ପୌର-ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ଓଡିଶା ବିଜେପି
Advertisement

ପୌର-ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ଓଡିଶା ବିଜେପି

ସୀମା ବିବାଦ ଆକାଶକୁ ଛୁଇଁଲାଣି ହେଲେ ମୁଖ୍ୟମନ୍ତ୍ରୀଙ୍କୁ କିଏ ରୋକିଛି, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା କେବେ ବାହାର କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। 

ପୌର-ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ଓଡିଶା ବିଜେପି

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ମାର୍ଚ୍ଚ ୭ ତାରିଖ ରବିବାର ଆୟୋଜିତ ହୋଇଥିବା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ନେତାଙ୍କ ମାନସମନ୍ଥନ। ପଞ୍ଚାୟତ, ପୌର ନିର୍ବାଚନ ସହ ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ଦଳୀୟ ରଣନୀାତି। ଆଗାମୀ ୩ ମାସ ପାଇଁ ଦଳ କିଭଳି ଜୋରଦାର କାମ କରିବ ସେଥିଲାଗି ପ୍ରସ୍ତୁତ ହୋଇଛି ଯୋଜନା। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ରାଜ୍ୟରେ ଭଲ ପ୍ରଦର୍ଶନ କରିଥିବାବେଳେ ଏଥର କିଭଳି ଭଲ ପ୍ରଦର୍ଶନ କରିବ ତାହା ଉପରେ ଦିଆଯାଇଛି ଗୁରୁତ୍ୱ। 

ଅତୀତରେ ଓଡିଶା ବିକାଶ ପାଇଁ ଅର୍ଥ ବାଧକ ଥିଲା। ଏବେ ତାହା ନାହିଁ। ହେଲେ ଓଡିଶା ସରକାର ରାଜ୍ୟର ବିକାଶରେ ବାଧା ହୋଇ ଛିଡା ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଡୋଶୀ ରାଜ୍ୟରେ ବ୍ୟାପକ ଘର ତିଆରି ହେଉଛି କିନ୍ତୁ ଏଠାରେ ଗରିବ ଲୋକର ଘର ତିଆରି ହେଲେ ରାଜ୍ୟ ସରକାରଙ୍କୁ କଷ୍ଟ ହେଉଛି କାହିଁକି ବୋଲି ଦଳ ପ୍ରଶ୍ନ କରିଛି। ଯେ ପର୍ଯ୍ୟନ୍ତ ସମସ୍ତ ଗରିବଙ୍କ ମୁଣ୍ଡ ଉପରେ ପକ୍କାଘର ହୋଇନାହିଁ ସେ ପର୍ଯ୍ୟନ୍ତ ଦଳ ଆନ୍ଦୋଳନ ଜାରି ରଖିବ। 

Also Read: ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ

 

ଏହା ସହିତ କାର୍ଯ୍ୟକାରିଣୀ ବୈଠକରେ ସୀମା ବିବାଦ ଘଟଣାରେ ଆଲୋଚନା ହୋଇଛି। ପଡୋଶୀ ୪ ରାଜ୍ୟ ସହ ବିବାଦ ଚାଲିଛି। କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟ ସରକାର। ହେଲେ ସୁପ୍ରିମକୋର୍ଟ ଆଗରୁ କହିଥିଲେ ବିଭିନ୍ନ ରାଜ୍ୟ ନିଜ ନିଜ ମଧ୍ୟରେ ଆଲୋଚନା କରି ବିବାଦର ସମାଧାନ କରିବେ। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସୀମା ବିବାଦ ଆକାଶକୁ ଛୁଇଁଲାଣି ହେଲେ ମୁଖ୍ୟମନ୍ତ୍ରୀଙ୍କୁ କିଏ ରୋକିଛି, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା କେବେ ବାହାର କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। 

Also Read: 'ହମ ଫିଲ୍ମ କଳାକାର, ପିକଚର ଅଭି ବାକି'

 

କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ନପହଞ୍ଚାଇବା ଏବଂ ଚାଷୀଙ୍କୁ ଅଣଦେଖା କରିବାକୁ ନେଇ ଦଳ ପକ୍ଷରୁ ଲଢେଇ ଜୋରଦାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଓଡିଶାର ରାଜନୀତିକ ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ୩ଟି ଚିଠା ପ୍ରସ୍ତାବ ଆଣିଛି ବିଜେପି। ଦଳ ଏହାକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ପାରିତ କରିଛି। ରାଜନୈତିକ ଚିଠା ପ୍ରସ୍ତାବରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ମୁଖ୍ୟ ରହିଛି। ରାଜନୀତିକ ବିରୋଧି ବିରୁଦ୍ଧରେ ମିଛ ମାମଲା କରାଯାଉଛି। 

