ସୁପ୍ରିମକୋର୍ଟଙ୍କୁ ବି ଅନ୍ଧାରରେ ରଖିଛନ୍ତି ନବୀନ ସରକାର: କଂଗ୍ରେସ
Advertisement
Article Detail0/zeeodisha/odisha821339

ସୁପ୍ରିମକୋର୍ଟଙ୍କୁ ବି ଅନ୍ଧାରରେ ରଖିଛନ୍ତି ନବୀନ ସରକାର: କଂଗ୍ରେସ

ଅପରାଧିକ ତଦନ୍ତ ଓ ଆଇନ ଶୃଙ୍ଖଳା, ଦୁଇଟିକୁ ଅଲଗା କରିବା ପାଇଁ ସୁପ୍ରିମକୋର୍ଟ (Supreme Court) ଙ୍କ ତାଗିଦକୁ ରାଜ୍ୟ ସରକାର (Naveen Govt) ଭୁଆଁ ବୁଲେଇଛନ୍ତି ବୋଲି କଂଗ୍ରେସ (Odisha Congress) ଅଭିଯୋଗ କରିଛି।

ସୁପ୍ରିମକୋର୍ଟଙ୍କୁ ବି ଅନ୍ଧାରରେ ରଖିଛନ୍ତି ନବୀନ ସରକାର: କଂଗ୍ରେସ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ସମୋବାର ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ଦୟନୀୟ ଓ ଦଣ୍ଡହାର ନୈରାଶ୍ୟଜନକ ବୋଲି  ଦଳ ଅଭିଯୋଗ କରିଛି। 

ରାଜ୍ୟ ସରକାର ଆଇନ ଶୃଙ୍ଖଳା (Law & Order) ବଜାୟ ରଖିବାରେ ବିଫଳ। ଲକଡାଉନ୍ ସମୟରେ ପ୍ରଥମ ଛଅ ମାସରେ ଅପରାଧ (Crime) , ନାରୀ ନିର୍ଯାତନା ବଢିଛି ଯେ କମିବାର ନାଁ ଧରୁ ନାହିଁ। ଅପରାଧିକ ତଦନ୍ତ ଓ ଆଇନ ଶୃଙ୍ଖଳା, ଦୁଇଟିକୁ ଅଲଗା କରିବା ପାଇଁ ସୁପ୍ରିମକୋର୍ଟ (Supreme Court) ଙ୍କ ତାଗିଦକୁ ରାଜ୍ୟ ସରକାର (Naveen Govt) ଭୁଆଁ ବୁଲେଇଛନ୍ତି ବୋଲି କଂଗ୍ରେସ (Odisha Congress) ଅଭିଯୋଗ କରିଛି। 

Also Read: ମାହାଙ୍ଗା ଡବଲ ମର୍ଡର: ବିଜେପି କହିଲା ୪୮ ଘଣ୍ଟାରେ ଗିରଫ କରାଯାଉ, ନଚେତ ନବୀନ କରିପାରିବେନି ସଭା

ସୁପ୍ରିମକୋର୍ଟଙ୍କ ତାଗିଦ୍ ସତ୍ତ୍ୱେ ରାଜ୍ଯ ସରକାର ମିଥ୍ୟା ସତ୍ୟପାଠ (False Affidavit)  ଦାଖଲ କରିଛନ୍ତି। ୨୦୦୭, ୨୦୦୮ ଓ ୨୦୧୩ରେ ରାଜ୍ୟରେ ଆଇନ ଶୃଙ୍ଖଳା ଓ ତଦନ୍ତ ଅଲଗା ହୋଇଛି ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରାଯାଇଛି। ବାସ୍ତବରେ ଏପରି ହୋଇନାହିଁ ବୋଲି ସୂଚନା ଅଧିକାର ଆଇନ (RTI) ଦ୍ଵାରା ମଗାଯାଇଥିବା ତଥ୍ୟରେ ଉପଲବ୍ଧ। ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ରାଜ୍ୟ ସରକାର ବାରମ୍ବାର ମିଛ କହିଛନ୍ତି ବୋଲି କଂଗ୍ରେସ କହିଛି।

ଉଭୟ ସାଢ଼େ ଚାରି କୋଟି ଓଡିଆଙ୍କ ସହ ସୁପ୍ରିମକୋର୍ଟଙ୍କୁ ମଧ୍ୟ ନବୀନ ସରକାର ମିଛ କହିଛନ୍ତି। ରାଜ୍ୟ ଗୃହ ବିଭାଗର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ ଡିଜି ଏହା ଉପରେ ସ୍ପଷ୍ଟିକରଣ ଦିଅନ୍ତୁ। ରାଜ୍ୟ ସରକାର ଏହା ଉପରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ ଓ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ସତ୍ୟପାଠ ସମ୍ପର୍କରେ ସ୍ପଷ୍ଟ ମତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।