Advertisement
Article Detail0/zeeodisha/odisha2258989
Zee OdishaOdisha PoliticsOdisha Election 2024: ଶେଷ ପର୍ଯ୍ୟାୟ ନିର୍ବାଚନରେ ବୈଜୟନ୍ତ ଧନୀ, ବର୍ଷକୁ ରୋଜଗାର ୨୧ କୋଟି

Odisha Election 2024: ଶେଷ ପର୍ଯ୍ୟାୟ ନିର୍ବାଚନରେ ବୈଜୟନ୍ତ ଧନୀ, ବର୍ଷକୁ ରୋଜଗାର ୨୧ କୋଟି

Odisha Election 2024: ନାମାଙ୍କନ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଅନୁସାରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟାୟରେ ସମୁଦାୟ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ହେବ।

 

Odisha Election 2024 (Baijayant Panda)
Odisha Election 2024 (Baijayant Panda)

ଭୁବନେଶ୍ୱର: କେନ୍ଦ୍ରାପଡ଼ାରୁ ସାଂସଦ ପାଇଁ ନିର୍ବାଚନ ଲଢ଼ୁଥିବା ବିଜେପିର ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ହେଉଛନ୍ତି ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ସମୁଦାୟ ୬୬ଜଣ ପ୍ରାର୍ଥୀ ଲୋକସଭାକୁ ଯିବା ପାଇଁ ଲଢ଼ୁଛନ୍ତି। ସେମାନଙ୍କ ଭିତରୁ ସବୁଠାରୁ ଆୟ ଓ ଅଧି କସମ୍ପତ୍ତି ବୈଜୟନ୍ତଙ୍କ ପାରଖରେ ରହିଛି। ତାଙ୍କର ବାର୍ଷିକ ଆୟ ହେଉଛି ୨୧ କୋଟି। ବିଭିନ୍ନ ପ୍ରକାର ପ୍ରାପ୍ୟ ଯେମିତି ଡିଭିଡେଣ୍ଟ, କମ୍ପାନୀ ଭତ୍ତାରୁ ସେ ଏହି ଆୟ କରୁଛନ୍ତି ବୋଲି ଦର୍ଶାଇଛନ୍ତି।
ଆସୋସିଏସନ୍‍ ଫର ଡେମାକ୍ରାଟିକ୍‍ ରିଫର୍ମ ଏବଂ ଓଡ଼ାଶା ଇଲେକ୍ସନ୍‍ ଓ୍ୱାଚ୍‍ ପକ୍ଷରୁ ଏହି ତଥ୍ୟ ଆଜି ପ୍ରକାଶ କରାଯାଇଛି। ନାମାଙ୍କନ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଅନୁସାରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟାୟରେ ସମୁଦାୟ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ହେବ। ଏହି ନିର୍ତବାଚନରେ ବାଲେଶ୍ୱର ଓ ଜଗତସିଂହପୁର ଲୋକସଭା ଆସନ ପାଇଁ ୧୧ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଭଦ୍ରକ ପାଇଁ ୮, କେନ୍ଦ୍ରାପଡ଼ା ଲାଗି ୧୦, ଏବଂ ଯାଜପୁର ଓ ମୟୁରଭଞ୍ଜ ପାଇଁ ୧୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

ପ୍ରାର୍ଥୀପତ୍ର ଦାଖଲ ସମୟରେ ସେମାନେ ଦେଇଥିବା ତଥ୍ୟ ଅନୁସାରେ ବିଜେଡିର ୬ରୁ ୬ ଜଣ ଯାକ ପ୍ରାର୍ଥୀ କୋଟିପତି ହୋଇଥିବା ବେଳେ କଂଗ୍ରେସର ୫ରୁ ୫ ପ୍ରାର୍ଥୀ କୋଟିପତି। ବିଜେପିର ୪ ଜଣ ପ୍ରାର୍ଥୀ କୋଟିପତି। ସମୁଦାୟ ୬୬ରୁ ୨୦ ଜଣ କୋଟିପତି ପ୍ରାର୍ଥୀ ଶେଷ ପର୍ଯ୍ୟାୟରେ ଓଡ଼ିଶାରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ସବୁଠାରୁ ଅଧିକ ଧନୀ ତାଲିକାରେ ରହିଛନ୍ତି ବୈଜୟନ୍ତ ପଣ୍ଡା। ତାଙ୍କର ସମୁଦାୟ ସମ୍ପତ୍ତି ମୂଲ୍ୟ୧୪୮ କୋଟି। ତାଙ୍କ ତଳକୁ ଶ୍ରୀରାମ ପାଣ୍ଡେ ରହିଛନ୍ତି ଯାହାଙ୍କ ସମ୍ପତ୍ତି ମୂଲ୍ୟ ୧୮ କୋଟି। ସେ କେନ୍ଦ୍ରାପଡ଼ାରେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି।   ଭଦ୍ରକରୁ ବିଜେଡି ପାଇଁ ପ୍ରାର୍ଥୀ ହୋଇଥିବା ମଞ୍ଜୁଲତା ମଣ୍ଡଳଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୧୪ କୋଟି। 

ଏହି ନିର୍ବାଚନରେ କିଛି ସମ୍ପତ୍ତି ନଥିବା ଲୋକ ବି ପ୍ରାର୍ଥୀ ହୋଇଛନ୍ତି। ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିବା ଭାନୁମତି ଦେ, ବିଏସ୍‍ପି ପ୍ରାର୍ଥୀ ବିଭୁତି ଭୂଷଣ ମାଝି, ବାଲେଶ୍ୱରରୁ ସ୍ୱାଧୀନ ପ୍ରାର୍ଥୀ ଦୀପକ ଶଙ୍କର ଠାକୁର ଗିରିଙ୍କ ପାଖରେ କୌଣସି ସମ୍ପତ୍ତି ନଥିବା ସେମାନେ ଦର୍ଶାଇଛନ୍ତି। ଏପରିକି ଭାନୁମତି ଦାସଙ୍କ ହାତରେ ମାତ୍ର ୧୫ଶହ ଟଙ୍କା ଥାଇ ବି ସେ ନିର୍ବାଚନକୁ ଓହ୍ଲାଇଛନ୍ତି। 

Add Zee News as a Preferred Source

ସବୁଠାରୁ ଅଧିକ ଋଣୀ ହେଉଛନ୍ତି ମଞ୍ଜୁଲତା ମଣ୍ଡଳ। ଭଦ୍ରକ ପ୍ରାର୍ଥୀ ମଞ୍ଜୁଲତାଙ୍କ ନାଁରେ ୫ କୋଟି ଟଙ୍କାର ଋଣ ରହିଛି। ଶ୍ରୀରାମ ପାଣ୍ଡେଙ୍କ ନାଁରେ ୪ କୋଟି ଏବଂ ଅଭିମନ୍ୟୁ ସେଠୀଙ୍କ ନାଁରେ ୧ କୋଟି ଟଙ୍କାର ଋଣ ରହିଛି। ଶ୍ରୀରାମ ସ୍ୱାଧୀନ ଭାବେ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇଥିବା ବେଳେ ଅଭିମନ୍ୟୁ ବିଜେପି ପକ୍ଷରୁ ଭଦ୍ରକରୁ ପ୍ରାର୍ଥୀ ହୋଇଛି।

About the Author