ରାଜସ୍ୱ ବିଭାଗରେ ବିପର୍ଯ୍ୟୟ! ହୋମ, ଯଜ୍ଞ ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦାୟିତ୍ୱ ଗ୍ରହଣ
Advertisement
Article Detail0/zeeodisha/odisha1226590

ରାଜସ୍ୱ ବିଭାଗରେ ବିପର୍ଯ୍ୟୟ! ହୋମ, ଯଜ୍ଞ ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦାୟିତ୍ୱ ଗ୍ରହଣ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ନେବା ପୂର୍ବରୁ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୋମବାର ସଚିବାଳୟସ୍ଥିତ ନିଜ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଛନ୍ତି। ସେ ନିଜେ କର୍ତ୍ତା ସାଜିଥିବା ବେଳେ ନନା ମନ୍ତ୍ର ପାଠ କରିବା ସହ ହୋମ ଯଜ୍ଞ କରିଥିଲେ।

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ସୋମବାର ସଚିବାଳୟରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ବେଦ ମନ୍ତ୍ର ପାଠ ସହ ହୋମ, ଯଜ୍ଞରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଫାଟିପଡିଛି। ଗୃହ ପୂଜା ପରେ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜସ୍ୱ ବିଭାଗକୁ ବିପର୍ଯ୍ୟୟରୁ ରକ୍ଷା କରିବାକୁ ମନ୍ତ୍ରୀ ଏପରି ପୂଜାପାଠ କରିଥିବା ନେଇ ଚର୍ଚ୍ଚା ହେଉଛି। 

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ନେବା ପୂର୍ବରୁ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୋମବାର ସଚିବାଳୟସ୍ଥିତ ନିଜ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଛନ୍ତି। ସେ ନିଜେ କର୍ତ୍ତା ସାଜିଥିବା ବେଳେ ନନା ମନ୍ତ୍ର ପାଠ କରିବା ସହ ହୋମ ଯଜ୍ଞ କରିଥିଲେ। ଏହି ପୂଜାରେ ବିଭାଗର ୧୨ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ପୂଜା ପରେ ପୁଷ୍ପାଞ୍ଜଳି ଦେଇ ମନ୍ତ୍ରୀ ମଲ୍ଲିକ ନିଜ ବିଭାଗର ଦାୟିତ୍ୱ ନେଇଛନ୍ତି। ମନ୍ତ୍ରୀ ପଦର ମିଳିବାର ୧୫ ଦିନ ପରେ ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି।  

Also Read: Happy Raja 2022 : ଦୁଇ ବର୍ଷ ପରେ ରଜ ମଉଜ, ଗାଁରୁ ସହର ଉତ୍ସବମୁଖର

ମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତ ୧୭ ତାରିଖରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା କମିଟି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ବର୍ଷର ଜୁନରୁ ଅକ୍ଟୋବର ମାସରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ। ତେଣୁ ଏହାରର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

 

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ। ସେ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ। 

Also Read: ଧର୍ମଗଡ଼ରେ ଏସିଆର ଦ୍ୱିତୀୟ ସର୍ବବୃହତ ପାରଦ ଲିଙ୍ଗ; ଜାଣନ୍ତୁ, କେମିତି ହୋଇଥିଲେ ଆବିର୍ଭାବ?

ତେବେ ସେ ଯାହା ବି ହେଉ, ବିଗତ ଦିନରେ ଓଡିଶା ଏକାଧିକ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଛି। ଆଉ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ଆଭିମୁଖ୍ୟ ମଧ୍ୟ ସଫଳ ହୋଇଛି। ପ୍ରତିବର୍ଷ ଏକାଧିକ ବାତ୍ୟା ଓଡିଶାକୁ ଆସୁଛି। ଗତ ଦୁଇ ବର୍ଷ ହେଲା ରାଜ୍ୟବାସୀ କୋରୋନା ନାମକ ବିପର୍ଯ୍ୟୟର ମୁକାବିଲା କରୁଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ଉପରେ ଋଣ ବୋଝ ବଢିବାରେ ଲାଗିଛି। ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ପାଇଁ ରାଜ୍ୟର ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଉଛି। ଏଗୁଡିକର ପରିଚାଳନା ନିହାତି ଭାବେ ନୂଆ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମ୍ମୁଖରେ ଏକ ବଡ ଚ୍ୟାଲେଞ୍ଜ ହେବ।

ଅନ୍ୟପଟେ ରାଜସ୍ୱ ମନ୍ତ୍ରୀଙ୍କ ଆଚରଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସଚିବାଳୟରେ ହେଉଥିବା ପୂଜାପାଠକୁ ଅନେକ ଲୋକ ବିରୋଧ କରୁଛନ୍ତି। ବିରୋଧ କରୁଥିବା ଲୋକଙ୍କ କହିବା ହେଲା, ଜଣେ ଜନପ୍ରତିନିଧିଙ୍କ ଆଗରେ ସବୁ ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ସମାନ। ତେଣୁ ସଚିବାଳୟ ଭଳି ସର୍ବସାଧାରଣ ସ୍ଥାନରେ ପୂଜାପାଠ କରିବା ଅନୁଚିତ। ଏହା ଲୋକଙ୍କ ନିକଟକୁ ଏକ ନକରାତ୍ମକ ବାର୍ତ୍ତା ଦେଇଥାଏ। ଆଉ ସମ୍ବିଧାନରେ ନାଗରିକଙ୍କୁ ୧୧ଟି ମୌଳିକ କର୍ତ୍ତବ୍ୟ ଦିଆଯାଇଛି। ଆଠ ନମ୍ବରରେ 'ବୈଜ୍ଞାନିକ ଦୃଷ୍ଟିକୋଣ, ମାନବବାଦ, ପରୀକ୍ଷା ନିରୀକ୍ଷାକୁ ପ୍ରୋତ୍ସାହିତ କରିବା ଓ ପରିବର୍ତ୍ତନ ଆଦିର ଉନ୍ନତି ପାଇଁ କାର୍ଯ୍ୟକରିବା' ଉଲ୍ଲେଖ ହୋଇଛି। କିନ୍ତୁ ପୂଜାପାଠ କିର ସେହି ସମ୍ବିଧାନକୁ କାର୍ଯ୍ୟକାରୀ କରୁଥିବା ନେତାମନ୍ତ୍ରୀ ଅନ୍ଧବିଶ୍ୱାସକୁ ପ୍ରସୟ ଦେଉଥିବା କୁହାଯାଉଛି।