Opposition Unity: ମୋଦି ସରକାରଙ୍କୁ ଘେରିବା ଲାଗି ଅଣ୍ଟା ଭିଡ଼ିଲେ ବିରୋଧି
Advertisement
Article Detail0/zeeodisha/odisha1302508

Opposition Unity: ମୋଦି ସରକାରଙ୍କୁ ଘେରିବା ଲାଗି ଅଣ୍ଟା ଭିଡ଼ିଲେ ବିରୋଧି

Opposition Unity against BJP:  ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍, ଧନବଳ ଏବଂ ଗଣମାଧ୍ୟମର ଅପବ୍ୟବହାର ବିରୋଧରେ ବିଜେପି ବିରୋଧରେ ଲଢିବାକୁ କହିଛନ୍ତି ବିରୋଧି। 

Opposition Unity: ମୋଦି ସରକାରଙ୍କୁ ଘେରିବା ଲାଗି ଅଣ୍ଟା ଭିଡ଼ିଲେ ବିରୋଧି

BJP vs Opposition: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଘେରିବା ଲାଗି ଅଣ୍ଟାଭିଡ଼ିଛି କଂଗ୍ରେସ। ଏହି ପ୍ରସଙ୍ଗରେ କଂଗ୍ରେସକୁ ଆହୁରି ୧୦ ବିରୋଧୀ ଦଳର ସମର୍ଥନ ମିଳିଛି। ବିଗତ ଦିନରେ ସମଗ୍ର ଦେଶରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପର ଠାରୁ କଂଗ୍ରେସ ସମେତ ବିରୋଧି ଦଳ କ୍ରମାଗତ ଭାବେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। 

କଂଗ୍ରେସ (Congress) ସମେତ ଅନ୍ୟ ବିରୋଧି ଦଳର ନେତା ଶନିବାର କହିଛନ୍ତି ଯେ ସେମାନେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ (PM Modi led BJP Govt) ବିରୋଧ କରିବେ। ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍, ଧନବଳ ଏବଂ ଗଣମାଧ୍ୟମର ଅପବ୍ୟବହାର ବିରୋଧରେ ବିଜେପି ବିରୋଧରେ ଲଢିବାକୁ କହିଛନ୍ତି ବିରୋଧି। 

ବିଜେପି ସହ ହେବାକୁ ଯାଉଥିବା ମୁକାବିଲାରେ କଂଗ୍ରେସ ସହିତ ସିପିଏମ, ସିପିଆଇ, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ତେଲେଙ୍ଗାନା ରାଷ୍ଟ୍ର ସମିତି, ରାଷ୍ଟ୍ରୀୟ ଲୋକ ଦଳ, ୱେଲଫେୟାର ପାର୍ଟି ଏବଂ ସ୍ୱରାଜ ଭାରତ ମଧ୍ୟ ଏକ ସଂକଳ୍ପରେ ଦାବି କରିଛନ୍ତି ଯେ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଦେଶର ଗଣତନ୍ତ୍ର ଲାଗି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ଏହି ସମସ୍ତ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ତିନୋଟି ପ୍ରସ୍ତାବ ପାରିତ କରାଯାଇଛି। ପ୍ରଥମ ପ୍ରସ୍ତାବ ହେଉଛି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (Electronic Voting Machine) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (Voter Verifiable Paper Audit Trail)। ବିରୋଧି ଦଳ ଦାବି କରିଛନ୍ତି ନିର୍ବାଚନରେ ବ୍ୟବହାର କରାଯାଉଥିବା ଇଭିଏମ୍ କିମ୍ବା ଭିଭିପାଟ୍ (Use of EVM and VVPAT in Election) ସମ୍ବନ୍ଧରେ ଏହା ଦାବି କରାଯାଇ ପାରିବ ନାହିଁ ଏହାକୁ ଟ୍ୟାମ୍ପରିଂ କରାଯାଇପାରିବ ନାହିଁ।

Also Read: Opposition PM Candidate: ପ୍ରଧାନମନ୍ତ୍ରୀ ପଦକୁ ନେଇ ବିରୋଧି ଏକତାରେ ଫାଟ

ଦ୍ୱିତୀୟ ପ୍ରସ୍ତାବରେ ଏହା କୁହଯାଇଛି ଯେ ନିର୍ବାଚନରେ ବାହୁ ବଳ ଏବଂ ଧନ ବଳର ବ୍ୟବହାର କରାଯାଉଛି। ଯେଉଁଥିପାଇଁ ନିର୍ବାଚନର ପବିତ୍ରତା ନଷ୍ଟ ହୋଇଯାଉଛି। ବିରୋଧି ଆହୁରି ମଧ୍ୟ କହିଛନ୍ତି ଯେ ଯେ ରାଜନୈତିକ ଦଳକୁ ମିଳିଥିବା ପାଣ୍ଠି (Political Parties Funds) ପାଇଁ କାର୍ଯ୍ୟକାରୀ ହେଉଥିବା ଇଲେକ୍ଟ୍ରୋରାଲ ବଣ୍ଡ (Electoral Bonds) ବ୍ୟବସ୍ଥାକୁ ବନ୍ଦ କରାଯାଉ।

ତୃତୀୟ ପ୍ରସ୍ତାବରେ ବିରୋଧି ଦଳ ଦାବି କରିଛନ୍ତି ଯେ ଦେଶର ଗଣମାଧ୍ୟମକୁ ସାମ୍ପ୍ରଦାୟିକ କରାଯାଉଛି। ବିରୋଧି ଏହା ମଧ୍ୟ କହିଛନ୍ତି ଯେ ଅନଲାଇନ୍ ମିଥ୍ୟା ଖବରକୁ ରୋକିବାରେ ନିର୍ବାଚନ ଆୟୋଗ ବିଫଳ ହୋଇଛି। ବିରୋଧି ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛି।