Advertisement
Article Detail0/zeeodisha/odisha869753
Zee OdishaOdisha Politicsଗୋଟିଏ ଚିଠି ଦୋହଲାଇ ଦେଲା ମହାରାଷ୍ଟ୍ର ରାଜନୀତି

ଗୋଟିଏ 'ଚିଠି' ଦୋହଲାଇ ଦେଲା ମହାରାଷ୍ଟ୍ର ରାଜନୀତି

ଶନିବାର ମୁମ୍ବାଇ ପୋଲିସ (Mumbai Police) କମିଶନର ପଦରୁ ବିଦା ହୋଇଥିବା ପରମବୀର ସିଂହ (Param Bir Singh) ଙ୍କ ଏକ ଚିଠି ସାର୍ବଜନୀନ ହୋଇଛି। ପରମବୀର ଏହି ଚିଠି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ଲେଖିଥିଲେ। ଯେଉଁଥିରେ ସେ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁର୍ନୀତିର ଅସଲ ଚିଠା ଖୋଲିଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ଚନ୍ଦ୍ର ଗୃହରେ ଏବେ ରାହୁଙ୍କ ପ୍ରବେଶ ହୋଇଛି! Antilia Caseର ତଦନ୍ତରେ ପୋଲିସକୁ ଦିନକୁ ଦିନ ନୂଆ ନୂଆ ତଥ୍ୟ ମିଳୁଛି। ଆଉ ସେପଟେ ଉଦ୍ଧବ ସରକାରର ଗୃହମନ୍ତ୍ରୀଙ୍କ ଚୌକି ଟଳମଳ ହେଉଛି। ଏବେ ବହିଷ୍କୃତ ମୁମ୍ବାଇ କମିଶନର ପରମବୀର ସିଂହଙ୍କ ଏକ ଚିଠି ସାମନାକୁ ଆସିଛି। ଯାହା ପରେ ମହାରାଷ୍ଟ୍ର ରାଜନୀତି ଆହୁରି ସରଗରମ ହୋଇ ଉଠିଛି। ଏପରିକି ବିରୋଧି BJP ମଧ୍ୟ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ଶନିବାର ମୁମ୍ବାଇ ପୋଲିସ (Mumbai Police) କମିଶନର ପଦରୁ ବିଦା ହୋଇଥିବା ପରମବୀର ସିଂହ (Param Bir Singh) ଙ୍କ ଏକ ଚିଠି ସାର୍ବଜନୀନ ହୋଇଛି। ପରମବୀର ଏହି ଚିଠି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ଲେଖିଥିଲେ। ଯେଉଁଥିରେ ସେ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁର୍ନୀତିର ଅସଲ ଚିଠା ଖୋଲିଛନ୍ତି। ଏବାବଦରେ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଓ NCP ମୁଖ୍ୟ ସରଦ ପାୱାରଙ୍କୁ ମଧ୍ୟ ଜଣାଇଥିବା ଦାବି କରିଛନ୍ତି। ତେବେ ସାର୍ବଜନୀନ ହୋଇଥିବା ଚିଠିର କୌଣସି ସ୍ଥାନରେ ପରମବୀର ସିଂହଙ୍କ ସ୍ୱାକ୍ଷର ନାହିଁ।

Also Read: Antilia Case: ବିପଦରେ ଗୃହମନ୍ତ୍ରୀ, ଯାଇପାରେ ଚୌକି

Add Zee News as a Preferred Source

ପରମବୀରଙ୍କ କଥିତ ଚିଠିରେ ଗୃହମନ୍ତ୍ରୀ ଅନିଲ ଦେଶମୁଖ କିଭଳି ଭାବରେ ବଟି ଆଦାୟ କରୁଥିଲେ। ଆଉ ସେ ଲଗାତାର ପୋଲିସ ଅଫିସର ସଚିନ ୱାଜେଙ୍କ ସହ ମିଟିଂ କରୁଥିଲେ। ପ୍ରତିମାସରେ ମୁମ୍ବାଇର ବିଭିନ୍ନ ରେସ୍ତୋରାଁ ଓ ବାରରୁ ୧୦୦ କୋଟି ଟଙ୍କା ଆଦାୟ କରି ତାହାର ଏକ ବଡ ଅଂଶ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ମନ୍ତ୍ରୀ ଦେଶମୁଖ ନିର୍ଦ୍ଦେଶ ଦେଇଥିବା ଚିଠିରେ କୁହାଯାଇଛି। ଚିଠି ସହ ଏକ ମେସେଜ୍ ଚାଟର କପି ମଧ୍ୟ ଅଛି। ଯାହା ପରମବୀର ଓ ଏସିପି ପାଟିଲଙ୍କ ମଧ୍ୟରେ ହୋଇଥିଲା। ଏଥିରେ ବଟି କଲେକସନ୍ ଓ ପେଣ୍ଡିଂ ବାବଦରେ ଆଲୋଚନା କରାଯାଇଛି।

ସେପଟେ ପରମବୀରଙ୍କ ଚିଠି ଓ ଦାବିକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ (Maharastra Home Minister) ଅନିଲ ଦେଶମୁଖ (Anil Deshmukh)। ସେ କହିଛନ୍ତି ଯେ, Antilia Case ଓ ମନସୁଖ ମୃତ୍ୟୁ ମାମଲାରେ ସଚିନ ୱାଜେଙ୍କ ସମ୍ପୃକ୍ତି ରହିଛି। ସେହି ମାମଲାରେ ପରମବୀର ସିଂହ ମଧ୍ୟ ଆସିପାରନ୍ତି। ତେଣୁ ସେ ଭୟଭିତ ହୋଇ ନିଜକୁ ବଞ୍ଚାଇବା ପାଇଁ ଏପରି ଅଭିଯୋଗ ଆଣିଛନ୍ତି। ସେପଟେ କିନ୍ତୁ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ BJP ଆନ୍ଦୋଳନ ଆରମ୍ଭ କରିଛି।

 

 

About the Author