଇବାକୁ କେହି ନଥିବେ। ଯଦି ମୁଁ ନିର୍ବାଚନ ଜିତେ ତାହେଲେ ମୋର ମୂଳ ଲଯ୍ୟ ହେଉଛି ଲୋକଙ୍କ ସେବା କରିବା। 

ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛି ଅପନା ଦଳ ସୋନେଲାଲ। ରାଜ୍ୟର ରାମପୁର ଜିଲ୍ଲାର ସ୍ୱାର ଟାଡ଼ା ଆସନରେ ଅପନା ଦଳ ସୋନେଲାଲ ପକ୍ଷରୁ ପ୍ରାର୍ଥୀ ହୈଦର ଅଲ୍ଲୀ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। 

Also Read: UP Election 2022: ନିର୍ବାଚନ ପ୍ରଚାର ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହେଲେ ଆଜମ ଖାନ

ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ଏକମାତ୍ର ମୁସଲିମ୍ ପ୍ରାର୍ଥୀ ହେଉଛନ୍ତି ସେ। ଗତ ୨୦୧୪ ନିର୍ବାଚନ ପରଠାରୁ ଏହା ପ୍ରଥମ ଥର ପାଇଁ ହୋଇଛି ଯେ ଶାସକ ଏନଡିଏ ମେଣ୍ଟରେ ସାମିଲ ଥିବା ଦଳ କୌଣସି ମୁସଲିମଙ୍କୁ ଟିକେଟ ପ୍ରଦାନ କରିଛି। ରାମପୁର ଜିଲ୍ଲାରେ ଅବସ୍ଥିତ ସ୍ୱାର ଟାଡ଼ା ଆସନରେ ୨ ମୁସଲମାନ ଯୁବ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଅନ୍ୟପଟେ ଏହି ଆସନରୁ ବିରୋଧି ସମାଜବାଦୀ ପାର୍ଟି ପକ୍ଷରୁ ଦଳର ବରିଷ୍ଠ ନେତା ଆଜାମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ନିର୍ବାଚନ ଲଢୁଛନ୍ତି।