Also Read: ପଶ୍ଚିମବଙ୍ଗ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛି ମମତା ସରକାର: PM Modi

 

ମହିଳା ହିଂସା, ଯୌନ ଅପରାଧିଙ୍କୁ ପୋଲିସ ସୁରକ୍ଷା ଦେଉଛି। ବିଜେପିର ୧୭ ଜଣ ନେତାଙ୍କୁ ରାଜ୍ୟ ସରକାର ବିଜେଡ଼ି ନେତାଙ୍କୁ ଲଗାଇ ହତ୍ୟା କରିଛନ୍ତି ଵୋଲି ଦଳ ଅଭିଯୋଗ କରିଛି। ହେଲେ ଗୋଟିଏ ଘଟଣାରେ ପର୍ଦ୍ଦଫାଶ ପୋଲିସ କରିନାହିଁ। ମୁଖ୍ୟ ମୁଦାଲାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୌଣସି ଫରକ ନାହିଁ ବୋଲି ବିଜେପି କହିଛି। ଫରକ ଏତିକି ମମତା ବାନାର୍ଜୀ ଅନେକ କଥା କହୁଛନ୍ତି ହେଲେ ନବୀନ ପଟ୍ଟନାୟକ ଚୁପ ରହୁଛନ୍ତି ବୋଲି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି। 

Also Read: West Bengal Election 2021: ରାଲି ପୂର୍ବରୁ BJP ହାତ ଧରିଲେ Mithun Chakraborty

 

ସୀମା ସୁରକ୍ଷାକୁ ନେଇ ବିଜେପି ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ। ଲୋକଙ୍କୁ ବୁଝାଇବ। ବିଧାନସଭା ଭିତରେ, ବାହାରେ ଆନ୍ଦୋଳନ କରିବ ଦଳ। ଆଗାମୀ ୭ ଦିନ ଭିତରେ ଦଳର ସମସ୍ତ ୩୬ ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠି ହେବ। ମଣ୍ଡଳ ସ୍ତରରେ ମଧ୍ୟ ଏରହି ବୈଠକ ଆୟୋଜିତ ହେବ। ପ୍ରତ୍ୟେକ ବୁଥରେ ଦଳର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆସନ୍ତ ମାସେ ମଧ୍ୟରେ କାର୍ଯ୍ୟକ୍ରମ ହେବ। 

Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା

 

ସମସ୍ତ ଜିଲ୍ଲା ସଭାପତି, ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ, ବିଧାୟକ, ସାଂସଦ, ବିଧାୟକ-ସାଂସଦ ପ୍ରାର୍ଥୀଙ୍କୁ ଏ ବାବଦରରେ ଆଲୋଚନା ହୋଇଛି। ପଞ୍ଚାୟତ ସହ ପୌର ନିର୍ବାଚନ ପାଇଁ ସହରାଞ୍ଚଳ, ଗ୍ରାମାଞ୍ଚଳରେ ଦଳର ସାଙ୍ଗଠନିକ ଶୂନ୍ୟସ୍ଥାନକୁ ଚିହ୍ନଟ କରି ତାକୁ ମଜବୁତ କରିବା, ଭୁଲକୁ ବାହାର କରିବା ସହ ଦଳୀୟ ସଙ୍ଗଠନକୁ ମଜବୁତ କରିବା ଲାଗି ୩ ମାସ ମଧ୍ୟରେ ପଦକ୍ଷେପ ନିଆଯିବ। ଏପରି ଭାବେ ଦଳ ଆଗାମୀ ନିର୍ବାଚନ ପାିଁ ପ୍ରସ୍ତୁତ ହେବ। 

Also Read: West Bengal Election 2021: ରାଜନେତାଙ୍କ ପରେ BJP ହାତ ଧରିବେ ସେଲିବ୍ରିଟି

 

ରାଜ୍ୟ କାର୍ଯ୍ୟକାରୀଣୀ ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ରାଜ୍ୟର କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହିଥିଲେ। ବିଜେପିର ସାଂସଦ, ବିଧାୟକ, ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ରହି ଦଳୀୟ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି।